ସ୍କୂଲ ପରିସରରେ ଗୋଷ୍ଠୀଗୃହ ନିର୍ମାଣକୁ ବିରୋଧ
Opposition groups called for a boycott of the school.
ଜଟଣୀ----- ସ୍କୂଲ ପରିସରରେ ସ୍ୱୟଂ ସହାୟକ ଗୋଷ୍ଠୀ ଗୃହ ନିର୍ମାଣକୁ ସ୍ମୂଲ ପରିଚାଳନା କମିଟି ଓ ଶିକ୍ଷକମାନେ ବିରୋଧ କରିଛନ୍ତି । ତୁରନ୍ତ ଏହାକୁ ବନ୍ଦ କରିବାକୁ ଦାବି କରିଛନ୍ତି । ଉକ୍ତ ସ୍କୂଲ ପରିସରରେ ପାର୍କ ନିର୍ମାଣକୁ ବିରୋଧ କରାଯାଇଥିବା ବେଳେ ଗୋଷ୍ଠୀଗୃହ ନିର୍ମାଣକୁ ନିର୍ଦ୍ଦେଶ ଦେଲା କିଏ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୁଦିଆରୀସ୍ଥିତ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ କ୍ୟାମ୍ପସ ପରିସରରେ ବାବା ସୋମନାଥ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଲାଗି କମ୍ୟୁନିଟି ହଲ ପାଇଁ କାର୍ଯ୍ୟାରମ୍ଭ ହୋଇଥିଲା । ସ୍କୂଲ ପରିସରରେ ଗୋଷ୍ଠିଗୃହ ନିର୍ମାଣ ହେଲେ ପିଲାମାନଙ୍କର ପାଠପଢାରେ ବ୍ୟାଘାତ ହେବ । ସ୍କୂଲର ପରିଚାଳନା କମିଟି ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ଏହାକୁ ବାରଣ କରିଛନ୍ତି । ମାତ୍ର ଏହାକୁ ଭୃକ୍ଷେପ ନକରି ନିର୍ମାଣ କାର୍ଯ୍ୟ ବଳବତର ରଖାଯାଇଥିଲା । ତେବେ ଏନେଇ ସ୍କୂଲ ପରିଚାଳନା କମିଟିକୁ ଅବଗତ କରାଯାଇଥିଲା । ସ୍କୂଲ ପରିଚାଳନା କମିଟି ଓ ଶିକ୍ଷକଶିକ୍ଷୟତ୍ରୀ ମଧ୍ୟରେ ଏକ ବୈଠକ କରାଯାଇ ସେଠାରେ ଗୋଷ୍ଠୀଗୃହ ନିର୍ମାଣ ବନ୍ଦ କରାଯିବାକୁ ସିଦ୍ଧାନ୍ତ ନିଆଯାଇଥିଲା ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୭/୨/୨୦୨୨—୯,୨୦
Sakhigopal News, 7/2/2022