ବିଜେପି ଦଳ ଛାଡି ବିଜେଡିରେ ଯୋଗ ଦେଲେ ୨୦ରୁ ଅଧିକ କର୍ମୀ
More than 20 workers left the BJP and joined the BJD
ସାକ୍ଷୀଗୋପାଳ----- ପଞ୍ଚାୟତ ନିର୍ବାଚନ ଆଗରୁ ସତ୍ୟବାଦୀରେ ମଜବୁତ ହେଉଛି ବିଜେଡି ଦଳ । ଅନ୍ୟ ଦଳର କର୍ମୀ ମାନେ ଏବେ ଅଣନିଶ୍ୱାସୀ ହୋଇ ପଡିଛନ୍ତି । ସେମାନଙ୍କର ନେତା ଶ୍ରୀହିନ ହୋଇପଡିଛନ୍ତି । କଂଗ୍ରେସ ଦଳ କଥା ନ କହିବା ଭଲ । ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଦେବେ କି ନାହିଁ ତାହା ଏବେ ରାଜନୈତିକ ସମୀକ୍ଷକମାନେ ବିଶ୍ୱାସ କରି ପାରୁନାହାନ୍ତି । କାରଣ କଂଗ୍ରେସ ଦଳର ପ୍ରାର୍ଥୀ ହେବା ପାଇଁ କେହି ରାଜି ହେଉନଥିବା ବିଶେଷ ସୁତ୍ରରୁ ଜଣାପଡିଛି । ଅନ୍ୟ ପକ୍ଷେ ସତ୍ୟବାଦୀରେ ବିଜେପିର ଚାରି ଜଣ ନେତା ସେମାନଙ୍କର କିଛି କିଛି କର୍ମୀ ମାନଙ୍କୁ ଧରି ବୁଲୁଛନ୍ତି । ଯାହା କି ବିଜେଡିର ଗୋଟିଏ ନେତା, ଗୋଟିଏ କଥାରେ ରହିଛି । ସତ୍ୟବାଦୀ ବ୍ଳକ ଅନ୍ତର୍ଗତ କେତକୀପାଟଣା ଗ୍ରାମ ପଞ୍ଚାୟତର ସମେଇପୁର ଗ୍ରାମର ,ଲକ୍ଷ୍ମୀଧର ପ୍ରଧାନ, ରବିନ୍ଦ୍ର ମୁଦୁଲି, ସୁଶାନ୍ତ ମୁଦୁଲି, ନିରଞ୍ଜନ ବେହେରା,ପବିତ୍ର ମୁଦୁଲି, ବିଜୟ ମହାନ୍ତି ଓ ପ୍ରଭାକର ମହାନ୍ତି ପ୍ରମୁଖ ୨୦ରୁ ଅଧିକ ଯୁବକ ମାନେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥବା ଜଣାପଡିଛି । ସେମାନେ ବିଧାୟକ ଶ୍ରୀ ସମାନ୍ତରାଙ୍କ ଭୁବନେଶ୍ୱର ସରକାରୀ ବାସଭବନରେ ବିଧାୟକଙ୍କ ଧର୍ମପତ୍ନୀ ଶୁଭ୍ରାନ୍ତି ସମାନ୍ତରାୟ ଓ ସତ୍ୟବାଦୀ ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ସେମାନଙ୍କୁ ବିଧାୟକଙ୍କ ପତ୍ନୀ ଶ୍ରୀମତି ସାମନ୍ତରାୟ ଓ ସତ୍ୟବାଦୀ ବ୍ଳକ ବିଜେଡି ସଭାପତି ଶ୍ରୀ ରାଉତରାୟ ଦଳୀୟ ଉତ୍ତରୀୟ ଓ ଫଲତୋଡା ଦେଇ ସ୍ୱାଗତ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୧୨/୨୦୨୧---୮,୧୫ Sakhigopal News, 21/12/2021