Breaking News

ରେଲୱେ ଡାକ୍ତରଖାନାରେ ଡାକ୍ତରଙ୍କ ଦ୍ଵାରା ସ°ପୂର୍ଣ୍ଣ ହିପ୍ ପ୍ରତିରୋପଣ ସର୍ଜରୀର ସଫଳ




 ଜଟଣୀ ---ଖୋର୍ଦ୍ଧା ରୋଡ୍ ଡିଭିଜନାଲ ରେଲୱେ ହସପିଟାଲ ରେ ରେଳ ଡାକ୍ତରଙ୍କ ଏକ ଟିମ୍ ସଫଳତାର ସହ ଫେମୁର ହାଡ (ବାମ) ର ବେକ ଫାଟିଯାଇଥିବା ଜଣେ ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କ ପତ୍ନୀଙ୍କର ସଫଳତାର ସହ ସର୍ଜରୀ କରି  “ସ°ପୂର୍ଣ୍ଣ ହିପ୍ ପ୍ରତିରୋପଣ ” (THR) କରିଛନ୍ତି। ଭାରତୀୟ ରେଳ ସ୍ୱାସ୍ଥ୍ୟ ସେବା (ଆଇଆରଏଚଏସ) ର ନିୟମିତ ସେବା କାର୍ଯ୍ୟ କ୍ରମରେ ରେଳ ଡାକ୍ତରଙ୍କ ଦ୍ଵାରା ଏପରି ଅପରେସନ୍ ଖୋର୍ଦ୍ଧା ରୋଡ୍ ଡିଭିଜନାଲ ରେଳବାଇ ହସ୍ପିଟାଲରେ ଏହା ପ୍ରଥମ ଥର ପାଇଁ ହୋଇଛି।  ୫୨ ବର୍ଷ ବୟସର ଜଣେ ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କ ପତ୍ନୀ ଶ୍ରୀମତୀ ଜି. ସରୋଜିନୀ ୨୧ ତାରିଖ ରେ ପାଦ ଖସିଯିବାରୁ, ଫେମୁର ହାଡ ର ବେକ ଫାଟିଯାଇଥିବା ଯୋଗୁଁ ବାମ ଗୋଡ ଏବଂ ହିପ ପଏଣ୍ଟରେ ଗଭୀର ଯନ୍ତ୍ରଣା ଭୋଗୁଥିଲେ । ଅର୍ଥୋପେଡିକ୍ ସର୍ଜନଙ୍କ ପରାମର୍ଶରେ, ଟୋଟାଲ୍ ହିପ୍ ରିପ୍ଲେସମେଣ୍ଟ ସର୍ଜରୀ ପାଇଁ ପରାମର୍ଶ ଦିଆଯାଇ ଥିଲା | ଶେଷରେ ଖୋର୍ଦ୍ଧା ରୋଡ୍ ମୁଖ୍ୟ ଚିକିତ୍ସା ଅଧୀକ୍ଷକ (ସିଏମ୍ଏସ୍) ଡଃ ବି ଗୈ।ରୀ ଶଙ୍କର ରାଓ ଙ୍କ ନେତୃତ୍ୱରେ ଏହି ବିଶେଷ ଅସ୍ତ୍ରୋପଚାର, ଅର୍ଥୋପେଡିକ୍ ସର୍ଜନ ଏବଂ  ମଣ୍ଡଳ ମେଡିକାଲ୍ ଅଫିସର ଡଃ  ଭବାନୀ ଶଙ୍କର ବେହେରା, ଡକ୍ଟର କେ କେ ସେନାପତି, ସହାୟକ ମୁଖ୍ୟ ଚିକିତ୍ସା ଅଧୀକ୍ଷକ (ଆନାସ୍ଥେସିଆ) ଦ୍ୱାରା ଖୋର୍ଦ୍ଧା ରୋଡ୍ ଡିଭିଜନାଲ ରେଲୱେ ହସ୍ପିଟାଲରେ ଏହି ଅସ୍ତ୍ରୋପଚାର କରାଯାଇଥିଲା।
ପୁରା ଅସ୍ତ୍ରୋପଚାର ପ୍ରାୟ ତିନି ଘଣ୍ଟା ଲାଗିଥିଲା ଏବଂ ଅସ୍ତ୍ରୋପଚାରର ୧୬ଘଣ୍ଟା ପରେ ରୋଗୀ କୌଣସି ଯନ୍ତ୍ରଣା ବିନା ଚାଲିବା ଆରମ୍ଭ କଲେ । ଖୋର୍ଦ୍ଧା ରୋଡ଼ ମଣ୍ଡଳ ର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟ ଟୋଟାଲ୍ ହିପ୍ ରିପ୍ଲେସମେଣ୍ଟ ସର୍ଜରୀରେ ଜଡିତ ଡାକ୍ତର ଏବଂ ପାରାମେଡିକାଲ୍ କର୍ମଚାରୀଙ୍କ ଦଳକୁ ଅଭିନନ୍ଦନ ଜଣାଇବା ସହ ଡିଭିଜନାଲ ରେଳ ହସ୍ପିଟାଲ ପାଇଁ ଏହି ସଫଳତା ଅତୁଳନୀୟ ବୋଲି କହିଛନ୍ତି ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୧/୧୨/୨୦୨୧---୧୧,୧୫
 Sakhigopal News,31/12/2021

Blog Archive

Popular Posts