Breaking News

ପ୍ରଧ୍ୟାପକ ସ୍ଵର୍ଗତ ଅଶୋକ ତ୍ରିପାଠୀଙ୍କ ସ୍ମୃତିରେ ମେଧାବୀ ଛାତ୍ରୀ ସମ୍ବର୍ଦ୍ଧନା ଓ କବିତା ଆସର ଅନୁଷ୍ଠିତ


ପୁରୀ - ପ୍ରଧ୍ୟାପକ ଅଶୋକ କୁମାର ତ୍ରିପାଠୀଙ୍କ ସ୍ମୃତିରେ ଗ୍ରୀଷ୍ମ କବିତା ଆସର ଓ ମେଧାଛାତ୍ରୀ ସମ୍ବର୍ଦ୍ଧନା ପର ପୁରୀର ଗୁଡିଆ ସାହି ରାବେଣୀ ଚଉରା ପରିସରରେ ଶିକ୍ଷାବିତ୍ କବି ସଙ୍ଗୀତଜ୍ଞ ଲକ୍ଷ୍ମୀ ପ୍ରସାଦ ପାଣିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ସାହିତ୍ୟିକ ରବିନ୍ଦ୍ର ନାଥ ଷଡ଼ଙ୍ଗୀ, ଡଃ ପ୍ରଭାସ କୁମାର ପ୍ରଧାନ, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରହଲ୍ଲାଦ ଛାଟୋଇ, ସ୍ଵର୍ଗତ ତ୍ରିପାଠୀଙ୍କ ପ୍ରିୟଛାତ୍ର ଗୀତିକାର ସଂଯୋଜକ କଵି ନାରାୟଣ ମନୋହରୀ, ଜ୍ୟୋତିର୍ବିଦ୍ ବାମଦେବ ନାୟକ,  ଡେଲାଙ୍ଗର ସଂସ୍କୃତି ପ୍ରେମୀ ଶିକ୍ଷକ ଅଭୟ ଚରଣ ସାହୁ, ବୁଦ୍ଧିଜୀବୀ ତଥା କବି ଯୋଗେଶ୍ଵର ପ୍ରହରାଜ, ହରେକୃଷ୍ଣ ପ୍ରଧାନୀ, କୁମ୍ଭରପଡା ଥାନାର ସହକାରୀ ଥାନା ଅଧିକାରୀ ପ୍ରମୋଦ କୁମାର ଦଳେଇ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସ୍ଵର୍ଗତ ତ୍ରିପାଠୀଙ୍କ ସାଥୀ ସମାଜସେବୀ ପ୍ରମୋଦ ମହାପାତ୍ର, ଶିକ୍ଷକ ପ୍ରକାଶ ସାଠୁଆ ପ୍ରମୁଖ ଯୋଗଦେଇ ସ୍ଵର୍ଗତ ତ୍ରିପାଠୀଙ୍କ ମହନୀୟତା ,କର୍ତ୍ତବ୍ୟନିଷ୍ଠା ,ସୁମାନବୀୟ ଗୁଣାବଳୀ ଉପରେ ଆଲୋକପାତ ପୂର୍ବକ କବିତା ପାଠ କରିଥିଲେ। ଡଃ ପ୍ରଭାସ କୁମାର ପ୍ରଧାନ କବିତା ଆସରକୁ ପରିଚାଳନା କରିଥିଲେ।ସତ୍ୟବାଦୀ ବନ୍ଦନା ଭାଷା ସାହିତ୍ୟ ଅନୁଷ୍ଠାନ ସ୍ଵର୍ଗତ ତ୍ରିପାଠୀଙ୍କ ପରିବାରର ମିଳିତ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଇତ୍ୟବସରରେ+୨ ବାଣିଜ୍ୟ ବିଭାଗର ସାମନ୍ତ ଚନ୍ଦ୍ରଶେଖର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର  ୯୬% ନମ୍ବର ରଖି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ମେଧା ଛାତ୍ରୀ ଇପ୍ସିତା ପ୍ରିୟଦର୍ଶିନୀ ଦଳେଇଙ୍କୁ "ଅଶୋକ ତ୍ରିପାଠୀ ସ୍ମୃତି ସମ୍ମାନରେ "ସମ୍ମାନିତ କରାଯାଇ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ସମସ୍ତେ ମେଧା ଛାତ୍ରୀଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।ସ୍ଵର୍ଗତ ତ୍ରିପାଠୀଙ୍କ ସୁକନ୍ୟା ଡାକ୍ତର ଶ୍ରୀପଦା ଯୋଗଜିତା ତ୍ରିପାଠୀ ସଭା ସଂଯୋଜନା କରିଥିବାବେଳେ କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜିକା ଅବସରପ୍ରାପ୍ତ ପ୍ରଧ୍ୟାପିକା ସୁବକ୍ତା ,ପ୍ରବଚିକା ପ୍ରିୟମ୍ବଦା ଦାଶ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ପୁତ୍ର ଓଁକାର ନାଥ ତ୍ରିପାଠୀ ଓ ପୁରସ୍କାର ପାଇଥିବା ଛାତ୍ରୀର ପିତା ମାତା ଓ ଅନ୍ୟମାନେ  ଏଥିରେ ଉପସ୍ଥିତ ଥିଲେ । ପ୍ରକାଶ ଥାଉ କି ସ୍ଵର୍ଗତ ତ୍ରିପାଠୀ ସାକ୍ଷୀଗୋପାଳ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହା ବିଦ୍ୟାଳୟ ସ୍ମୃତି ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ପ୍ରଧ୍ୟାପକ ଭାବେ ବେଶ୍ ସୁନାମ ଅର୍ଜନ କରିଥିଲେ । ଇତ୍ୟବସରରେ ତାଙ୍କ ପରିବାର ତରଫରୁ ଉତ୍କଳ ବାଳାଶ୍ରମରେ ଅନ୍ନ ବଣ୍ଟନ କରାଯାଇଥିଲା ଓ ଅସହାୟମାନଙ୍କୁ ଅନ୍ନ ବସ୍ତ୍ର ପ୍ରଦାନ କରାଯାଇଥିଲା । ଏଭଳି କାର୍ଯ୍ୟକ୍ରମକୁ ସମସ୍ତେ ପ୍ରଶଂସା କରିଥିଲେ। ପୁରୀ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୪/୬/୨୦୨୫---୮,୨୫ Sakhigopal News,4/7/2025

Blog Archive

Popular Posts