ସତ୍ୟବାଦୀରେ ବିଶ୍ବ ପରିବେଶ ସୁରକ୍ଷା ସପ୍ତାହ ଉଦ୍ଯାପିତ ହୋଇଯାଇଛି
ପୁରୀ, --- ପୁରୀ ସୁରକ୍ଷା ପରିଷଦ ଅନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ପରି ଚଳିତବର୍ଷ ବିଶ୍ଵ ପରିବେଶ ସୁରକ୍ଷା ସପ୍ତାହ ମଇ ୩୦ତାରିଖ ଠାରୁ ଆରମ୍ଭ ହୋଇ ଜୁନ୍ ୫ତାରିଖ ଦିନ ଉଦ୍ଯାପନ ହୋଇଯାଇଛି ।ବିଶ୍ଵ ପରିବେଶ ଦିବସ ଅବସରରେ ସତ୍ୟବାଦୀ ସ୍ଥିତ ଜାଭିଅର ସ୍କୁଲ ପରିସରରେ ଆୟୋଜିତ ଉଦ୍ଯାପନ ଉତ୍ସବରେ ପରିଷଦର କାର୍ଯ୍ୟକାରୀ ସଭାପତି ଲଷ୍ମୀ ନାରାୟଣ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥଭାବେ ନ୍ୟାୟମୂର୍ତ୍ତି ମାନସ ରଞ୍ଜନ ମିଶ୍ର ଯୋଗଦେଇ କହିଥିଲେ ଯେକେବଳ ବୃକ୍ଷ
ହିଁ ଆମର ଜୀବନ । ବିଶ୍ଵରେ ଯେଉଁଭଳି ତାପମାତ୍ରାରେ ପରିବର୍ତ୍ତନ ଦେଖାଗଲାଣି ତାହା ବିପଦମୁଖା । ଏଥିନିମନ୍ତେ ଆମେ ସମସ୍ତେ ଆଜି ସଂକଳ୍ପ ନେବା ପରିବେଶକୁ ସୁରକ୍ଷା କରିବା ସହିତ ବୃକ୍ଷରୋପଣକୁଗୁରୁତ୍ଵ ଦେବାକୁ ସେ ମତ ପ୍ରକାଶ କରିଥିଲେ। ଆମେ କେବେ ବି ଆମ ପରିବେଶ ପ୍ରତି ସଚେତନତା ହେଉନଥିବା ଯୋଗୁ ପରିବେଶ
ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ବର୍ତ୍ତମାନ ସମୟ ଆସି ପହଞ୍ଚିଯାଇଛି ପରିବେଶକୁ ସୁରକ୍ଷା ପାଇଁ ସରକାରଙ୍କ ଠାରୁ ବିଭିନ୍ନ ଅନୁଷ୍ଠାନ ଓ ଜନସାଧାରଣମଧ୍ୟ ସ୍ଵର ଉତ୍ତୋଳନ କଲାଣି । ଏହାକୁ ଜୋରଦାର କରିବା ନିମନ୍ତେ ଡ଼ାକ୍ତର ସାମନ୍ତ ଆହ୍ୱାନ ଦେଇଥିଲେ ।ମୁଖ୍ୟବକ୍ତା ଭାବେ ବିଶିଷ୍ଠ ଆଇନିଜୀବୀ ବିନୟ ନୁରସିଂହ ମହାପାତ୍ର ଯୋଗଦେଇ କହିଲେ, ସାଉଥ୍ଲ୍ ବା
ଦକ୍ଷିଣମେରୁରେ ଯେଉଁ ବରଫ ତରଳିବା ସୃଷ୍ଟି ହେଲାଣି ତାହା ଜଳ ରୂପ ଧାରଣ କଲେ ୫ଫୁଟ ଉଚ୍ଚତାର ଜଳ
ସମଗ୍ର ପୃଥିବୀକୁ ଜଳମଗ୍ନ କରିବ । ଏଥିପାଇଁ ବିଶ୍ୱସ୍ତରରେ ପରିବେଶ ସୁରକ୍ଷା, ଜଙ୍ଗଲ ସଂରକ୍ଷଣ ଓ ବୃକ୍ଷରୋପଣ
କରିବା ଅତ୍ୟନ୍ତ ଜରୁରୀ ଅଟେ । ପରିଷଦର ଏହିଭଳି ପରିବେଶ ସୁରକ୍ଷା ସପ୍ତାହ ମାଧ୍ୟମରେ ଗ୍ରାମାଞ୍ଚଳ
ଜନସାଧାରଣମାନଙ୍କୁ ବୃକ୍ଷରୋପଣ କରିବା ଓ ପରିବେଶକୁ ସୁସ୍ଥ, ସୁନ୍ଦର ତଥା ସଚେତନତା କାର୍ଯ୍ୟକ୍ରମକୁ ସେ
ଭୂୟଶୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥିଭାବେ ଭାବେ ସମାଜସେବୀ ରୁଚିମିତ୍ରା ଜଗଦେବ ମହାପାତ୍ର, ଶିକ୍ଷାବିତ ବିଜୟଲକ୍ଷ୍ମୀ ଦାଶ,ଶିକ୍ଷାବିତ୍ ସତ୍ୟବାଦୀ ଦାଶ, ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ ପ୍ରମୁଖ ଅତିଥ
ଭାବେ ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ପ୍ରାରମ୍ଭରେ ସଂପାଦକ
ଭାଗବତ ପ୍ରସାଦ ପଟ୍ଟନାୟକ ସାପ୍ତାହିତ ବିବରଣୀ ଉପସ୍ଥାପନ କରିଥିବା ବେଳେ କାର୍ଯ୍ୟକ୍ରମ ସଂଯୋଜକ ଲଲାଟେନ୍ଦୁ ମିଶ୍ର
ସାପ୍ତାହିକ କାର୍ଯ୍ୟକ୍ରମର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଶୋକ କୁମାର ଦାଶ,ପ୍ରଭାତ ଚନ୍ଦ୍ର ରଥ, ମାନସୀ ରଥ, ରବୀନ୍ଦ୍ର ନାଥ ଷଡ଼ଙ୍ଗୀ, ବନ୍ଦନା ମହାପାତ୍ର, ରଞ୍ଜନ ମିଶ୍ର , ପ୍ରମୁଖ ଆଲୋଚନାଚକ୍ରରେ ଅଂଶ ଗ୍ରହଣ କରି ପରିବେଶ କୁ ସରସ, ସୁନ୍ଦର କରିବା ନିମନ୍ତେ କବିତା ମାଧ୍ୟମରେ ନିଜ ନିଜର ମତ ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମ ପୁରୀରୁ ଆରମ୍ଭ ହୋଇ କାକଟପୁର, ବ୍ରହ୍ମଗିରି,ନିମାପଡ଼ା ଓ ସତ୍ୟବାଦୀ ବକୁଳବନ ଠାରେ ଉଦ୍ଯାପିତ ହୋଇଥିଲା । ବିଭିନ୍ନ ଅଞ୍ଚଳରେ ଜନସାଧାରଣଙ୍କୁ ପରିବେଶ ପାଇଁ ସଚେତନତା
କରାଯାଇଥିଲା ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୬/୨୦୨୫----୯,୧୦ Sakhigopal News,5/6/2025