Breaking News

ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଚାଲିଥିବା ବେଳେ ବିରୋଧ କଲେ ବ୍ୟବସାୟୀ; ପ୍ରଶାସନ ମୁଣ୍ଡ ନୁଆଇଁଲା ବ୍ୟବସାୟୀଙ୍କ ନିକଟରେ

 
    ସାକ୍ଷୀଗୋପାଳ ---- ସାକ୍ଷୀଗୋପାଳ ---- ମନ୍ଦିର ---ଅଳଗୁମ ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ  ଜମି ଅଧିଗ୍ରହଣ କରିବା ପାଇଁ ସର୍ଭେ ଦଳ ମାପଚୁପ କରିବା ବେଳେ କେତେକ ବ୍ୟବସାୟୀମାନେ  ବିରୋଧ କରିଥିଲେ  । ଏପରିକି ପୁରୀ ରୁ ଆସିଥିବା ଅଧିକାରୀଙ୍କ ସହିତ ଉଚ୍ଚବାଚ ହୋଇଥିବାର ଦେଖାଯାଇଥିଲା । ଶେଷରେ  କିଛି ବ୍ୟବସାୟୀ ମାନେ ରାସ୍ତା ଉପରେ ବସିରହିଥିଲେ ।   ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ  ଆସିଥିବା ଅଧିକାରୀ ମାନେ ନିରୁପାୟ ହୋଇପଡ଼ିଥିଲେ। ଶେଷରେ ବ୍ୟବସାୟୀ ମାନଙ୍କ ନିକଟରେ ଅଧିକାରୀ ମାନେ ମୁଣ୍ଡ ନୁଆଁଇ ସର୍ଭେ ବନ୍ଦ ରଖି ଫେରିଯାଇଥିଲେ। ସତ୍ୟବାଦୀ ତହସିଲ କାର୍ଯ୍ଯାଳୟ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ଘୋଷଣା କରାଯାଇ ଥିଲା ରେଳ ଓଭରବ୍ରିଜ ନିର୍ମାଣ ନିମନ୍ତେ ଜମି ସର୍ଭେ ୧୫ ତାରିଖଠାରୁ ଆରମ୍ଭ ହେବ। ସତ୍ଯବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ,ଅତିରିକ୍ତ ତହସିଲଦାର ଓମ ପ୍ରକାଶ ପରିଡ଼ା  , ଜିଲ୍ଲା ଲ୍ଯାଣ୍ଡଆକ୍ଯୁଜିସନ ଅଫିସର ପ୍ରଶାନ୍ତ କୁମାର ଜେନା, ଅମିନ ଓ କର୍ମଚାରୀ ମାନେ ବସଷ୍ଟାଣ୍ଡଠାରୁ ମାପଚୁପ ଆରମ୍ଭ କରିଥିଲେ  । ନଡିଆ ମାର୍କେଟ ଠାରେ କେତେକ ବ୍ଯବସାୟୀ ପ୍ରଥମେ କ୍ଷତିପୂରଣ ଓ ପୁନର୍ବାସ କରାଯାଇ    ମାପଚୁପ କରିବାକୁ କହି ସର୍ଭେ ଦଳଙ୍କୁ ବିରୋଧ କରିଥିଲେ  ।  ମୁଖ୍ଯ ରାସ୍ତାର ମଝିରୁ ଉଭୟ ପାର୍ଶ୍ୱକୁ ୪୩ ଫୁଟ୍ ମାପ କରାଯାଇ ଚିହ୍ନଟ କରାଯାଉଥିଲା  । ତହସିଲଦାର ଶ୍ରୀ ପାଣିଗ୍ରାହୀ କହିଲେ ଯେ ଆମେ କେବଳ ମାପଚୁପ କରି ଜିଲାପାଳଙ୍କୁ ରିପୋର୍ଟ ଦେବୁ  । ଜିଲାପାଳ ରିପୋର୍ଟ ପାଇଲା ପରେ ଜିଲାପାଳ ଏ ସଂପର୍କରେ  ଆଲୋଚନା କରି ପଦକ୍ଷେପ ଗ୍ରହଣ କରାଯିବ  । କିନ୍ତୁ  ବିରୋଧ କରୁଥିବା ଲୋକମାନେ ରାସ୍ତା ଅବରୋଧ କରି ବସିଥିଲେ  । ଖବର ପାଇ ସତ୍ଯବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା ଘଟଣା ସ୍ଥଳରେ ପହଞ୍ଚି ବ୍ଯବସାୟୀ ମାନଙ୍କ ସହିତ ଆଲୋଚନା କରିଥିଲେ।  ବିଧାୟକ ଙ୍କ ସହିତ ଏ ସମ୍ବନ୍ଧରେ ଆଜି ଆଲୋଚନା କରାଯିବ  । ଏହାପରେ ଯାହା ନିଷ୍ପତ୍ତି ହେବ ଓ ପରେ ମାପଚୁପ କରାଯିବାକୁ ବ୍ଯବସାୟୀ ଦାବି ରଖିଥିଲେ।  ଆସନ୍ତାକାଲି ପର୍ଯ୍ୟନ୍ତ ସର୍ଭେ କାମ ସ୍ଥଗିତ ରଖି ସର୍ଭେ ଦଳ ଫେରିଯାଇ ଥିଲେ  । ଯାହାକୁ ନେଇ ସାକ୍ଷୀଗୋପାଳ ରେ ଜଣସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ ୧୫/୭/୨୦୨୫---୮,୨୫ Sakhigopal News,15/7/2025


Blog Archive

Popular Posts