ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
ଜଟଣୀ :-ଜଟଣୀ ପୌରପରିଷଦ ଦୁର୍ନୀତିର ଗନ୍ତାଘର l ଯୋଜନା ନାମରେ ହରିଲୁଟ ଅଭଯୋଗ l ଜଟଣୀ ପୌରପରିଷଦ ଅନ୍ତର୍ଗତ ୮ ନଂ ୱାର୍ଡର କାଉନସିଲର ଇତିଶ୍ରୀ ଦାଶ ଲୋକପ୍ରତିନିଧି ରୂପେ କାର୍ଯ୍ୟ କରିଆସୁଥିବା ବେଳେ ୱାର୍ଡର କୌଣସି ଉନ୍ନତି ମୂଳକ କାର୍ଯ୍ୟକୁ ସଠିକ ରୂପେ ତଦାରଖ ନ କରି ଗାନ୍ଧାରୀ ର ଅଭିନୟ କରୁଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଅଧିବାସୀ l ମହାଶୟା ଙ୍କ ସ୍ଥାନରେ କାର୍ଯ୍ୟଭାର ସମ୍ଭାଳୁଛନ୍ତି ନିଜର ସ୍ୱାମୀ ମହାଶୟ l ସ୍ଥାନୀୟ ବାସିନ୍ଦା ନିଜର ବହୁ ମୂଲ୍ୟ ଭୋଟ ଦେଇ ବାଛିବେ ଜଣକୁ କାର୍ଯ୍ୟ କରିବେ ଅନ୍ୟ ଜଣେ l ଜିତିବ ସ୍ତ୍ରୀ କାର୍ଯ୍ୟ କରିବେ ସ୍ୱାମୀ l କହିବେ କାହାକୁ ଶୁଣିବ କିଏ ?।ଇଏ ହେଉଛି ଆମ ସମ୍ବିଧାନ।ସୂଚନା ମୁତାବକ ୮ ନଂ ୱାର୍ଡର ଥାନାଛକରୁ ପିଏଚଡି ରାସ୍ତାରେ ନାଳ ଏବଂ ରାସ୍ତା ନିର୍ମାଣ ପାଇଁ ଆର୍ଥିକ ବର୍ଷ ୨୦୨୩ /୨୦୨୪ ମସିହାରୁ ରାଜ୍ୟସରକାରଙ୍କ ପୂର୍ତ୍ତ ବିଭାଗ ତାର କାର୍ଯ୍ୟଭାର ବହନ କରି ଟେଣ୍ଡର ପ୍ରକ୍ରିୟା କରିସାରିଛି l ପୌରପରିଷଦ ଏହା ଜାଣି ଶୁଣି ପୂର୍ତ୍ତ ବିଭାଗର କାର୍ଯ୍ୟ ବିଳମ୍ବର ସୁଯୋଗ ନେଇ ସରକାରୀ ଅର୍ଥକୁ ଆତ୍ମସାତ ଉଦ୍ଦେଶ୍ୟରେ ତରବରିଆ ଭାବେ ସେହି ରାସ୍ତାରେ ଡିସେମ୍ବର ୨୦୨୪ ମସିହାରେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ ନାମରେ ଧୂସର ଜଳ ପକଳ୍ପ କାମ ଆରମ୍ଭ କରିଛନ୍ତି ।ଜାନୁଆରୀ ୨୦୨୫ ମସିହାରେ ୧ ଲକ୍ଷ ୭୦ ହଜାର ଖର୍ଚ୍ଚ କରି କାର୍ଯ୍ୟ ଶେଷ କରିଥିଲା l କାର୍ଯ୍ୟ ସରିବାର ୬ ମାସ ପରେ ବର୍ତ୍ତମାନ ସେହି ଧୂସର ଜଳ ପ୍ରକଳ୍ପ କୁ ସମ୍ପୂର୍ଣ୍ଣ ତାଡି ପୂର୍ତ୍ତ ବିଭାଗ ନାଳ କାମ ପାଇଁ ସମ୍ପୂର୍ଣ୍ଣ ଖୋଳା କାର୍ଯ୍ୟ ଶେଷ କରିଛି l ଏଠି ପ୍ରଶ୍ନ ଉଠେ ଯଦି ପୂର୍ତ୍ତ ବିଭାଗ ନାଳ ନିର୍ମାଣ କାର୍ଯ୍ୟ କରିବାର ଥିଲା ତେବେ ପୌରପରିଷଦ କିପରି ସେହି ସ୍ଥାନରେ ଧୂସର ଜଳ ପ୍ରକଳ୍ପ ନିର୍ମାଣ କରି ୧ ଲକ୍ଷ ୭୦ ହଜାର ସରକାରୀ ଅର୍ଥକୁ ଆତ୍ମସାତ କରିବା ଅଧିକାର ଦେଲା କିଏ । ଏହା ପ୍ରଶ୍ନ କରିଛନ୍ତି ସାଧାରଣ ୱାର୍ଡ ଅଧିବାସୀ l ୮ ନଂ ୱାର୍ଡରେ ଏପରି ଅନେକ ଦୁର୍ନୀତି ମୂଳକ କାର୍ଯ୍ୟ ହୋଇଥିବା ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି l ଏପରିକି ସରସ୍ବତୀ ଶିଶୁ ମନ୍ଦିର ବିଦ୍ୟାଳୟ ଠାରୁ ଜଗନ୍ନାଥ ବିଜୁ ଆଦର୍ଶ କଲୋନୀକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା କଡରେ ପୌରପରିଷଦ ସେହିପରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନର୍ଦମା ଜଳ ପ୍ରକଳ୍ପ ନିର୍ମାଣ କରି କାମ ସାରିଦେଇଛି ।ଝଞଞ ହେଲେ କିଛି ଦିନ ପରେ ସାମାନ୍ୟ ବର୍ଷାରେ ପ୍ରକଳ୍ପ ସମ୍ପୂର୍ଣ୍ଣ ଧୋଇ ହୋଇ ମୁଖ୍ୟ ରାସ୍ତାରେ ନର୍ଦମା ଜଳ ପ୍ରବାହିତ ହେବାରେ ଲାଗିଛି l ଏହି ବାବଦରେ ଅନେକ ଥର ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ମଧ୍ୟ ପୌରପରିଷଦର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁ ନାହିଁ l ପୌରପରିଷଦ କାଉନସିଲର,ଯନ୍ତ୍ରୀ, ଠିକାଦାର,ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ ବିଭିନ୍ନ ଉନ୍ନତି ମୂଳକ ଯୋଜନା ନାମରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟର ଅଭିଯୋଗ ହୋଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳୁ ନଥିବା ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ l ଏଠି କହିବେ କାହାକୁ ଶୁଣିବ କିଏ ?। ଆଗକୁ ସ୍ଥାନୀୟ ଉଚ୍ଚ କତୃପକ୍ଷ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ଆଗକୁ ସ୍ଥାନୀୟ ବାସିନ୍ଦା ରାଜରାସ୍ତାକୁ ଓଲ୍ହାଇବେ ବୋଲି ଅଭିଯୋଗ କରିଛନ୍ତି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୪/୭/୨୦୨୫---୧୦,୧୦ Sakhigopal News,14/7/2025
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୪/୭/୨୦୨୫---୧୦,୧୦ Sakhigopal News,14/7/2025