ଆମିଷ ବଜାର ପାଇଁ ମୁଖ୍ୟ ରାସ୍ତା ଅବରୋଧ; ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ
ଜଟଣୀ :--ଜଟଣୀ ମୁଖ୍ୟରାସ୍ତା ହରିଭାଇନା ଛକରୁ ତାଳଖେତା ଛକ ଜଟଣୀ ଗେଟ ଦେଇ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଏହି ରାସ୍ତାର ଉଭୟ ପାର୍ଶ୍ଵ ସରକାରୀ ଜମିରେ ବେଆଇନ ଭାବେ ଉଠା ଦୋକାନୀ ଗଢିଉଠିଛି । ଏଥି ଯୋଗୁଁ ମୁଖ୍ୟ ରାସ୍ତା ସଂକୀର୍ଣ୍ଣ ହେବାରେ ଲାଗିଛି l ବର୍ତ୍ତମାନ ଦେଖିବାକୁ ଗଲେ ବେସରକାରୀ ଶିକ୍ଷାନୁଷ୍ଠାନ ସେଣ୍ଟ ଜ୍ୟାଭିଏର ଇଂରାଜୀ ବିଦ୍ୟାଳୟ ନିକଟରେ ଥିବା ରାସ୍ତା କଡରେ ଗଢି ଉଠିଥିବା ଅସ୍ଥାୟୀ ମାଛ ଦୋକାନରେ ସପ୍ତାହର ବୁଧବାର, ଶୁକ୍ରବାର ଏବଂ ରବିବାର ଏହି ତିନିଦିନ ଆମିଷ ବାରରେ ମାଛ ଦୋକାନରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି l ରାସ୍ତା କଡରେ ଦୋକାନ ହେତୁ ଗ୍ରାହକ ମାନେ ରାସ୍ତା ଉପରେ ଗାଡି ରଖିବା ଫଳରେ ମୁଖ୍ୟ ରାସ୍ତାଟି ଜାମ ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି କରେ l ନିକଟରେ ସରକାରଙ୍କ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାହା ଫଳରେ ରୋଗୀଙ୍କ ଯିବାଆସିବା ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥାଏ l ସମୟ ସମୟରେ ଆମ୍ବୁଲାନ୍ସ ଯିବାଆସିବାରେ ମଧ୍ୟ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥାଏ l ଆମିଷ ଦୁର୍ଗନ୍ଧରେ ପରିବେଶ ଦୂଷିତ ହୋଉଛି l ଏହି ବାବଦରେ ବିଦ୍ୟାଳୟ କତୃପକ୍ଷ ଅନେକ ଥର ପୌରପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ପୌରପ୍ରଶାସନର କାର୍ଯ୍ୟାନୁଷ୍ଠାନ ଶୂନ l ସବୁ ଜାଣି ପୌରପ୍ରଶାସନ ନିରବ କାହିଁକି l ପରୋକ୍ଷରେ ରାସ୍ତା ଅବରୋଧ ପାଇଁ ଟଙ୍କା ଖାଇ ସାହାଯ୍ୟ କରୁଛି କି ପୌରପ୍ରଶାସନ ତାହା ସାଧାରଣରେ ଚର୍ଚ୍ଚା ହେଉଛି l କାହା ସ୍ୱାର୍ଥରେ ପୌରପ୍ରଶାସନ ଜନସାଧାରଣଙ୍କ ହିତରେ ନା ଜମି ମାଫିଆ,ପ୍ରଭାବଶାଳୀ ବ୍ୟକ୍ତି ନା ଦୁର୍ନୀତିଖୋର ନେତାଙ୍କ ସାହାଯ୍ୟରେ l ଏଠି କହିବା କାହାକୁ ଶୁଣିବ କିଏ ?