ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
ଭଞ୍ଜନଗର :-ସ୍ଥାନୀୟ ଚକାଡୋଳା ସଭାମଣ୍ଡପ ଠାରେ ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ସଭାପତି ରୋଟାରୀୟାନ ବସନ୍ତ କୁମାର ପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅତିଥିଭାବେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଜିଲ୍ଳା ସଭାପତି ରୋଟାରୀୟାନ ଅନିଲ କୁମାର ସାମଲ, ଭାରତୀୟ ପ୍ରଶାସନିକ ସେବା, ନଗରପlଳ ଗୋପବନ୍ଧୁ ମହାପାତ୍ର, ଜୋନାଲ ଚେୟାର ରଂଜିତ ପାଢ଼ୀ, ଆସିଷ୍ଟାଣ୍ଟ ଗଭର୍ଣ୍ଣର ରୋଟାରୀୟାନ ପ୍ରବୀର କୁମାର ପୃଷ୍ଟି, ସଭାପତି 2025-26 ରଂଜିତ କୁମାର ବାରିକ, ସମ୍ପାଦକ ବିଶ୍ୱଜିତ ପୃଷ୍ଟି, ସମ୍ପାଦକ 2025-26 ଏସ. ଗୁପ୍ତେଶ୍ୱର ସୁବୁଦ୍ଧି ଓ କାର୍ଯ୍ୟକ୍ରମ ଅଧକ୍ଷ ରୋଟାରୀୟାନ ରାମଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ରୋଟାରୀ କ୍ଳବ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ କରି ପ୍ରଶଂସିତ ହୋଇଥିବା କହିଥିଲେ l କାର୍ଯ୍ୟକ୍ରମରେ ଫୁଲବାଣୀ, ନୟାଗଡ଼, ବ୍ରହ୍ମପୁର ରୋଟାରୀ କ୍ଲବର ବହୁ ରୋଟାରୀୟାନ ଉପସ୍ଥିତ ରହିଥିବା ଏବଂ ସେମାନଙ୍କୁ ମଂଚାସୀନ ଅତିଥିମlନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l ଏହିଅବସରରେ ସଭାପତି ବସନ୍ତ କୁମାର ପାତ୍ର ଓ ସମ୍ପାଦକ ବିଶ୍ୱଜିତ ପୃଷ୍ଟି ଚଳିତ ବର୍ଷର ସଭାପତି ରୋଟାରୀୟାନ ରଂଜିତ କୁମାର ବାରିକ ଓ ସମ୍ପାଦକ ଏସ. ଗୁପ୍ତେଶ୍ୱର ସୁବୁଦ୍ଧିଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ l ନବାଗତ ବନ୍ଧୁ ମାନଙ୍କୁ ଜିଲ୍ଳା ସଭାପତି 2026-27 ରୋଟାରୀ ପିନ ସହ ସ୍ୱାଗତ କରାଯାଇଥିଲା l ପ୍ରାରମ୍ଭରେ ଖୁସି ମାଡାମଙ୍କ ଦ୍ୱାରା ପ୍ରାରମ୍ଭିକ ଜଣାଣ ନୃତ୍ୟ ମାଧ୍ୟମରେ ପ୍ରଦର୍ଶିତ କରାଯିବା ପରେ ଦଳଗତ ପ୍ରାରମ୍ଭିକସଂଗୀତ ଗାନ କରାଯାଇଥିଲା l ରୋଟାରୀୟାନ ସନ୍ତୋଷ କୁମାର ଜେନା ଅତିଥିପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ କୁ ରୋଟାରୀୟାନ ଶ୍ରୀରାମ ପ୍ରସାଦ ପାଳ ସଂଯୋଜନା ସହ ପରିଚାଳନା କରିଥିଲେ l ବିଦାୟୀ ସଭାପତିଙ୍କ ଦ୍ୱାରା ଉଲ୍ଲେଖନୀୟ ଅବଦାନ ପାଇଁ ଦଶ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସମସ୍ତ କାର୍ଯ୍ୟକ୍ରମକୁ ରୋଟାରୀୟାନ ପ୍ରଦ୍ୟୁମ୍ନ କୁମାର ମଳିକ, ସୁଧୀର କୁମାର ପାଣିଗ୍ରାହୀ, ରବୀନ୍ଦ୍ର କୁମାର ପାଣିଗ୍ରାହୀ, ସନତ କୁମାର ସୁବୁଦ୍ଧି, ବିଚିତ୍ର କୁମାର ପାଣିଗ୍ରାହୀ, ଦିଲ୍ଲୀପ ରାଜୁ, ସୁଶାନ୍ତ କୁମାର ବେହେରା, ଶ୍ରୀନିବାସ ସୁବୁଦ୍ଧି, ସୁମନ କୁମାର ପୃଷ୍ଟି, ପ୍ରଶାନ୍ତ କୁମାର ସାହୁ,ପବିତ୍ର କୁମାର ପ୍ରଧାନ, ମଧୁସୂଦନ ମହାପାତ୍ର ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ l ବାହାଡାପଦର ଗାୟତ୍ରୀ ପରିବାର ତରଫରୁ ଅତିଥି ମାନଙ୍କୁ ଚିରାଚରିତ ପ୍ରଥାରେ ସ୍ୱାଗତ କରାଯାଇଥିଲା l ରୋଟାରୀୟାନ ଶ୍ରୀରାମ ପ୍ରସାଦ ପାଳ ଭାଗ୍ୟଶାଳୀ ପୁରସ୍କାର କାର୍ଯ୍ୟକ୍ରମ ପରିଚାଳନା କରି ଅତିଥି ମାନଙ୍କ ଦ୍ୱାରା ଉପହାର ପ୍ରଦାନ କରାଯାଇଥିଲା l "ବିପଦର ବନ୍ଧୁ "ସଂଗଠନର ବହୁ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ lଶେଷରେ ସମ୍ପାଦକ ରୋଟାରୀୟାନ ଗୁପ୍ତେଶ୍ୱର ସୁବୁଦ୍ଧି ଧନ୍ୟବାଦ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମରେ ପlଞ୍ଚଶହରୁ ଊର୍ଧ ବୁଦ୍ଧିଜୀବୀ, ରୋଟାରୀ ପରିବାର ଯୋଗଦେଇଥିଲେ l ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୧୪/୭/୨୦୨୫---୮,୧୦ Sakhigopal News,14/7/2025