Breaking News

ସ୍ମାର୍ଟକାର୍ଡ ବଣ୍ଟନକୁ ବିରୋଧ, କଂଗ୍ରେସର ଅଣ୍ଡାମାଡ, ବିଜେଡି ଓ କଂଗ୍ରେସ କର୍ମିଙ୍କ ମଧ୍ୟରେ ହାତାହାତି



ଜଟଣୀ---- ରାଜ୍ୟ ସରକାରଙ୍କ ପକ୍ଷରୁ ବଣ୍ଟନ କରାଯାଉଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ  କଂଗ୍ରେସଦଳ ପକ୍ଷରୁ ଜଟଣୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଘୋର ବିରୋଧ କରାଯାଇଛି ।  ଜଟଣୀ ନିର୍ବାଚନ ମଣ୍ଡଳୀର ଦାରୁଠେଙ୍ଗଠାରେ ରାଜ୍ୟସଭା ସାଂସଦ ମୋଜିବୁଲା ଖାନ୍ (ମୁନା ଖାନ) ଓ ଖୋର୍ଦ୍ଧାଜିଲା ବିଜେଡି ସଭାପତି ତଥା ଜଟଣୀର ପୁର୍ବତନ ବିଧାୟକ ବିଭୂତି ବଳନ୍ତରାୟଙ୍କ ଗାଡି ଉପରକୁ କଂଗ୍ରେସ କର୍ମିମାନେ ଅଣ୍ଡାମାଡ କରିଥିବା ବେଳେ ହାତାହାତି ହୋଇଥିଲେ । ଏଥିରେ ଜଣେ କଂଗ୍ରେସକର୍ମିଙ୍କ ମୁଣ୍ଡରେ ଆଘାତ ଲାଗି ଆହତ ହୋଇଥିବା ଜଣାପଡିଛି ।  ସେହିପରି ଶୁକ୍ରବାର ଜଟଣୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଛତାବର,ଗଙ୍ଗପଡା,ଜାଂଆଳା,ପ୍ରଧାନସାହୀ, ଜାମୁକୋଳି,କନ୍ତିଆ, ଛଣଘର ପ୍ରଭୃତିରେ ପୁର୍ବାହ୍ନରେ ସ୍ମାର୍ଟକାର୍ଡ ବଣ୍ଟନ କରାଯାଇଥିବା ବେଳେ ଅପରାହ୍ନରେ ତିରିମଲ,ବେଣାପଞ୍ଜରୀ,ତରାବୋଇ ଓ ହରିପୁର ଇତ୍ୟାଦି ଗ୍ରାମରେ ରାଜ୍ୟସଭା ସାଂସଦ ମୁନା ଖାଁ ଓ ବିଜେଡି ସଭାପତି ବିଭୂତି ବଳବନ୍ତରାୟଙ୍କ ନେତୃତ୍ୱରେ ଏହି ସ୍ମାର୍ଟକାର୍ଡ ବଣ୍ଟନ କରାଯିବାଲାଗି ଆୟୋଜନ ହୋଇଥିଲା । ମାତ୍ର ଉକ୍ତ କାରରେ ବିଜେଡି ଦଳର କର୍ମି ତଥା ରାଜ୍ୟସଭା ସାଂସଦ ମୁନା ଖାଁ, ଜିଲାସଭାପତି ବିଭୂତି ବଳବନ୍ତରାୟ,ବ୍ଲକ ଅଧ୍ୟକ୍ଷା ବନଜା ଜେନା, ପୁର୍ବତନ ବ୍ଲକ ଅଧ୍ୟକ୍ଷ ଦୀପକ ଜେନା,ଉପାଧ୍ୟକ୍ଷ ଅମେୟ ପ୍ରସାଦ ଦଳେଇ ପ୍ରମୁଖ ପଦନପୁର ଗ୍ରାମରେ କାର୍ଡ ବାଣ୍ଟିବାକୁ ଯାଉଥିବା ବେଳେ ଜଟଣୀର ସ୍ଥାନୀୟ ହରିଭାଇନା ଛକଠାରେ କେତେକ କଂଗ୍ରେସକର୍ମିମାନେ ବିରୋଧ କରିଥିଲେ । ବିରୋଧ କରିବା ସହିତ କଂଗ୍ରେସ କର୍ମିମାନେ ସେମାନଙ୍କ କାର ଉପରକୁ ଅଣ୍ଡା ଓ ଟମାଟୋ ମାଡ କରିଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲେ । ଏଥି ସହିତ ସେଠାରେ କିଛି ସମୟପାଇଁ ଦୁଇଦଳର କର୍ମିଙ୍କ ମଧ୍ୟରେ  ରଣକ୍ଷେତ୍ର ପାଲଟିଯାଇଥିଲା । ସେଠାରେ ମୂତୟନ ରହିଥିବା ୨ପ୍ଲାଟୁନ ପୁଲିସ ଫୋର୍ସ ଦୁଇଦଳର କର୍ମୀ ମାନଙ୍କୁ ରୋକିବା ପାଇଁ  ଅଣାୟତ ହୋଇଯାଇଥିଲେ ।

 ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୮/୧୨/୨୦୨୧---୩,୨୦   Sakhigopal News, 18/12/2021


Blog Archive

Popular Posts