Breaking News

ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଦୁତୀୟ ଦିନ ; ଡ୍ରୋନ କ୍ୟାମେରା ଦ୍ବାରା ଫଟୋ ଉତ୍ତୋଳନ

ସାକ୍ଷୀଗୋପାଳ ---- ସାକ୍ଷୀଗୋପାଳ ---- ମନ୍ଦିର  ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ  ଜମି ଅଧିଗ୍ରହଣ କରିବା ପାଇଁ ସର୍ଭେ ଦଳ ମାପଚୁପ କରିବା ବେଳେ  ପ୍ରଥମ ଦିନ କେତେକ ବ୍ୟବସାୟୀମାନେ  ବିରୋଧ କରିଥିଲେ  । ଏପରିକି ପୁରୀ ରୁ ଆସିଥିବା ଅଧିକାରୀଙ୍କ ସହିତ ଉଚ୍ଚବାଚ ହୋଇଥିବାର ଦେଖାଯାଇଥିଲା । ଶେଷରେ କିଛି ବ୍ୟବସାୟୀ ମାନେ ରାସ୍ତା ଅବରୋଧ କରିଥିଲେ। ସର୍ଭେ ବନ୍ଦ କରାଯାଇ ଏବଂ ଆମକୁ ଏକ ଦିନ ସମୟ ଦିଆଯିବା ପାଇଁ ଦାବି କରିଥିଲେ। ବିଧାୟକ ଙ୍କ ସହ ଆଲୋଚନା କରିବା ପରେ ଯାହା ହେବ ବୋଲି ବ୍ୟବସାୟୀ ମାନେ କହିଥିଲେ । ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କ  ସହିତ ବ୍ୟବସାୟୀ ମାନେ ଆଲୋଚନା କରିଥିଲେ।   ବିଧାୟକ ଙ୍କ ସହିତ ଏ ସମ୍ପର୍କରେ ଆଲୋଚନା ପରେ ବିଧାୟକ ବ୍ୟବସାୟୀ ମାନଙ୍କୁ  କହିଥିଲେ  ସର୍ଭେ କାମକୁ ସମସ୍ତେ ସହଯୋଗ କର । ବିଧାୟକ କହିଥିଲେ ମୁଁ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ଯାହାକିଛି କରିବି ।   ଆଜି ହେଉଛି ସର୍ଭେ ର ଦୁତୀୟ ଦିନ । ସତ୍ଯବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ,ଅତିରିକ୍ତ ତହସିଲଦାର ଓମ ପ୍ରକାଶ ପରିଡ଼ା  , ଜିଲ୍ଲା ଲ୍ଯାଣ୍ଡଆକ୍ଯୁଜିସନ ଅଫିସର ପ୍ରଶାନ୍ତ କୁମାର ଜେନା, ଅମିନ ଓ କର୍ମଚାରୀ ମାନେ ଅଟକି ଥିବା ମାପ ଠାରୁ ଆରମ୍ଭ କରିଥିଲେ ମାପ  । ମୁଖ୍ଯ ରାସ୍ତାର ମଝିରୁ ଉଭୟ ପାର୍ଶ୍ୱକୁ ୪୩ ଫୁଟ୍ ମାପ କରାଯାଇ ଚିହ୍ନଟ କରାଯାଉଥିଲା  । ଆଜି ଜିଲ୍ଲାପ୍ରଶାସନ ପକ୍ଷରୁ ଡ୍ରୋନ କ୍ୟାମେରା ଦ୍ବାରା ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ରେଳପାଟକ ପର୍ଯ୍ୟନ୍ତ ଫଟୋ ଉତ୍ତୋଳନ କରାଯାଇଛି । ଏବଂ ପ୍ରାୟ ସର୍ଭେ କାମ ରେଳ ଫାଟକ ପର୍ଯ୍ୟନ୍ତ ଆସିଛି ବୋଲି ଜିଲ୍ଲା ଲ୍ଯାଣ୍ଡଆକ୍ଯୁଜିସନ ଅଫିସର ପ୍ରଶାନ୍ତ କୁମାର ଜେନାଙ୍କ ଠାରୁ ସୂଚନା ମିଳିଛି। ସର୍ଭେ କାମ ଆଗେଇ ଥିବାରୁ ସାକ୍ଷୀଗୋପାଳ ଜନସାଧାରଣ ପୁରୀ ଜିଲ୍ଲାପାଳଙ୍କୁ ସାଧୁବାଦ ଜଣାଇଛନ୍ତି। ରେଳ ଓଭରବ୍ରିଜ ନିଶ୍ଚିତ ହେବ ବୋଲି ବିଶ୍ବାସ ଆସିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୬/୭/୨୦୨୫---୮,୨୦ Sakhigopal News,16/7/2025

Blog Archive

Popular Posts