Breaking News

ସାକ୍ଷୀଗୋପାଳ - ମନ୍ଦିର ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ପୁଣି ଜମି ଅଧିଗ୍ରହଣ ପାଇଁ ସର୍ଭେ ଆରମ୍ଭ



ସାକ୍ଷୀଗୋପାଳ ---- ସାକ୍ଷୀଗୋପାଳ- ମନ୍ଦିର ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ କରିବା ପାଇଁ ୧୫ ତାରିଖ ଠାରୁ ସର୍ଭେ ଆରମ୍ଭ କରାଯିବ ବୋଲି  ଜିଲାପାଳଙ୍କ କାର୍ଯ୍ଯାଳୟ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ବାରା ସାକ୍ଷୀଗୋପାଳ  ବଜାର ମଧ୍ୟରେ  ଘୋଷଣା କରାଯାଇଛି  । ସ୍ଥାନୀୟ ପେଣ୍ଠପଡା ପଞ୍ଚାୟତ ସାମିଲ ଗୋପାଳପୁର ପାଟଣା ଗ୍ରାମବାସୀ ମାନଙ୍କୁ ଜିଲାପାଳଙ୍କ କାର୍ଯ୍ଯାଳୟ ଚିଠି ନଂ ୧୧୫୮ ମାଧ୍ୟମରେ ଜନସାଧାରଣଙ୍କୁ ସୂଚନା ପ୍ରଦାନ କରାଯାଇଛି  । ଆସନ୍ତା ୧୫ ତାରିଖ ଠାରୁ ଅଧିଗ୍ରହଣ ଓ ସର୍ଭେ  ହେବାକୁ ଥିବା ଜମିମାଲିକ ମାନେ କ୍ଷତିପୂରଣ ଓ ପୁନର୍ବାସ ପାଇଁ   ସେମାନେ ତାଙ୍କର ଜମି ସଂକ୍ରାନ୍ତୀୟ ସମସ୍ତ କାଗଜାତ ଦଲିଲ ଦସ୍ତାବିଜ ଜିଲାପାଳଙ୍କ ପକ୍ଷରୁ ନିଯୁକ୍ତ ସର୍ଭେ କର୍ମଚାରୀମାନଙ୍କ ନିକଟରେ ଦାଖଲ କରିବା ସହ ସେମାନଙ୍କୁ ସହଯୋଗ କରିବାକୁ ନିବେଦନ କରାଯାଇଛି। ସୂଚନାଯୋଗ୍ୟ ୨ ବର୍ଷ ତଳେ ଉକ୍ତ ଓଭରବ୍ରିଜ ନିର୍ମାଣ ପାଇଁ ଆଭାସି ମାଧ୍ୟମରେ ପ୍ରଧାନମନ୍ତ୍ରୀ ଭୂମିପୂଜା କରିଥିଲେ। ଓଭରବ୍ରିଜ ନିର୍ମାଣ ପାଇଁ ୬୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି  । ତିନିମାସ ତଳେ ସର୍ଭେ କାମ ଆରମ୍ଭ ହୋଇଥିଲା। କେତେକ କାରଣ ଯୋଗୁ ତାହା ସ୍ଥଗିତ ରହିଥିଲା  । ଉକ୍ତ ବ୍ଯସ୍ତ ବହୁଳ ରାସ୍ତାରେ ଦୈନନ୍ଦିନ ଶହ ଶହ ଜାବାହାନ ଓ ଜନସାଧାରଣ ଯିବାଆସିବା କରିଥାନ୍ତି  ।  ପ୍ରତି ୧୫ ମିନିଟରେ ଥରେ ରେଳ ଫାଟକ ପଡୁଥିବାରୁ ଲୋକମାନେ ଅପେକ୍ଷା କରିବା ସହ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେଥିପାଇଁ ରାସ୍ତା ଜାମ ହୋଇ ଟ୍ରାଫିକ ସମସ୍ଯା ଲାଗି ରହୁଛି  ।  ସତ୍ଯବାଦୀର ଦୁଖ ଭାବେ ରେଳ ଫାଟକ ଠିଆ ହୋଇଛି   । ସ୍ଥାନୀୟ  ସମସ୍ଯାର ତୁରନ୍ତ ସମାଧାନ କରାଯାଇ ଓଭରବ୍ରିଜ ନିର୍ମାଣ କରାଯିବାକୁ ଜଣସାଧାରଣ ଅପେକ୍ଷା କରି ରହିଛନ୍ତି  । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୪/୭/୨୦୨୫---୮,୨୫ Sakhigopal News,14/7/2025

Blog Archive

Popular Posts