ରାଜରାଣୀ' ଏକ୍ସପ୍ରେସ ଟ୍ରେନରୁ ଉଦ୍ଧାର ; ପରିବାର ସଦସ୍ୟଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ନିରୀହ ବାଳିକାଙ୍କୁ ବିଦେଶ ଚାଲାଣ ଅଭିଯୋଗ
ଜଟଣୀ:-- ଗୁଣୁପୁର-ରାଉଲକେଲା "ରାଜରାଣୀ" ଏକ୍ସପ୍ରେସ ଟ୍ରେନରୁ ଉଦ୍ଧାର ହେଲେ ଖ୍ରୀଷ୍ଟ ଧର୍ମର ସିଷ୍ଟର ସମେତ ଚାରି ନାବାଳିକା l ସୂଚନା ମୁତାବକ ଗତ ଶନିବାର ସନ୍ଧ୍ୟାରେ ଗୁଣୁପୁର, ବ୍ରହ୍ମପୁର, ଛତ୍ରପୁର ଏପରି ଭିଭିନ୍ନ ସ୍ଥାନରୁ ଖ୍ରୀଷ୍ଟିଆନ ଧର୍ମନ୍ଧିକରଣ ନାମରେ ପରିବାର ସଦସ୍ୟଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ନିରୀହ ଚାରି ନା ବାଳିକାଙ୍କୁ ଧରି ଜଣେ ଖ୍ରୀଷ୍ଟିଆନ ସିଷ୍ଟର ରଚନା ନାୟକ ଗୁଣୁପୁର-ରାଉଳକେଲା "ରାଜରାଣୀ" ଏକ୍ସପ୍ରେସ୍ ଟ୍ରେନରେ ଛତିଶଗଡ ରାଜ୍ୟକୁ ଚାଲାଣ କରୁଥିବା ବିଶେଷ ସୂତ୍ରରୁ ସୂଚନା ପାଇ ଖୋର୍ଦ୍ଧା ଜିଲ୍ଲାର ସ୍ବେଛାସେବୀ ସଂଘଠନ "ବଜରଙ୍ଗ ଦଳ" ପକ୍ଷରୁ ରାତ୍ର ୧୦ ଘଟିକା ୧୫ ମିନିଟ ସମୟରେ ଖୋର୍ଦ୍ଧା ରୋଡ଼ ଷ୍ଟେସନ ୧ ନଂ ପ୍ଲାଟଫର୍ମ ରେ ଟ୍ରେନ ଅଟକିବା ପରେ ରେଲୱେ ସୁରକ୍ଷା ବଳ ସାହାଯ୍ୟରେ ବଜରଂଗୀ ସେବା ଦଳର କିଛି ଯୁବକଙ୍କ ସାହାଯ୍ୟରେ ଆଦିବାସୀ ସମ୍ପ୍ରଦାୟର ରାଜଶ୍ରୀ ପରିଛା,ସୁନେଲି ମଳିକ,ଏଲିଶା ନାୟକ,ସ୍ଵାଗତିକା ଶବର ୪ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା l ଉଦ୍ଧାର ପରେ ରେଲୱେ ସୁରକ୍ଷା ବଳ ଏବଂ ରେଲୱେ ଜିଆରପି ପୋଲିସ ତରଫରୁ ବିଭିନ୍ନ ଦିଗରୁ ଅନୁଧ୍ୟାନ କରି ଚାରି ନାବାଳିକା ଙ୍କ ବୟାନ ଏବଂ ସିଷ୍ଟର ଙ୍କ ବୟାନରେ ତାରତମ୍ୟ ତଥା ନାବାଳିକାଙ୍କ ଆଧାର ସହ ପରିବାର ସଦସ୍ୟଙ୍କ ଆଧାର ର କୌଣସି ତାରତମ୍ୟ ନ ଥିବାରୁ ଏହା ଏକ ଶୁକଳ୍ପିତ ଭାବେ ମିଛ ଆଧାର କାର୍ଡ କରି ଧନର ଲୋଭ ଦେଖାଇ ଖ୍ରୀଷ୍ଟିଆନ ଧର୍ମାନ୍ଧିକରଣ କରି ଉଚ୍ଚ ଶିକ୍ଷିତ କରାଇବାନାରେ ବିଦେଶ ଚାଲାଣ କରାଯାଉଥିବା ଓ କିଛି ଦଲାଲ ସଂସ୍ଥା ର କାର୍ଯ୍ୟ ବୋଲି ସ୍ପଷ୍ଟ ହୋଇଥିଲା l ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବଜରଙ୍ଗୀ ଦଳର ସଂଯୋଜକ ଉଦିତ ନାରାୟଣ ପ୍ରହରାଜ ଉପସ୍ଥିତିରେ ସହ ସଂଯୋଜକ ଦିବ୍ୟ ପ୍ରକାଶ ଖୋର୍ଦ୍ଧାରୋଡ଼ର ଜିଆରପି ଭାରପ୍ରାପ୍ତ ଅଧିକାରୀଙ୍କୁ ଉଦ୍ଧାର କରାଯାଇଥିବା ନାବାଳିକା ଙ୍କୁ ଉଚିତ ନ୍ୟାୟ ପ୍ରଦାନ କରାଯାଇ ନିଜ ନିଜର ପରିବାର ସଦସ୍ୟଙ୍କ ନିକଟକୁ ହସ୍ତାନ୍ତର କରିବା ପାଇଁ ଏକ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ l ଏହାରି ଉପରେ ଜେରା ସମୟରେ ନାବାଳିକା ମାନଙ୍କ ସମ୍ପର୍କୀୟ ମାନଙ୍କୁ ଦୁଇ ଲକ୍ଷ ଟଙ୍କାର ଲୋଭ ଦେଖାଇ ଖ୍ରୀଷ୍ଟିଆନ ଧର୍ମାନ୍ଧିକରଣ କରାଇ ଉଚ୍ଚଶିକ୍ଷାର ମିଛ କଥାକହି ନିରୀହ ନାବାଳିକାଙ୍କୁ ତାଙ୍କ ଠାରୁ ଗ୍ରହଣ କରିଥିଲେ ବୋଲି ସ୍ୱୀକାର ପରେ ସ୍ଥାନୀୟ ପୋଲିସ ଏହାର ଅଧିକରୁ ଅଧିକ ତଦନ୍ତ କରି ଏଥିରେ ସମ୍ପୃକ୍ତ ଥିବା ସମସ୍ତ ଦୋଷୀଙ୍କୁ ଦଣ୍ଡ ବିଧାନ କରାଯିବ ବୋଲି ରେଲୱେ ଜିଆରପି ଅଧିକାରୀ ପ୍ରକାଶ କରିଛନ୍ତି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧/୬/୨୦୨୫----୮,୩୫ Sakhigopal News,1/6/2025
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧/୬/୨୦୨୫----୮,୩୫ Sakhigopal News,1/6/2025