Breaking News

ଭୋଟ ଗଣତି ପାଇଁ ସତ୍ୟବାଦୀ ବ୍ଳକ ପ୍ରଶାସନର ପ୍ରସ୍ତୁତି

Preparations for a vote of confidence in the bloc's administration are underway


ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକର ୨୪ ଗୋଟି ଗ୍ରାମ ପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦ ତାରିଖରେ ଶାନ୍ତିପୁର୍ଣ୍ଣ ଭାବେ ଶେଷ ହୋଇଯାଇଛି ।  ୩୨,୩୨ ଓ ୩୩ ତିନିଗୋଟି ଜୋନ ରହିଛି ।ଜେନା ଅନୁଯାୟୀ ୨୬ , ୨୭ ଓ୨୮ ତାରିଖରେ ଭୋଟ ଗଣତି କରାଯିବ । ଏଥର ନୂତନ କରି ଭୋଟ ଗଣତି ଗୋଟିଏ ଯାଗାରେ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି  ସତ୍ୟବାଦୀ ବ୍ଳକ ପ୍ରଶାସନଦ ପକ୍ଷରୁ ଶେଷ ହୋଇଯାଇଛି । ସାକ୍ଷୀଗୋପାଳ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ ଭୋଟ ଗଣତି କରାଯିବ । ସେଠାରେ ଷ୍ଟଙ୍ଗରୁମ କରାଯାଇଛି । ଭୋଟ ଗଣତି ପାଇଁ ୯ଟି ଟେବୁଲ କରାଯାଇଛି । ପ୍ରତି ଟେବୁଲରେ ପ୍ରତି ପଞ୍ଚାୟତର ୧ନଂ ୱାର୍ଡ ଭୋଟ ବାକ୍ସ ଆସିବା ପରେ ଏଜେଣ୍ଟ, ନିର୍ବାଚନ ଅଧିକାରୀ, ଅନ୍ୟ ଅଧିକାରୀ ମାନଙ୍କ ଉପସ୍ଥିତିରେ ଭୋଟ ଗଣତି କରାଯିବ । ଗଣତି ସରିବା ପରେ ପ୍ରଥମେ ୱାର୍ଡ ସଭ୍ୟସଭ୍ୟାଙ୍କ ନାମ ଘୋଷଣା କରାଯିବ । ତା ପରେ ସରପଞ୍ଚ ପ୍ରାର୍ଥୀ ମାନେ କେଉଁ  ୱାର୍ଡରୁ କେତେଖଣ୍ଡ ଭୋଟ ପାଇଲେ ତାହା ଘୋଷଣା କରାଯିବ । ସମସ୍ତ ୱାର୍ଡ ଗଣତି ସରିବା ପରେ ବିଜୟୀ  ସରପଞ୍ଚ ଓ ସମିତିସଭ୍ୟସଭ୍ୟାଙ୍କ ନାମ ଘୋଷଣା କରାଯିବ । ପରେ ପରେ ଜିଲ୍ଲା ପରିଷଦ ସଭ୍ୟଙ୍କ ନାମ  ଘୋଷଣା କରାଯିବ ବୋଲି ବିଡିଓ ତଥା ନିର୍ବାଚନ ଅଧିକାରୀ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି । ସକାଳ ୮ ଘଟିକା ଠାରୁ ଭୋଟ ଗଣତି ଆରମ୍ଭ କରାଯିବ । ପ୍ରତି ଟେବୁଲ ପାଇଁ ପ୍ରାର୍ଥୀ ମାନଙ୍କର ଜଣେ ଏଜେଣ୍ଟ ରହି ପାରିବେ । ଆବଶ୍ୟକ ସ୍ଥଳେ ଅନ୍ୟ ଜଣେ ଏଜେଣ୍ଟ ରହି ପାରିବେ । ଭୋଟ ଗଣତି ସମୟରେ ଅଯାଥା ଲୋକ ମାନେ ଜମା ନ ହେବାକୁ ବାରଣ କରାଯାଇଛି । ଭୋଟ ଗଣନାର ୭୨ ଘଣ୍ଟା ଆଗରୁ ପ୍ରାର୍ଥୀ ମାନେ  ଏଜେଣ୍ଟ ନିଯୁକ୍ତି ନିମନ୍ତେ ଫର୍ମାଟ ନେଇ ପାରିବେ । ଯେଉଁ  ଏଜେଣ୍ଟ ନିଯୁକ୍ତି ରହିବେ ସେମାନେ  ଫର୍ମାଟ ସହିତ ପାସପୋର୍ଟ ଫଟୋ କପି ନିଶ୍ଚିତ ସଲଗ୍ନ କରିବାକୁ ପଡିବ । ଏଜେଣ୍ଟ ନିଶ୍ଚିତ ଭାବେ କୋଭିଡ-୧୯ର ଦୁତୀୟ ଟିକା ନେଇଥିବେ ବୋଲି ସତ୍ୟବାଦୀ ବ୍ଳକର ଭାରପ୍ରାପ୍ତ ଜିପିଓ ସୌଭାଗ୍ୟ ରଞ୍ଜନ କରଙ୍କ ଠାରୁ ସୁଚନା ମିଳିଛି ।   ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୨/୨୦୨୨---୫,୪୫   

Sakhigopal News, 24/2/2022

Blog Archive

Popular Posts