ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ
ଭଞ୍ଜନଗର ---- ସ୍ଥାନୀୟ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ଗୃହ ଠାରେ ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ ଉପସଭାପତି ପର୍ଶୁରାମ ସ୍ୱାଇଁଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ସମ୍ପାଦକ ସୁବଳ ଚନ୍ଦ୍ର ଭୂୟାଁ ସମ୍ପାଦକୀୟ ବିବରଣୀ ପାଠ କରିବାପରେ ସଦସ୍ୟ ଅମରବିଳାସ ବେହେରା ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l କେନ୍ଦ୍ର ସରକାର ପେନସନ ଭୋଗୀଙ୍କ ପାଇଁ ନିୟମରେ ପରିବର୍ତ୍ତନ ଆଣି ଆର୍ଥିକ ଅସୁବିଧା କରିବା ଲକ୍ଷ୍ୟରେ ପାର୍ଲିଆମେଣ୍ଟରେ ଚିଠା ପ୍ରସ୍ତାବ ଆଗତ ଉପରେ କ୍ଷୋଭ ପ୍ରକାଶ କରାଯାଇଥିଲା । ଯଦ୍ୱାରା ପେନସନ ଭୋଗୀ ଆର୍ଥିକ କ୍ଷତିର ଘୋର ଦୁର୍ଦିନର ସମ୍ମୁଖୀନ ହେବାସହ ସାମ୍ବିଧାନିକ ମୌଳିକ ଅଧିକlରରୁ ବଂଚିତ ହେବେ l ଏଥିସହ ଭଞ୍ଜନଗର ମୁନିସିପାଲିଟି ଘୋଷଣା, ଘୁମୁସର ଜିଲ୍ଳା ଗଠନ, ରେଳପଥ, ଉପରେ ଗୁରୁତ୍ୱ ଦେବା ପାଇଁ ଆଲୋଚନା କରାଯାଇଥିଲା l ଏଥିରେ ଭଞ୍ଜନଗରର ବହୁବିଧ ଉର୍ନ୍ନତି ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା l ସଂଘ ପାଇଁ ଏକ ସ୍ଥାୟୀଗୃହର ଆବଶ୍ୟକତା ଉପରେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ପାଇଁ ଅନିଲ କୁମାର ପଣ୍ଡା, ସନ୍ତୋଷ କୁମାର ଜେନା, ସୁବାସ ଚନ୍ଦ୍ର ତାରିଣୀ, ଜଗବନ୍ଧୁ ଜେନାଙ୍କୁ ଦାୟିତ୍ୱ ଦିଆଯାଇଛି l ବାର୍ଷିକ ଉତ୍ସବ, ସଭ୍ୟଚନ୍ଦା, ପରିଚୟ ପତ୍ର ଉପରେ ମଧ୍ୟ ଆଲୋଚନା କରlଯାଇଛି l ଶେଷରେ ସନ୍ତୋଷ ଜେନା ଧନ୍ୟବାଦ ପ୍ରଦାନ କରିଥିଲେ l ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୧୫/୭/୨୦୨୫---୮,୨୫ Sakhigopal News,15/7/2025