ବଧୂ ହତ୍ୟା ମାମଲାରେ ଶାଶୁ ଶଶୁର ଗିରଫ
Mother-in-law arrested for killing bride
ରଣପୁର-----ନୟାଗଡ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅର୍ନ୍ତଗତ ଡେଙ୍ଗାଝରି ଗ୍ରାମରୁ ପୋଲିସ ଏକ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ନବ ବଧୁର ଶବ ଉଦ୍ଧାର କରିଥିଲା । ୨୧ ଡିସେମ୍ବର ସକାଳୁ ରଣପୁର ତହସିଲଦାର ଯୁଗଳ ମିଶ୍ରଙ୍କ ଉପସ୍ଥିତିରେ ମହିଳାଙ୍କ କୁ ଜବତ କରି ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଞ୍ଚାନାମା ପାଇଁ ପଠାଇ ଥିବା ଜଣାପଡିଛି । ରଣପୁର ଥାନା ନିରୀକ୍ଷକ ଜ୍ୟୋତି ପ୍ରକାଶ ପଣ୍ଡା ନିଜେ ଏକେସ ତଦନ୍ତ କରୁଥିବା ଜଣାପଡିଛି । ନବ ବଧୁର ଶାଶୁ ପନ୍ଦାରି ମାଣ୍ଡେଇ ଓ ସ୍ୱାମୀ ରିତୁ ମାଣ୍ଡେଇ କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଅଧିକ ତଦନ୍ତ ପାଇଁ ପୋଲିସ ପଞ୍ଚନାମା ରିପୋର୍ଟକୁ ଅପେକ୍ଷା କରିଛି । ଶବ ପଞ୍ଚନାମା ପରେ ଶାଶୁଘର ଲୋକେ ଗିରଫ ହୋଇଥିବା ଯୋଗୁଁ ନବ ବଧୁର ବାପା ରବି ସୁବୁଧିକୁ ପୋଲିସ ଶବ ହସ୍ତାନ୍ତର କରିଥିବା ସୂଚନା ମିଳିଛି । ରଣପୁରରୁ ରାକେଶ କୁମାର ପାଢ଼ୀ ଙ୍କ ରିପୋର୍ଟ,୨୧/୧୨/୨୦୨୧---୯,୨୦
Sakhigopal News,21/12/2021