Breaking News

ସରକାରୀ ପୋଷ୍ଟ ଅଫିସରେ ପଶି ଆସବପତ୍ର ଭଙ୍ଗାରୁଜା ଓ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ଦୁଇ ଯୁବକ ଗିରଫ

ସାକ୍ଷୀଗୋପାଳ --- ସାକ୍ଷୀଗୋପାଳ ପୋଷ୍ଟ ଅଫିସ ଅଧିନରେ ଥିବା ମଧୁବନ ପଞ୍ଚାୟତ ର ଡାହାଣ ପୋଷ୍ଟ ଅଫିସ କାର୍ଯ୍ୟାଳୟ ପରିସରକୁ  ଦୁଇ ଜଣ ଯୁବକ ପଶି କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଗାଳି ଗୁଲଜ କରିବା ସହ ଅଫିସର ଆସବପତ୍ର ଭଙ୍ଗାରୁଜା କରିଥିଲେ । ଏ ସମ୍ପର୍କରେ ଡାହାଣ ପୋଷ୍ଟ ଅଫିସ ର ଅଧିକାରୀ ରୋଜାଲିନା ବେହେରା ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ କ୍ରମେ ସତ୍ଯବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ୧୮୦/୨୦୨୫ରେ ଏକ କେସ ରୁଜୁ କରି ତଦନ୍ତ କରିଥିଲେ । ଅଭିଯୋଗ କ୍ରମେ ଡାହାଣ ଗ୍ରାମ ର ପୃଥିରାଜ ସ୍ବାଇଁ ଓ 
ସୈ।ମରଞ୍ଜନ ସ୍ବାଇଁ ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୁଚନା ମିଳିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩/୬/୨୦୨୫ ---୯,୨୦ Sakhigopal News,3/6/2025

Blog Archive

Popular Posts