ଜଟଣୀ ସହରରେ ଓଡିଶା ବନ୍ଦର ସମ୍ୟକ ପ୍ରବାହ , ବ୍ୟବସାୟୀ ଭାଇମାନଙ୍କ ସ୍ୱତଃପ୍ରତ ସମର୍ଥନ
ଜଟଣୀ :-- ବାଲେଶ୍ଵର ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀ ସୋମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ପ୍ରଦାନ କରିବାରେ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ନ୍ୟାୟ ପାଇବାରୁ ବଞ୍ଚିତ ହେବାରୁ ଆତ୍ମାହୁତି ଦେଇ ଛାତ୍ରୀ ଜଣଙ୍କ ମୂତୁବରଣ କରିଛନ୍ତି ।ସସରକାରଙ୍କ ପ୍ରଶାସନିକ ବିଫଳତା ପ୍ରତିବାଦରେ ରାଜ୍ୟର ପ୍ରମ୍ମୁଖ ୮ ଟି ଦଳର ଓଡିଶା ବନ୍ଦ ଡାକରାରେ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିଷ୍ପତି ଅନୁଯାଇ ସମଗ୍ର ରାଜ୍ୟରେ ବନ୍ଦ ଡାକରା ଦିଆଯାଇଛି l ଏହି ପରିପ୍ରେକ୍ଷୀରେ ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନିର୍ଦ୍ଦେଶ କ୍ରମେ ଜଟଣୀ ନଗର କଂଗ୍ରେସ ତରଫରୁ ଜଟଣୀରେ ସମସ୍ତ ଦୋକାନ,ବଜାର,ଶିକ୍ଷା ଅନୁଷ୍ଠାନ,ବ୍ୟାଙ୍କ ଆଦି ପିକେଟିଂ କରି ବନ୍ଦକୁ ସମର୍ଥନ କରିବାକୁ ଅନୁରୋଧ କରାଯାଇଥିଲା l ଏହି ଆଧାରରେ ସଭାପତି ଅଶୋକ କୁମାର ମଙ୍ଗରାଜଙ୍କ ନେତୃତ୍ବରେ ସକାଳୁ ସିତାରାମ ଛକ ଠାରୁ ବାଇକ୍ ଶୋଭା ଯାତ୍ରା ବାହାରି ସହର ପରିକ୍ରମା କରାଯାଇ ଶାନ୍ତିପୂର୍ଣ୍ଣ ଭାବେ ପିକେଟିଂ କରାଯାଇଥିଲା l ସେହିପରି ଅନୁରୂପ ଭାବେ କଂଗ୍ରେସର ଅନ୍ୟ ଏକ ଟିମ୍ ଡ ସନ୍ତୋଷ କୁମାର ଜେନାଙ୍କ ନେତୃତ୍ଵରେ ସହରରେ ବିକ୍ଷୋଭ ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ସ୍ଥାନୀୟ ହରିଭାଇନା ଛକରେ ସରକାର ବିରୋଧୀ ସ୍ଲୋଗାନ ଦେଇ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ l ତେବେ ଦଳ ପକ୍ଷରୁ ସମାନ୍ତରାଳ ଭାବେ ଦୁଇଟି ଟିମ୍ ପକ୍ଷରୁ ଏଭଳି ପ୍ରଦର୍ଶନକୁ ନେଇ ସାଧାରଣରେ ଆଲୋଚନା ଜୋର୍ ଧରିଛି l ଏହି ଆନ୍ଦୋଳନରେ ଜଟଣୀ ବାମପନ୍ଥୀ ଦଳ ସହ ଅନେକ ସାମାଜିକ ଅନୁଷ୍ଠାନ ସାମିଲ ହୋଇ ଥିଲେ l ସାଧାରଣ ଜୀବନଯାତ୍ରା ସ୍ୱାଭାବିକ ଥିଲା l କୌଣସି ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିନଥିଲା l
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୭/୨୦୨୫---୮,୩୫ Sakhigopal News,17/7/2025
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୭/୨୦୨୫---୮,୩୫ Sakhigopal News,17/7/2025