Breaking News

ଟାଟା ପାୱାର ର ଲୁଚକାଳି ଖେଳରେ ହିନସ୍ଥା ଭୋଗୁଛନ୍ତି ଉପୋଭକ୍ତା




ଜଟଣୀ :-ସହରରେ ପ୍ରିପେଡ଼ ମିଟର କନେକ୍ସନ ଟାଟାର ଲୁଚକାଳି ଖେଳରେ ହିନସ୍ଥା ଭୋଗୁଛନ୍ତି ଉପୋଭକ୍ତା l ସୂଚନା ମୁତାବକ ଜଟଣୀ ସହରରେ ଚାଲିଛି ଟାଟା ପାୱାର ର ଉପୋଭକ୍ତା ଙ୍କ ଉପରେ ଦମନ ଲୀଳା l ଘରେ ଲାଗିଥିବା ଇଲେକ୍ଟ୍ରି ମିଟର ବିନା ଲାବ୍ରୋଟରି ଟେଷ୍ଟରେ ଖରାପ କହି ଉପୋଭକ୍ତା ଙ୍କ ଠାରୁ ମନକୁ ମନ ଏକ ଆନୁମାନିକ ବିଲ କରି ହଜାର ହଜାର ଟଙ୍କା ଲୁଟି ମାଲେ ମାଲ ଟାଟା ବିତରଣ କମ୍ପାନୀ l ଯେଉଁ ମିଟରରୁ ପ୍ରତ୍ୟକ ମାସରେ ଉପଭକ୍ତା ରିଡିଙ୍ଗ ଅନୁଯାଇ ବିଲ ପୈଠ କରୁଥାଏ ହଠାତ ମିଟର ଚାଲୁ ଅବସ୍ଥାରେ ମିଟର ଖରାପ ହେବା ଆଶ୍ଚର୍ଯ୍ୟ ବିଷୟ l ଜଣେ ଉପୋଭକ୍ତା ବାରମ୍ବାର ଏହା ଉପରେ ଅଭିଯୋଗ ପରେ ଏକ ନୂତନ ସ୍ମାର୍ଟ ମିଟର ବସା ଯାଏ l ପରବର୍ତ୍ତୀ ମାସର ନୂତନ ବିଲ ରେ ପୂର୍ବ ମାସ ଗୁଡିକର ଅତ୍ୟଧିକ ଏରୀଏର ବିଲ ପ୍ରଦାନ କରି ଉପୋଭକ୍ତା ଙ୍କ ଉପରେ ଆର୍ଥିକ ଚାପ ସୃଷ୍ଟି କରିଥାନ୍ତି l ଜଣେ ନୂତନ ଉପୋଭକ୍ତା ନିଜର ନୂତନ ଇଲେକ୍ଟ୍ରି ସଂଯୋଗ ପାଇଁ ସରକାରୀ ନିୟମ ସହ ଟାଟା ବିତରକ କମ୍ପାନୀର ଅନେକ ନିୟମ ଥାଏ l ପ୍ରଥମେ ଏକ  ୧୦ ଟଙ୍କିଆ କୋର୍ଟ ପେପର ରେ ନୋଟାରୀ  ଏଗ୍ରିମେଣ୍ଟ ପେପର, ଅନଲାଇନ ମାଧ୍ୟମରେ କିଲୋୱାଟ ହିସାବରେ ଟଙ୍କା ଦାଖଲ କରି  ତାର ଏକିକିତା ନକଲ କାର୍ଯ୍ୟାଳୟରେ ଦାଖଲ କରିବାକୁ ପଡେ l ସେତିକିରେ କାମ ସରେନି ଅନେକ ଥର ଦୌଡ଼ିଲା ପରେ ଏସଡ଼ିଓ ସାରଙ୍କ ନିୟମ ଚାଲେ l ସେହି ସ୍ଥାନକୁ ଏଲକ୍ଟ୍ରି ସଂଯୋଗ ପ୍ରଥମରୁ ଯାଇଛିକି ନାହିଁ l ଯଦି ଯାଇଥାଏ ତେବେ ସଂଯୋଗୀ କରଣ ଖୁଣ୍ଟ ଠାରୁ ଘରର ଦୂରତ୍ୱ କେତେ l ସେଠୁ ତାଗିଦ ହୁଏ ଏକ ଖୁଣ୍ଟ ବାବଦକୁ ୩୦ ରୁ ୪୦ ହଜାର ଖର୍ଚ୍ଚ କରିବାକୁ ପଡିବ l ପରେ ପୁଣି ଯେଉଁ ମାନେ ଇଲେକ୍ଟ୍ରି ସଂଯୋଗ କରିବାକୁ ଯିବେ ସେମାନଙ୍କୁ ଖର୍ଚ୍ଚ ବାବଦକୁ ୨ହଜାର ଟଙ୍କା ହାତଗୁଞ୍ଜା ଦେବାକୁ ପଡେ l ନହେଲେ ଇଲେକ୍ଟ୍ରି ସଂଯୋଗ ହୋଇପାରିବ ନାହିଁ l  ଜଣେ ମଧ୍ୟବିତ୍ତ ଶ୍ରେଣୀର ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହୋଇ ଧାର କରଜ କରି ବିଦ୍ୟୁତ ସଂଯୋଗ ନେଇଥାଏ l କୁସୁମାଟି ଛଣଘର ମୌଜା ରେ ଯେତେ ଜଗନ୍ନାଥ ଜମିରେ ହୋଇଥିବା ବେଆଇନ ଗୃହକୁ ବିଦ୍ୟୁତ ସଂଗ୍ରହ ପାଇଁ ସରକାରୀ ନିୟମ ଛାଡି ସ୍ଥାନୀୟ ସରପଞ୍ଚ ସହ ସଲା ସୁତରାରେ ସରପଞ୍ଚ ନିକଟରୁ ଏକ ସଂଯୋଗୀ କରଣ ଲେଖା ପାଇଁ ପାଞ୍ଚ ହଜାର ଦେବାକୁ ପଡିଥାଏ ଏହା ମଧ୍ୟ ନଜିର ଅଛି l ଦୁଃଖର ବିଷୟ ଜଣେ ସାଧାରଣ ଲୋକର ବିଦ୍ୟୁତ ସଂଯୋଗ ନିମନ୍ତେ ଅନେକ ନିୟମ ଟାଟା ପାୱାର ପ୍ରଣୟନ କରିଥାଏ l କିନ୍ତୁ ସହରରେ ଦେଖିବେ ଯେତେ କ୍ଷୁଦ୍ର,ମଧ୍ୟମ ଏବଂ ବୃହତ୍ତର କଳ କାରଖାନା ମାନ ଯଥା ଡାଲି, ତେଲ, ଅଟା, ଚାଉଳ ମିଲ l ଷ୍ଟିଲ, ଲୁହା ଗ୍ରିଲ ଦୋକାନ, ଇଲେକ୍ଟ୍ରି ଓଲଡିଂ ଦୋକାନ ମାନଙ୍କରେ କମରସିଆଲ ମିଟର ନ ବସାଇ ସେଠାରେ ଘରୋଇ ମିଟର ବସା ଯାଇ ଚୋରାରେ ଟାଟା ବିତରଣ କମ୍ପାନୀ ଭଲ ଅର୍ଥ ରୋଜଗାର କରିଥାନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l ସେମାନଙ୍କର ନିଜସ୍ୱ ଟ୍ରାନ୍ସଫର୍ମର ନାହିଁ ଏବଂ ମିଟର ଗୁଡିକ ନିଜ ପରିବେଶରେ ବସା ଯାଇଥାଏ l ଯାହା ଫଳରେ ସେମାନେ ନିଜର ଟ୍ରାନ୍ସଫର୍ମର କୁ ନିଜ ଆୟତରେ ରଖି ଟ୍ୟାମ୍ପାରିଙ୍ଗ କରିବାର ଅଭିଯୋଗ ହୋଇଛି l ପ୍ରଭାବ ଶାଳୀ ବ୍ୟକ୍ତି ମାନେ ନିଜ ବାସଗୃହକୁ ଘରୋଇ ସଂଯୋଗୀ କରଣ କରି ସେଥିରୁ ଚୋରାରେ ବ୍ୟବସାୟୀ କରଣକୁ ସଂଯୋଗ ଦେଇଥାନ୍ତି l ବଜାର ମାନଙ୍କରେ ଦେଖିବେ ଗୋଟିଏ ଦୋକାନରେ ବିଦ୍ୟୁତ ସଂଯୋଗ ଥାଏ ସେଥିରୁ ପାଖାପାଖି ଦଶଟି ଦୋକାନ ଚୋରାରେ ବିଦ୍ୟୁତ ସଂଯୋଗ ହୋଇ ଥାଏ l ବିଭିନ୍ନ କଲ୍ୟାଣ ମଣ୍ଡପରେ ନିଜର ବିଦ୍ୟୁତ ସଂଯୋଗୀ କରଣ ନ ନେଇ ବିବାହ, ବ୍ରତର କାର୍ଯ୍ୟକ୍ରମରେ ଭଡା ଦେଇ ହଜାର ହଜାର ଟଙ୍କା ରୋଜଗାର କରନ୍ତି କିନ୍ତୁ ଚୋରାରେ ହୁକ ପକାଇ ବିଦ୍ୟୁତ ସଂଯୋଗ କରିଥାନ୍ତି l ଟାଟା ବିତରଣ କମ୍ପାନୀର ଏଥିପ୍ରତି ନଜର କାହିଁକି ନାହିଁ l ନା ଜାଣିଶୁଣି ଧୃତରାଷ୍ଟ୍ର ସାଜିଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଆହୁରି ଦେଖିବାକୁ ଗଲେ ସହରର ଓଭର ବ୍ରିଜ ତଳ ଏକ ନିଷିଦ୍ଧାଞ୍ଚଳ ବୋଲି ସରକାରଙ୍କ ଦ୍ୱାରା ଘୋଷିତ ଅଛି କିନ୍ତୁ କେଉଁ ଆଧାରରେ ସେଠାରେ ବେନିୟମ ଭାବେ ଗଢି ଉଠିଥିବା ଉଠା ଦୋକାନୀକୁ ବିଦ୍ୟୁତ ସଂଯୋଗ ହେଉଛି l ଏହା ଏକ ବଡ଼ ପ୍ରଶ୍ନବାଚୀ l ଏପରି ଅନେକ ଦୁର୍ନୀତିରେ ଡୁବି ରହିଛି ଟାଟା ବିତରଣ କେନ୍ଦ୍ର ବୋଲି ବୁଦ୍ଧିଜୀବୀ ଙ୍କ ମତ ପ୍ରକାଶ ପାଇଛି l ଏହାକୁ ରାଜ୍ୟ ବିଜିଲାନ୍ସ ବିଭାଗ ଏହାର ତଦନ୍ତ ଭାର ନେଇ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୪/୬/୨୦୨୫---୭,୪୫ Sakhigopal News,4/6/2025

Blog Archive

Popular Posts