>>
  • ସତ୍ୟବାଦୀରେ ବିଶ୍ବ ପରିବେଶ ସୁରକ୍ଷା ସପ୍ତାହ ଉଦ୍‌ଯାପିତ
  • ଜଟଣୀ ଶତକଡା ୪୭ ପ୍ରତିଶତ ଉପସ୍ଥାନରେ ଖୋଲିଲା ହାଇସ୍କୂଲ

    Jatani opened the high school with a 47 percent attendance rate


    ଜଟଣୀ---- ଦିର୍ଘ ୨ବର୍ଷ ବ୍ୟବଧାନପରେ ସୋମବାର ଜଟଣୀବ୍ଲକର ସମସ୍ତ ହାଇସ୍କୂଲଗୁଡିକ ଖୋଲିଛି । ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀଗୃହକୁ ବିଶୋଧନ କରାଯିବା ସହିତ ଛାତ୍ରଛାତ୍ରୀମାନଙ୍କ ତାପମାତ୍ରା,ମାସ୍କ ପରିଧାନ ଏବଂ ହାତ ବିଶୋଧନ କରାଯାଇ ସ୍କୂଲଗୃହକୁ ପ୍ରବେଶ କରାଯାଇ ପାଠପଢା ଆରମ୍ଭ ହୋଇଛି ।  ୮ମ ଶ୍ରେଣୀ ପୁର୍ବାହ୍ନ ୧୦ଟାଠାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ  ଏବଂ ୧ଟାଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ୯ମ ଶ୍ରେଣୀଠାରୁ ଦ୍ୱାଦଶ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ସ୍କୂଲ ଖୋଲାଯାଇ ଛାତ୍ରଛାତ୍ରୀମାନେ ପାଠପଢିଥିଲେ  । ସୋମବାର ଶତକଡା ୪୭ ପ୍ରତିଶତ ଉପସ୍ଥାନ ହୋଇଥିଲା  । ପ୍ରଥମ ଦିନରେ ଜଟଣୀବ୍ଲକର ସମସ୍ତ ହାଇସ୍କୂଲର ୪୬୦୪ ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୨୧୬୮ଜଣ ଛାତ୍ରଛାତ୍ରୀ ଆଜି ସ୍କୂଲ ଆସିଥିଲେ । ଏନେଇ ଜଟଣୀବ୍ଲକର ଓରକଳ ଉଚ୍ଚପ୍ରାଥମିକ ବିଦ୍ୟାଳୟ, କୁହାର କ୍ଷେତ୍ରପାଳୀ ହାଇସ୍କୂଲ, ଜାମୁକୋଳିର ଲବଣଗିରୀ ହାଇସ୍କୂଲ, କନ୍ତିଆ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚବିଦ୍ୟାଳୟ ପ୍ରଭୃତି ସ୍କୂଲଗୁଡିକୁ ବ୍ଲକ ଶିକ୍ଷାଧିକାରିଣୀ ରଶ୍ମିବାଳା ପରିଡା ପରିଦର୍ଶନରେ ଆସିଥିଲେ । ଚଳିତ ୧୪ ତାରିଖରୁ ଖୋଲିବ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ବୋଲି କହିଛନ୍ତି ବିଇଓ । ଅନ୍ୟପକ୍ଷରେ ଆଜି ସ୍କୂଲ ଖୋଲାଯାଇଥିଲେ ମଧ୍ୟ ଅଫଲାଇନ ଓ ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀମାନେ ପାଠପଢିପାରିବେ ବୋଲି କୁହାଯାଇଛି । 


    ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୭/୨/୨୦୨୨---୯,୨୫ 

       Sakhigopal News, 7/2/2022


    Blog Archive

    Popular Posts