ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ଦାଶଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଦାଶ ପ୍ରଥମେ ୧୯୮୯ମସିହାରୁ ବୁର୍ଲା ଏନଏସି ମହାବିଦ୍ୟାଳୟ ଠାରେ ଅଧ୍ୟାପକ ଚାକିରୀ ଜୀବନ ଆରମ୍ଭ କରିଥିଲେ। ପରେ ବଦଳି ହୋଇ ଶ୍ରୀ ଦାଶ ୨୦୧୭ ରେ ରେମଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ପ୍ରାଧ୍ୟାପକ ଭାବେ ଯୋଗଦେଇ ଥିଲେ। ଜୁନ ୨୦୨୪ ରୁ ମେ ୩୧ / ୨୦୨୫ ପର୍ଯ୍ୟନ୍ତ ଅଧ୍ୟକ୍ଷ ଦାଇତ୍ବ ତୁଲାଇଥିଲେ। ତାଙ୍କର ଅଧ୍ୟକ୍ଷ ସମୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ହୋଇଥିଲା। ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଅଧ୍ୟାପିକା ରାଜଲକ୍ଷ୍ମୀ ପ୍ରଧାନ, ଆଶିଷ କୁମାର ଭୋଇ, ରବିନାରାୟଣ ବଘାର, ସୁଜିତ ସାହୁ, ଅର୍ଜୁନ ଦୋରା, ବିରଞ୍ଚି ମହାଣା, ଅନୁପ କୁମାର ଭୋଇ, ଅର୍ଜୁନ ପ୍ରଧାନ, ଶିଶିର ସାହୁ, ଫଣୀନ୍ଦ୍ର ମିରିଗ, ଉମେଶ ରାଉତିଆ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ଦାଶଙ୍କୁ ଫୁଲତୋଡ଼ା, ଉପଢୌକନ ସହିତ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଦେଇ ସମ୍ବର୍ଦ୍ଧିତ କରି ବିଦାୟ ଦେଇଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ,୩୧/୫/୨୦୨୫----୮,୪୫ Sakhigopal News,31/5/2025