>>
  • ଜଟଣୀ ସହରରେ ଓଡିଶା ବନ୍ଦର ସମ୍ୟକ ପ୍ରବାହ , ବ୍ୟବସାୟୀ ଭାଇମାନଙ୍କ ସ୍ୱତଃପ୍ରତ ସମର୍ଥନ
  • >>
  • ଭଞ୍ଜନଗରରେ ଓଡିଶା ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ପାଳନ
  • >>
  • ବିଜେପି ସରକାର ଡାଉନ୍ ଡାଉନ୍ , ସତ୍ୟବାଦୀ ରେ ଓଡ଼ିଶା ବନ୍ଦ ସଫଳ ଦେଖିବାକୁ ମିଳିଛି
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଦୁତୀୟ ଦିନ ; ଡ୍ରୋନ କ୍ୟାମେରା ଦ୍ବାରା ଫଟୋ ଉତ୍ତୋଳନ
  • >>
  • ସାକ୍ଷୀଗୋପାଳ ପୋଲିସ ପକ୍ଷରୁ ଚୋରା ବାଲି ଟ୍ରକ ଜବତ
  • >>
  • ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମ୍ରୁତ୍ୟୁ ଘଟଣାକୁ ନେଇ ସତ୍ଯବାଦୀ ଯୁବ କଂଗ୍ରେସ ପକ୍ଷରୁ ଦୀପଦାନ ଓ ବିକ୍ଷୋଭ
  • >>
  • ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଚାଲିଥିବା ବେଳେ ବିରୋଧ କଲେ ବ୍ୟବସାୟୀ; ପ୍ରଶାସନ ମୁଣ୍ଡ ନୁଆଇଁଲା ବ୍ୟବସାୟୀଙ୍କ ନିକଟରେ
  • >>
  • ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
  • >>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • >>
  • ସାକ୍ଷୀଗୋପାଳ - ମନ୍ଦିର ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ପୁଣି ଜମି ଅଧିଗ୍ରହଣ ପାଇଁ ସର୍ଭେ ଆରମ୍ଭ
  • >>
  • ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ;ସ୍ୱାସ୍ଥ୍ୟ ପ୍ରତି ଯତ୍ନ ହୁଅ
  • ଡେଲାଙ୍ଗର ଅରସିଲ ସମବାୟ ସମିତରେ ଧାନ ମଣ୍ଡି ଖୋଲିଲା

    The rice market was opened at the Arasil Cooperative Society in Delang.

    ଡେଲାଙ୍ଗ --- ଡେଲାଙ୍ଗ ବ୍ଳକ ଅର୍ନ୍ତଗତ ଅରିସଲ ସମବାୟ ସମିତି ପରିସରରେ ଧାନମଣ୍ଡିକୁ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି । ବିଧାୟକ ଶ୍ରୀ ମହାରଥି  ସରକାରଙ୍କ ନିୟମ ଅନୁସାରେ ମଣ୍ଡିରେ ଚାଷୀ ମାନେ ସୁବିଧାରେ ଧାନ ବିକ୍ରୟ କରିବେ ତା ଉପରେ ଗୁରୁତ୍ୱ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ । ଡେଲାଙ୍ଗ ବ୍ଲକର ୨୧ଟି ସେବା ସମବାୟ ସମିତିର ସମ୍ପାଦକ ମାନଙ୍କୁ ବିଧାୟକ ନଡିଆ ଚାରା ଓ ଫୁଲ ଚାରା ଉପହାର ଦେଇ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରେ ବରିଷ୍ଠ ସମବାୟବିତ୍ ବୈରାଗୀ ଜେନା ଅତିଥି ପରିଚୟ ପ୍ରଦାନ କରିବା ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଡେଲାଙ୍ଗ ବ୍ଲକରେ ୨୧ଟି ସେବା ସମବାୟ ସମିତି ଅଧିନରେ ପ୍ରାୟ ୫ହଜାରରୁ ଅଧିକ ଚାଷୀ ଖରିଫ ଧାନ ବିକ୍ରୟ କରିବା ପାଇଁ ଚାଷୀ ନାମ ପଞ୍ଜିକରଣ କରିଥିବା ଜଣାପଡିଛି । ସେଥିମଧ୍ୟରୁ ଅରିସଲ  ସମବାୟ ସମିତିରେ ୪୩୪ଜଣ ଚାଷୀ ନାମ ପଞ୍ଜିକରଣ କରିଛନ୍ତି ବୋଲି ସମବାୟ ସମିତି ସମ୍ପାଦକ ରଶ୍ମିରଞ୍ଜନ ପଟ୍ଟନାୟକ ଠାରୁ ସୁଚନା ମିଳିଛି ।  ଅନ୍ୟତମ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ଜାନକୀ ଭୁଷଣ ହାଉଡାସିଂ , ଜିଲ୍ଲାପରିଷଦ ସଭ୍ୟ ମଳୟ ମହାନ୍ତି ଓ ଦେବାଶିଷ ନନ୍ଦ,ଡେଲାଙ୍ଗ ମିଶନଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତି ସାହୁ,ପୁର୍ବତନ ଜିଲ୍ଲାପରିଷଦ କିଶୋର ଛୋଟରାୟ,ଆତ୍ମା କମିଟି ସଭାପତି ସୁଧାକର ମାର୍ଥା,ପିପିଲି ବ୍ଲକ ଅ୍ମକ୍ଷାଙ୍କ ପ୍ରତିନିଧି ଆର୍ତବନ୍ଧୁ ସାମନ୍ତରାୟ, ଡେଲାଙ୍ଗ ବ୍ଲକ ପ୍ରଶାସକ ସତ୍ୟଶଙ୍କର ମହାନ୍ତି ,ପୁରୀ ନିମାପଡା ସମ୍ମଳିତ କୋପରିଟିଭ ବ୍ୟାଙ୍କ ଡେଲାଙ୍ଗ ଶାଖା ପରିଚାଳକ ସନ୍ତୋଷ ଚନ୍ଦ୍ର ପଟ୍ଟନାୟକ,ସୈାମ୍ୟରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ । ଅରିସଲ ଗ୍ରାମ ପଞ୍ଚାୟତ ସରପଞ୍ଚ= ରତ୍ନାକର ପ୍ରଧାନ ଶେଷରେ ଧନ୍ୟବାଦ ଦେଇଥିଲେ । 

    ଡେଲା୍‌ଙ୍ଗରୁ ଧୀରେନ୍ଦ୍ର ସେନାପତି, ୭/୧/୨୦୨୨---୮,୫୫



     Sakhigopal News , 7/1/2022

    =

    Blog Archive

    Popular Posts