ଡେଲାଙ୍ଗରେ୨୯,୮୦୪ ରାସନକାର୍ଡଧାରୀଙ୍କୁ ୧ହଜାର ଟଙ୍କାର ସ୍ୱତନ୍ତ୍ର ସହାୟତା ଆରମ୍ଭ
Delangar has started offering special assistance of Rs
ଡେଲାଙ୍ଗ ------ମାଡି ଆସୁଛି ତୁତୀୟ ଲହର କରୋନା । କେହି ଭୟଭୀତ ନହୋଇ ଏହାର ସଠିକ ମୁକାବିଲା କରିବା ପାଇଁ ସମସ୍ତେ ଆଗେଇ ଆସିବାକୁ ରାଜ୍ୟ ସରକାର ନିବଦେନ କରିଛନ୍ତି । ଏହି ଅବସରରେ ଜନସାଧାରଣଙ୍କୁ ସାହାର୍ଯ୍ୟ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନରେ ଅର୍ନ୍ତଭୁକ୍ତଥିବା ସମସ୍ତ ହିତାଧିକାରୀଙ୍କୁ ୧ହଜାର ଟଙ୍କାର ସ୍ୱତନ୍ତ୍ର ସହାୟତା ପ୍ରଦାନ ନିମନ୍ତେ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ବୁଧବାର ଡେଲାଙ୍ଗ ବ୍ଲକ ବିଜୁ ପଟ୍ଟନାୟକ ସମ୍ମିଳିନୀ କକ୍ଷରେ ଅନୁଷ୍ଠିତ ଭିଡିଓ କନଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ବ୍ଲକ ସ୍ତରୀୟ ହିତାଧିକାରୀ ମାନଙ୍କୁ ଏହି କୋଭିଡ୍ ସହାୟତ ରାଶି ପ୍ରଦାନ କାର୍ଯ୍ୟକ୍ରମରେ ଡେଲାଙ୍ଗ ବିଡିଓ ଦିଲ୍ଲିପ କୁମାର ଷଡଙ୍ଗି ,ବ୍ଲକ ଯୋଗାଣ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ,ଏବିଡିଓ ପ୍ରଦିପ୍ତ କୁମାର ନାୟକ ଉପସ୍ଥିତ ହୋଇ ୫ଜଣ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ହିତାଧିକାରୀଙ୍କୁ ୧ହଜାର ଟଙ୍କା ଲେଖାଏଁ ନଗଦ ସହାୟତା ରାଶି ଦେଇ ବ୍ଲକ ସ୍ତରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ତେବେ ସମସ୍ତ ସ୍ମାର୍ଟକାର୍ଡ ହିତାଧିକାରୀଙ୍କୁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଏହି ସହାୟତା ରାଶି ପ୍ରଦାନ କରାଯାଉଛି । ଏଥିରେ ଡେଲାଙ୍ଗ ବ୍ଲକର ସମୁଦାୟ ୨୯ ହଜାର ୮୦୪ ରାସନ କାର୍ଡଧାରୀ ଉପକୃତ ହେବେ ବୋଲି ବିଡିଓ ଶ୍ରୀ ଷଡଙ୍ଗି ସୁଚନା ଦେଇଛନ୍ତି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୪/୧୨/୨୦୨୧----୯,୫୦