ସତ୍ୟବାଦୀ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ୟୁନିଅନ୍ ସଭାପତି ଙ୍କର ସରକାରୀ ସେବା ନିବୃତ୍ତି
ଶନିବାର ଦିନ ଶ୍ରୀରାମଚନ୍ଦ୍ରପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ସତ୍ୟବାଦୀ ବ୍ଲକ୍ ପ୍ରାଥମିକ ଶିକ୍ଷକ ୟୁନିଅନ୍ ସଭାପତି ଶ୍ରୀ ପ୍ରହଲ୍ଲାଦ ଦାଶ ସରକାରୀ ଚାକିରୀ ରୁ ଅବସର ଗ୍ରହଣ କରିଛନ୍ତି।ଏହି ଅବସରରେ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ମାନଙ୍କ ଅନୁପସ୍ଥିତି(ଗ୍ରୀଷ୍ମାବକାଶ ହେତୁ)ରେ ଏକ ନିରାଡ଼ମ୍ବର ସମ୍ବର୍ଦ୍ଧନା ଉତ୍ସବ ର ଆୟୋଜନ କରାଯାଇଥିଲା।ଏହି ଉତ୍ସବ ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପାଚକ , ପାଚିକାତଥା ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀ ସନ୍ତୋଷ ଚନ୍ଦ୍ର ମିଶ୍ର ଏବଂ ଅନ୍ୟ ସମସ୍ତ ସଭ୍ୟ,ସଭ୍ୟା ପ୍ରଧାନଶିକ୍ଷକ ଶ୍ରୀ ଦାଶ୍ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ।ବିଦ୍ୟାଳୟ ର ବରିଷ୍ଠ ସହକାରୀ ଶିକ୍ଷକ ଶ୍ରୀ ରାମଚନ୍ଦ୍ର ଦାଶ ଉକ୍ତ ଉତ୍ସବରେ ଅଧ୍ୟକ୍ଷତା କରି
ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ଦାଶ ଙ୍କର କର୍ମମୟ ଜୀବନ ରେ ସମୟାନୁବର୍ତ୍ତିତା, କର୍ତ୍ତବ୍ୟନିଷ୍ଠା, ଛାତ୍ରବତ୍ସଳତା, ସାଙ୍ଗଠନିକ ଦକ୍ଷତା, ନିର୍ଭୀକତାଏବଂ ସଚ୍ଚୋଟତା ଉପରେ ଆଲୋକପାତ କରିବା ସହିତପ୍ରଭୁ ଜଗନ୍ନାଥଙ୍କ ନିକଟରେ ସୁସ୍ଥ ଏବଂ ନିରାମୟ ଅବସରୋତ୍ତର ଜୀବନ କାମନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଚନ୍ଦ୍ର ବ୍ରହ୍ମପୁର ଉନ୍ନୀତ ଉ.ପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସତ୍ୟବାଦୀ ସ୍ବାଇଁ ଏବଂ ପରହଟ ୟୁ.ଜି.ୟୁ.ପି ବିଦ୍ୟାଳୟ ର ସହକାରୀ ଶିକ୍ଷକ ଶ୍ରୀ ବିଜୟ କୁମାର ଦାସ ଯୋଗଦାନ କରି ବିଦାୟୀ ଶିକ୍ଷକ ଶ୍ରୀ ଦାସ ଙ୍କର ଚାକିରୀ ଜୀବନର ସଫଳତା ଏବଂ ସତ୍ୟବାଦୀ ପ୍ରାଥମିକ ଶିକ୍ଷକ ସଙ୍ଗଠନ ରେ ତାଙ୍କର ସାଙ୍ଗଠନିକ ଦକ୍ଷତା ଓ କାର୍ଯ୍ୟଶୈଳୀ ସମ୍ପର୍କରେ ଆଲୋକପାତ କରିଥିଲେ। ଶ୍ରୀରାମଚନ୍ଦ୍ରପୁର ସାଧନ କେନ୍ଦ୍ର ସଂଯୋଜକ, ଶ୍ରୀ ସୁମନ୍ତ କୁମାର ପାଲ୍ ସଭାରେ ଉପସ୍ଥିତ ରହି ସଭାକାର୍ଯ୍ୟ ପରିଚାଳନା କରିବା ସହିତ ସେବା ନିବୃତ ପ୍ରଧାନ ଶିକ୍ଷକ ଶ୍ରୀ ଦାଶ ଙ୍କର କାର୍ଯ୍ୟାବଳୀ ର ଭୂୟସୀ ପ୍ରଶଂସା କରିଥିଲେ। ସର୍ବଶେଷରେ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଶ୍ରୀ ଦିବ୍ୟରଞ୍ଜନ୍ ଦାଶ ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୧/୫/୨୦୨୫--୮,୪୫ Sakhigopal News,31/5/2025