ସୁଧା ଆନୁକଲ୍ୟରେ ବିଦ୍ୟାଳୟ ମାନଙ୍କରେ ଓଡିଶୀ ନୃତ୍ୟ ପ୍ରଶିକ୍ଷଣ ଶିବିର
Odissi dance training camps in schools in favor of Sudha
ଡେଲାଙ୍ଗ ---- ଭାରତ ସରକାରଙ୍କ ସଂସ୍କୃତୀ ମନ୍ତ୍ରଣାଳାୟ ଓ ରାଜ୍ୟ ସ୍ତରୀୟ ସାଂସ୍କୃତୀକ ଅନୁଷ୍ଠାନ ‘ ସୁଧା’ ର ମିଳିତ ଆନୁକୁଲ୍ୟରେ ଡେଲାଙ୍ଗର ଚଣ୍ଡେଶ୍ୱର ଏମ୍ଇ ସ୍କୁଲ ଓ ରେଂଚ ପ୍ରୋଜେକ୍ଟ ୟୁପି ବିଦ୍ୟାଳୟରେ ଓଡିଶୀ ନୃତ୍ୟ ଓ ଅଭିନୟ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ମାନଙ୍କରେ ସୁଧାର ଓଡିଶୀ କଳାକାର ଓଡିଶୀ ନୃତ୍ୟରେ ବ୍ୟବହୃତ ହୋଇଥିବା ଶାସ୍ତ୍ରୀୟ ଓ ପାରମ୍ପାରିକ କୈାଶଳ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଅଭିନୟ ମାଧ୍ୟମରେ ମଙ୍ଗଳାଚରଣ,ବଟୁନୃତ୍ୟ,ପଲ୍ଲବୀ,ଅଭିନୟ ମୋକ୍ଷ ସମ୍ବଦ୍ଧରେ ଓଡିଶୀ ନୃତ୍ୟକୁ ପ୍ରଶିକ୍ଷଣ ଦିଆଯାଇଛି । ଓଡିଶୀ ନୃତ୍ୟ କର୍ମଶାଳାକୁ ସୁଧାର ଅଧ୍ୟକ୍ଷ ସଂଜୟ କୁମାର ମିଶ୍ର ପରିଚାଳନା କରିଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୯/୧୨/୨୦୨୧----୯.୪୦ Sakhigopal News, 19/12/2021