ହାର୍ଡୱେର ଦୋକାନ ରେ ଅଗ୍ନିକାଣ୍ଡ , ଅଘଟଣରୁ ବର୍ତିଗଲେ କର୍ମଚାରୀ
A fire broke out at a hardware store, leaving workers stranded
ଭଞ୍ଜନଗର---ଭଞ୍ଜନଗର ନିକଟସ୍ଥ ବାଉଁଶଲୁଣ୍ଡି ଏକ ହାର୍ଡୱେର ଦୋକାନ ରେ ଅଗ୍ନିକାଣ୍ଡ ଘଟି ଏକ ନିଶ୍ଚିତ ବିପଦ ଟଳିଯାଇଛି । ନିକଟସ୍ଥ ପଣ୍ଡା ହାର୍ଡୱେର ଷ୍ଟୋର ରେ ଘଟିଥିଲା ଏଭଳି ଘଟଣା । ଅଗ୍ନିଶମ ବିଭାଗ ଅଧିକାରୀ ଙ୍କ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ , ସୋମବାର ଦିନ ପ୍ରାୟ ଗୋଟାଏ ବେଳେ ଦୋକାନ ମଧ୍ୟରେ ଅଗ୍ନିକାଣ୍ଡ ଘଟିଥିଲା । କୌଣସି ପୁରୁଣା ରସାୟନିକ ଗୁଣ୍ଡରୁ ପ୍ରତିକ୍ରିୟା ଘଟି ନିଆଁ ଲାଗିଥିଲା କୁହାଯାଇଛି । ଫଳରେ ଷ୍ଟୋର ରେ କାମ କରୁଥିବା କିଛି କର୍ମଚାରୀ ଦୋକାନ ବାହାରକୁ ଚାଲି ଆସିଥିଲେ । ଏବଂ ଭଂଜନଗର ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଦୋକାନ ଭିତରେ ନିଆଁ ର ପ୍ରକୋପ ବୃଦ୍ଧି ପାଇବା ପୂର୍ବରୁ , ନିଆଁ କୁ ନିୟନ୍ତ୍ରଣ କରିଦେଇଥିଲେ । ଫଳରେ ଅଗ୍ନିକାଣ୍ଡ ର ଭୟାବହ ରୋକାଯିବା ସହ ଅନ୍ୟ କୈାଣସି ରସାୟନିକ ପଦାର୍ଥ ରେ ନିଆଁ ଲାଗି ଭୟାବହ ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ , ତାହାକୁ ରୋକି ଦିଆଯାଇଥିବା କହିଛନ୍ତି ଅଗ୍ନିଶମ ବିଭାଗ ଅଧିକାରୀ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୭/୨/୨୦୨୨----୯,୪୦
Sakhigopal News,7/2/2022