ଖୋର୍ଦ୍ଧା ରୋଡ଼ ସେଟଲମେଣ୍ଟର ବୃକ୍ଷରୋପଣ କାର୍ଯ୍ୟକ୍ରମ
Khordha Road Settlement Tree Planting Program
ଜଟଣି ---ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଲୱେ ଅଞ୍ଚଳରେ ସବୁଜ ବଫର୍ ଜୋନ୍ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସୀତାରାମ ଛକ ନିକଟ ଟ୍ରାଫିକ୍ କଲୋନୀରେ ଖୋର୍ଦ୍ଧା ରୋଡ଼ ବସ୍ତିରେ ଏକ ବୃହତ୍ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପରିବେଶ ସନ୍ତୁଳନ, ମୃତ୍ତିକା ସଂରକ୍ଷଣ ତଥା ରେଳବାଇ ଉପନିବେଶ ନିକଟରେ ବୃକ୍ଷରେ ପରିପୂର୍ଣ୍ଣ ପ୍ରାକୃତିକ ପରିବେଶ ଯୋଗାଇବା ପାଇଁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ଏକ ପଦକ୍ଷେପ ନିଆଯାଇଛି । ପୂର୍ବରୁ "ଫନି” ପରି ଘୂର୍ଣ୍ଣିଝଡ ସମୟରେ ରେଲୱେ କଲୋନୀରେ ଘଟିଥିବା ବୃକ୍ଷର ମୂଳୋତ୍ପାଟନ ପରି କ୍ଷୟକ୍ଷତିର ଲକ୍ଷ୍ୟ ମଧ୍ୟ ପୂରଣ କରିବା । ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପୂର୍ବତଟ ରେଳର ମହିଳା କଲ୍ୟାଣ ସଂଗଠନ (ECORWWO) ସଭାନେତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଜେନା, ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ୍), ଶ୍ରୀ କଲ୍ୟାଣ ପଟ୍ଟନାୟକ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା) ଶ୍ରୀ ଅଶୋକ କୁମାର,ଶାଖା ଅଧିକାରୀ, (ECORWWO)ପୂର୍ବ ତଟ ରେଳ ମହିଳା କଲ୍ୟାଣ ସ°ଗଠନ ର ସଦସ୍ୟ, ସ୍କାଉଟ୍ ଏବଂ ଗାଇଡ୍ ଏବଂ କର୍ମଚାରୀମାନେ ମଧ୍ୟ ବୃକ୍ଷ ରୋପଣ କରିଥିଲେ ।
ଟ୍ରାଫିକ୍ କଲୋନୀରେ ୩ହଜାର ବର୍ଗମିଟରରୁ ଅଧିକ ଅଞ୍ଚଳର ଖାଲି ରେଳ ଜମି ଏହି ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥିଲା । ପୂର୍ବରୁ ଏହି ଜମି ଅଣଅଧିକୃତ ଅଧିବାସୀମାନଙ୍କ ଦ୍ୱାରା ଅକ୍ତିଆର କରାଯାଇଥିଲା । ଆମ୍ବ, ନିମ୍ବ, କଦମ୍ବ, ସ୍ପୋଥୋଡିଆ, କନୋକାର୍ପସ୍ ଇତ୍ୟାଦି ବିଭିନ୍ନ ପ୍ରକାରର ୨ଶହରୁ ଅଧିକ ବୃକ୍ଷ ଲଗାଯାଇଥିଲା। ଏହି ପ୍ରକାରର ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଏହି ମଣ୍ଡଳ ରେ ଜାରି ରହିବ ବୋଲି ଜଣାପଡିଛି। ଖୋର୍ଦ୍ଧା ରୋଡ଼ ମଣ୍ଡଳର ବରିଷ୍ଠ ବିଭାଗୀୟ ଇଞ୍ଜିନିୟର (ସମନ୍ୱୟ)ଶ୍ରୀ ଆର.ପି. ଯାଦବଙ୍କ ନେତୃତ୍ୱରେ ଖୋର୍ଦ୍ଧା ରୋଡ଼ ଇଞ୍ଜିନିୟରିଂ ବିଭାଗ ଦ୍ୱାରା ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଜଟଣୀ -ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୯/୧୨/୨୦୨୧---
Sakhigopal News,19/12/2021