ପଞ୍ଚାୟତ ବିକାଶ ମଞ୍ଚ ପକ୍ଷରୁ ଦାବି
Demand from Panchayat Vikas Manch.
ଓଡ଼ଗାଁ---- ଜନ୍ମ ରୁ ମରଣ ଯାଏ ସରକାର ବିଭିନ୍ନ ଯୋଜନା କରିଛନ୍ତି। ସେଥି ମଧ୍ୟରୁ ହରିଶ୍ଚନ୍ଦ୍ର ଯୋଜନା ହେଉଛି ଅନ୍ୟତମ । କିନ୍ତୁ ବାସ୍ତବରେ ହରିଶ୍ଚନ୍ଦ୍ର ଯୋଜନା କେତେ ସଫଳ ତାର ଜ୍ୱଳନ୍ତ ଉଦାହରଣ ପାଣ୍ଡେରିପଡା ପଞ୍ଚାୟତ ରେ ଦେଖାଯାଇଛି।
ଓଡ଼ଗାଁ---- ଜନ୍ମ ରୁ ମରଣ ଯାଏ ସରକାର ବିଭିନ୍ନ ଯୋଜନା କରିଛନ୍ତି। ସେଥି ମଧ୍ୟରୁ ହରିଶ୍ଚନ୍ଦ୍ର ଯୋଜନା ହେଉଛି ଅନ୍ୟତମ । କିନ୍ତୁ ବାସ୍ତବରେ ହରିଶ୍ଚନ୍ଦ୍ର ଯୋଜନା କେତେ ସଫଳ ତାର ଜ୍ୱଳନ୍ତ ଉଦାହରଣ ପାଣ୍ଡେରିପଡା ପଞ୍ଚାୟତ ରେ ଦେଖାଯାଇଛି।
ପାଣ୍ଡେରିପଡା ପଞ୍ଚାୟତ ଅନ୍ତର୍ଗତ ଭାଲିଆଡିହି ଗ୍ରାମର ରମେଶ ନାହାକ ତାଙ୍କର ପତ୍ନୀ .ଆଜକୁ ୭ ଦିନ ହେଲା ମଲେଣି। କିନ୍ତୁ ହରିଶ୍ଚନ୍ଦ୍ର ଯୋଜନା ପାଇଁ ବାରମ୍ବାର ସରପଞ୍ଚ ଙ୍କ ପାଖକୁ ଓ ପଞ୍ଚାୟତ କୁ ଧାଉଁଥିଲେ ମଧ୍ଯ ହରିଶ୍ଚନ୍ଦ୍ର ଯୋଜନା ରୁ ସହାୟତା ପାଇଁ ବଞ୍ଚିତ ହୋଇଛନ୍ତି । ଆଜି ପଞ୍ଚାୟତ ବିକାଶ ମଞ୍ଚ ର ସଦସ୍ଯ ପଞ୍ଚାୟତକୁ ବିକାଶର ତଦାରଖ କରି ଯାଇଥିବା ସମୟରେ ରମେଶ ନାହାକ ପଞ୍ଚାୟତ ଦୁଆରେ ବସିଥିବା ଦେଖି ତାଙ୍କ ସହ ବାର୍ତ୍ତାଳାପ କରିବା ପରେ ଏ ସମସ୍ତ ଘଟଣା ସମ୍ପର୍କରେ ପଦାକୁ ଆସିଥିଲେ । ପଞ୍ଚାୟତ ବିକାଶ ମଞ୍ଚର ସଭାପତି ବିଭୂତି ରାଉତ ,କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ପ୍ରଧାନ, ପ୍ରଫୁଲ୍ଲ ପ୍ରଧାନ ଓ ଯୁଗ୍ମ-ସଂପାଦକ ଦିଲ୍ଲୀପ୍ କୁମାର ବିଶୋଇ ଅସହାୟ ରମେଶ କୁ ଶୀଘ୍ର ହରିଶ୍ଚନ୍ଦ୍ର ଯୋଜନା ରେ ସହାୟତା ନିମନ୍ତେ ଦାବି କରିଛନ୍ତି।
ଓଡ଼ଗାଁ ରୁ ଦୀଲ୍ଳିପ କୁମାର ବିଶୋଇ ଙ୍କ ରିପୋର୍ଟ,,୯/୧୨/୨୦୨୧---୧୦,୨୦ Sakhigopal News,9/12/2021