Breaking News

ସମ୍ପତ୍ତି ବାଡିକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ଶାଳୀ କୁ ହାଣିଲା ଭିଣୋଇ

 
ଭଂଜନଗର – ଆଶାକର୍ମୀଙ୍କୁ ଗାଁ ଦାଣ୍ଡରେ ହାଣି, ବିଭତ୍ସ ହତ୍ୟା । ଘରୋଇ ଜମିଜମା ବିବାଦକୁ କେନ୍ଦ୍ରକରି  ଶାଳୀକୁ, ଭିଣୋଇ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ଥାନାରେ। ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଚଢିଆପଲ୍ଲୀ ଗାଁରେ ଘଟିଛି ଏଭଳି ହତ୍ୟାକାଣ୍ଡ । ମୃତକ ସେହି ଗାଁର  ବିଜୟଲକ୍ଷ୍ମୀ ତ୍ରିପାଠୀ । ସେ ଆଶାକର୍ମୀ ଭାବେ କାର୍ଯ୍ୟ କରୁଥିବା ବେଳେ, ଚଢିଆପଲ୍ଲୀ ସ୍ଥିତ ଭିଣୋଇ  ରାମଚନ୍ଦ୍ର ତ୍ରିପାଠୀଙ୍କ ଘରେ ରହି ଆସୁଥିଲେ । ପୂର୍ବରୁ ମଧ୍ୟ ଏହି ଜମିଜମା ବିବାଦକୁ କେନ୍ଦ୍ରକରି ଉଭୟ ଶାଳୀ  ଓ ଭିଣୋଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ବିଜୟଲକ୍ଷ୍ମୀ ଆହତ ହୋଇଥିଲେ । ଏବଂ ସଂପୃକ୍ତ ଭିଣୋଇ ଜେଲ୍ ଯାଇଥିଲେ । ଏବେ ସେହି ବିବାଦ ପୁଣି ଉଗ୍ର ରୂପ ନେଇଥିଲା ।  ବିଜୟଲକ୍ଷ୍ମୀ ନିଜ ଗାଁରେ ଥିବା ଖଳା କୁ ଯାଇଥିବା ବେଳେ ଭିଣୋଇ ଏକ ଧାରୁଆ ଅସ୍ତ୍ରରେ ବିଜୟଲକ୍ଷ୍ମୀଙ୍କୁ  ଗାଁ ଦାଣ୍ଡରେ ଅତି ବିଭତ୍ସ ଭାବେ ହାଣି ହତ୍ୟା କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ଜଗନ୍ନାଥପ୍ରସାଦ ଥାନା ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରି ଭଂଜନଗର ମେଡିକାଲରେ ବ୍ୟବଛେଦ କରିଛି । ଏନେଇ  ଏକ ହତ୍ୟା ମାମଲା ରୁଜୁ କରି  ଅଭିଯୁକ୍ତ ଭିଣୋଇକୁ, ଥାନାରେ ଅଟକ ରଖିଛି ପୋଲିସ । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୫/୬/୨୦୨୫---୬,୪୫ Sakhigopal News,5/6/2025

Blog Archive

Popular Posts