Breaking News

ସାକ୍ଷୀଗୋପାଳ ସେଣ୍ଟାଲ ବ୍ୟାଙ୍କରୁ ଚୋରି

Theft from Sakshigopala Central Bank


ସାକ୍ଷୀଗୋପାଳ ----- ସତ୍ୟବାଦୀ ଥାନା ଅନ୍ତର୍ଗତ ଚନ୍ଦନପୋଖରୀ ଉପରେ ଥିବା ସେଣ୍ଟାଲ ବ୍ୟାଙ୍କ ଅଫ ଇଣ୍ଡିଆ ଅଳଗୁମ ଶାଖା ରୁ ସୋମବାର ବିଳମ୍ବିତ ରାତିରେ କିଛି ଦୁବୁର୍ତ୍ତ  ଲୁଟ କରିବା ପାଇଁ ଉଦ୍ୟମ କରିଥିଲେ । ମାତ୍ର ସେମାନଙ୍କ ଉଦ୍ଦ୍ୟମ ବିଫଳ ହୋଇଛି । ବ୍ୟାଙ୍କର ପଛ ପାଶ୍ୱରେ ଥିବା ଝରକାରେ ଲାଗିଥିବା ଉଇଣ୍ଡି ଏସି ଭାଙ୍ଗି ଘର ମଧ୍ୟକୁ ପ୍ରବେଶ କରିଛନ୍ତି  ।  ଷ୍ଟଙ୍ଗରୁମର ଚାବି ଭାଙ୍ଗି ବ୍ୟାଙ୍କର ଲକର ଖୋଲିବା ପାଇଁ ବହୁ ଚେଷ୍ଠା କରିଛି । ଏପରିକି ଲକରର ହ୍ୟାଣ୍ଡୋଲକୁ ବାଡେଇ ବାଡେଇ ଭାଙ୍ଗି ଦେଇଥିବା ବେଳେ ସିସି କ୍ୟାମେରା ମଧ୍ୟ ଭାଙ୍ଗି ଦେଇଛନ୍ତି । ବ୍ୟାଙ୍କ ମଧ୍ୟରେ ଥିବା ବିଭିନ୍ନ କମ୍ପ୍ୟୁଟର ଗୁଡିକ ଭଙ୍ଗାରୁଜା କରିଥିବା ଜଣାପଡିଛି । ଶାଖା ପରିଚାଳକ ଅଭିମନ୍ୟୁ ପୁଷ୍ଠି ସତ୍ୟବାଦୀ ଥାନାରେ ଜଣାଇଛନ୍ତି । ଖବର ପାଇ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ଘଟଣା ସ୍ଥଳ ପରିଦର୍ଶନ କରି ତଦନ୍ତ ଜାରି ରଖିଛନ୍ତି । ଆଜି ଗ୍ରାହକ ମାନଙ୍କ ପାଇଁ ବ୍ୟାଙ୍କ ବନ୍ଦ ରହିଥିଲା । ବ୍ୟାଙ୍କର ଅଧିକାରୀ ମାନେ ଖବର ପାଇ ବ୍ୟାଙ୍କ ପରିଦର୍ଶନ କରି ଫେରିଯାଇଥିବା ଜଣାପଡିଛି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି=, ୨୮/୧୨/୨୦୨୧---୮,୨୦ 

  Sakhigopal News, 28/12/2021

Blog Archive

Popular Posts