ଭଞ୍ଜନଗରରେ ଓଡିଶା ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ପାଳନ
ଭଞ୍ଜନଗର - ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣାରେ କଂଗ୍ରେସ, କମ୍ୟୁନିଷ୍ଟ ପାର୍ଟି ଏବଂ ବିଭିନ୍ନ ବାମଦଳ ତରଫରୁ ବନ୍ଦ ଡାକରା ଦିଆଯାଇଥିଲା ।ଏନେଇ ଗୁରୁବାର ଭଞ୍ଜନଗରରେ ୧୨ଘଣ୍ଟିଆ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । କୌଣସି ସ୍ଥାନରେ ହିଂସାକାଣ୍ଡ ଘଟି ନଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଜନସାଧାରଣ ବନ୍ଦକୁ ସମର୍ଥନ ଜଣାଇଥିଲେ । ସମସ୍ତ ପେଟ୍ରୋଲ ପମ୍ପ ଓ ଦୋକାନ ବଜାର ବନ୍ଦ ରଖିଥିଲେ । ବନ୍ଦ ଯୋଗୁଁ ବସଷ୍ଟାଣ୍ଡ ଓ ରାସ୍ତାଘାଟ ଖାଁ ଖାଁ ଥିବା ଦେଖିବାକୁ ମିଳିଥିଲା । ଯାତ୍ରୀବାହୀ ବସ ଓ ଚାରି ଚକିଆ ଗାଡି ମଟର ଚଳାଚଳ ବନ୍ଦ ଥୂବା ବେଳେ କେବଳ ଜରୁରୀକାଳୀନ ପରିସ୍ଥିତିରେ କେତେକ ଯାନବାହନ ଚଳାଚଳ କରିଥିବା ଦେଖିବାକୁ ମିଳିଥିଲା । କଂଗ୍ରେସ ର ପ୍ରଶାନ୍ତ କୁମାର ବିଷୋୟୀ, କୁଲୁ ଭୂୟାଁ , କମ୍ୟୁନିଷ୍ଟ ପାର୍ଟି ନେତା ସୋମନାଥ ନାୟକ, ନିରାକାର ନାୟକଙ୍ଗ ସମେତ କର୍ମୀ ଏବଂ ସମର୍ଥକ ମାନେ ଭଞ୍ଜନଗର ସହରର ସମସ୍ତ ପ୍ରବେଶ ପଥ ଯଥା ବେଲଗୁଣ୍ଠା ରୋଡ଼, ବ୍ଲକ ଛକ, ଚକରା ବିଷୋୟୀ ବାଇପାସ ରୋଡ଼, ବଡ଼ କୋଦଣ୍ଡା ଛକ ମାନଙ୍କରେ ପିକେଟିଂ କରିଥିଲେ । ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପୋଷ୍ଟ ଅଫିସ ଆଦି ବନ୍ଦ ରହିଥିଲା । ପିସିସି ସଦସ୍ୟ ଦେବୀ ପ୍ରସାଦ ବିଷୋୟୀ, ସୁକାନ୍ତ କୁମାର ଦିଗାଲ, ବିଦ୍ୟାଧର ପ୍ରଧାନ ଏବଂ ଆଇନଜୀବୀ ଅଭିମନ୍ୟୁ ଗୌଡଙ୍କ ସମେତ ବହୁ ସମର୍ଥକ ମାନେ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ସ୍ଥାନୀୟ ପୋଲିସ ପକ୍ଷରୁ ସୁରକ୍ଷା ଦୃଷ୍ଟିରୁ ସତର୍କ ନଜର ରଖାଯିବା ସହ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ରହିଥିଲେ । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୧୭/୭/୨୦୨୫---୭,୩୫ Sakhigopal News,17/7/2025