Breaking News

ସାକ୍ଷୀଗୋପାଳ ମନ୍ଦିର ନିକଟରୁ ମଟର ସାଇକେଲ ଚୋରୀ

Motorcycle theft near Sakshigopala temple

ସାକ୍ଷୀଗୋପାଳ---- ସାକ୍ଷୀଗୋପିନାଥ ମନ୍ଦିର ଦର୍ଶନ କରିବା ପାଇଁ ପୁରୀ ବଳିଆପଣ୍ଡାର ସୁବାଷ ଦଳାଇ ଏକ କେଟିଏମ ଗାଡି ନେଇ ଆସିଥିଲେ । ଯାହାର ନଂ ଓଡି- ୩୩. ପି-୮୮୭୪ ବୋଲି ଜଣାପଡିଛି । ମନ୍ଦିର ନିକଟରେ ଥିବା ଏକ ଚା ଦେକାନ ଆଗରେ ଥୋଇ ମନ୍ଦିର ପରିଦର୍ଶନ କରିବାକୁ ଯାଇଥିଲେ ।ସେଠାରୁ ଫେରିବା ବେଳକୁ ତାଙ୍କ ଗାଡି ନଥିଲା । ବହୁ ଖୋଜା ଖୋଜି କରିବା ପରେ ନ ପାଇବାରୁ ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ତଦନ୍ତ ଜାରି ରହିଛି ବୋଲି ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳଙ୍କ ଠାରୁ ସୁଚନା ମିଳିଛି । 

ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି, ୧୩/୨/୨୦୨୨---୯,୨୦  

 Sakhigopal News, 13/2/2022---

Blog Archive

Popular Posts