Hundredth anniversary of freedom fighter Govind Tripathi.

ସାକ୍ଷୀଗୋପାଳ--- ପୁରୀ ଜିଲ୍ଲା ବାଲିପୁଟ ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ଗୋବିନ୍ଦ ତ୍ରିପାଠିଙ୍କ ଶତବାର୍ଷିକ ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଶତବାର୍ଷିକ ସମାରୋହରେ ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ମଦମୁକ୍ତ ଆନ୍ଦୋଳନର ସଭାପତି ସ୍ୱାଧୀନତା ସଂଗ୍ରାମୀ ପଦ୍ମଚରଣ ନାୟକ ଯୋଗଦେବା ସହ ସଂଗ୍ରାମୀ ଶ୍ରୀ ତ୍ରିପାଠୀଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ । ଅନୁଷ୍ଠିତ ସଭାରେ ଆଇନଜୀବୀ ଉମାବଲ୍ଲଭ ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ମହାରାଷ୍ଟର ପ୍ରାକ୍ତନ ମୁଖ୍ୟ ଶାସନ ସଚ୍ଚିବଗୋପାଳ ଚନ୍ଦ୍ର ତ୍ରିପାଠି, ଶିକ୍ଷାବିତୀ ରଘୁନାଥ ମହାପାତ୍ର, ଭାସ୍କର ମିଶ୍ର, ପ୍ରିୟପତ୍ର ସମ୍ପାଦକବିପିନୀ ବିହାରୀ ଦଳେଇ, ଆଇନଜୀବୀ ପୁଷ୍କର ମହାପାତ୍ର, ଗୋବିନ୍ଦ ପଠାରକ ପ୍ରମୁଖ ସ୍ୱର୍ଗତ ତ୍ରିପାଠିଙ୍କର ବହୁମୁଖୀ ପ୍ରତିଭାର ସ୍ମୃତି ଚାରଣ କରିଥିଲେ । ପୁତ୍ର ଇଡିକୋର ପ୍ରାକ୍ତନ ମୁଖ୍ୟଯନ୍ତ୍ରୀ ବିଜୟ ଚନ୍ଦ୍ର ତ୍ରିପାଠି ସଭା ପରିଚାଳନା କରିଥିଲେ ।ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ୱର୍ଗତ ତ୍ରିପାଠିଙ୍କ କନ୍ୟା ଉଷାରାଣୀ , ରାଜଲକ୍ଷ୍ମୀ ଓଜାମାତା ଙ୍କ ସହିତ ଶତାଧିକ ବୁଦ୍ଧଜୀବି ମାନେ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୧/୨୦୨୨---୮,୫୫
Sakhigopal News, 7/1/2022