Breaking News

ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମ୍ରୁତ୍ୟୁ ଘଟଣାକୁ ନେଇ ସତ୍ଯବାଦୀ ଯୁବ କଂଗ୍ରେସ ପକ୍ଷରୁ ଦୀପଦାନ ଓ ବିକ୍ଷୋଭ




ସାକ୍ଷୀଗୋପାଳ ---- ସାକ୍ଷୀଗୋପାଳ ଓଡ଼ିଆ ବିଶ୍ୱବିଦ୍ୟାଳୟ ମୁଖ୍ୟ  ଫାଟକ ସମ୍ମୁଖରେ ବାଲେଶ୍ଵର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମ୍ରୁତ୍ୟୁ ଘଟଣାକୁ ନେଇ    ସତ୍ଯବାଦୀ ଯୁବ କଂଗ୍ରେସ ପକ୍ଷରୁ ଦୀପଦାନ ଓ ପ୍ରତିବାଦ କରାଯାଇଛି  । ଏଥି ପାଇଁ ସରକାର ଓ ଫକୀରମୋହନ କଲେଜ କତ୍ରୁପକ୍ଷ  ସମ୍ପୂର୍ଣ୍ଣ ରୂପେ ଦାୟୀ ବୋଲି ଯୁବ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇ ଥିଲା ।  ଫକୀରମୋହନ  ମହାବିଦ୍ୟାଳୟର ଅଧକ୍ଷଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ , ସାଂସଦ , ମୁଖ୍ୟମନ୍ତ୍ରୀ ଉଚ୍ଚ ଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କୁ  ଛାତ୍ରୀଜଣକ ତାଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ଜଣାଇଥିବା ପରେ ବି ନ୍ୟାୟ ପାଇବାରୁ ସେ ବଞ୍ଚିତ ରହିଲେ । ଏହି ପରିପ୍ରେକ୍ଷୀରେ  ସତ୍ୟବାଦୀ ଯୁବ କଂଗ୍ରେସ ସଭାପତି ଲିପ୍ତି ରଞ୍ଜନ ପ୍ରଧାନ ଓ ଛାତ୍ର କଂଗ୍ରେସ ସଭାପତି ଆଦର୍ଶ ମିଶ୍ରଙ୍କ ଆହ୍ୱାନ କ୍ରମେ ପୀଡ଼ିତା ଛାତ୍ରୀଙ୍କ ଆତ୍ମାକୁ ନ୍ୟାୟ ପ୍ରଦାନ ପାଇଁ  ଦୀପ ଦାନ କରିବା ସହିତ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ରାଜ୍ୟରେ ପ୍ରତିଦିନ ମହିଳା ଓ ଛାତ୍ରୀ ମାନଙ୍କୁ ଅସଦାଚରଣ, ଦୁଷ୍କର୍ମ ହତ୍ୟା ଭଳି ଘଟଣା ବୃଦ୍ଧି ପାଉଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମ ରେ   ବ୍ଲକ କଂଗ୍ରେସ ସଭାପତି ସୁବାସ ମହାପାତ୍ର, ତପନ୍ କୁମାର୍ ବେଜ, ଆଶିଷ ପ୍ରଧାନ,ପ୍ରତାପ ପରିଡ଼ା, ଅମୂଲ୍ୟ ଜେନା,ସୋମନାଥ ମୁଦୁଲି,  ଉତ୍ତମ ମହାପାତ୍ର, ସ୍ଵାଧୀନ ମହାପାତ୍ରଙ୍କ ସମତେ ଯୁବ କଂଗ୍ରେସ କର୍ମୀମାନେ ଯୋଗଦେଇ ଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୬/୭/୨୦୨୫---୭,୩୫ Sakhigopal News,16/7/2025

Blog Archive

Popular Posts