Breaking News

ପୁରୀ ଜିଲ୍ଲା କିଷାନ କଂଗ୍ରେସ ସଭାପତି ଦଳ ଛାଡିଲେ ; ଆମ ଆଦମୀ ପାର୍ଟିରେ ଯୋଗଦେଲେ

Puri District Kisan Congress President leaves party; Our man joined the party




ସାକ୍ଷୀଗୋପାଳ,---- ପୁରୀ ଜିଲ୍ଲା କିଷାନ କଂଗ୍ରେସ ସଭାପତି ଦେବେନ ଦେବ ଲୋଭାନ ଦଳ ଛାଡି ଆମ ଆଦମୀ ପାର୍ଟିରେ ସାମିଲ ହୋଇଥିବା ଜଣାପଡିଛନ୍ତି । ସେ ବହୁ ଦିନ ହେଲା ସତ୍ୟବାଦୀର ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ରହିଛନ୍ତି । କଂଗ୍ରେସ ଦଳରେ ରହି ସେ ଅଣନିଶ୍ୱାସୀ ହୋଇପଡିଥିଲେ । ତାଙ୍କର ଚିର ସହଯୋଗୀ ତଥା ସତ୍ୟବାଦୀ ବ୍ଳକ ଯୁବ କଂଗ୍ରେସ ସଭାପତି ଦେବାଶିଷ ମିଶ୍ର  କଂଗ୍ରେସ ଦଳ ଛାଡି ଆମ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ଆମ ଆଦମୀ ପାର୍ଟିର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର, ପୁରୀ ଜିଲ୍ଲା ଆବାହକ ସଞ୍ଜବୀ କୁମାର ମହାନ୍ତି ଙ୍କ ଉପସ୍ଥିତିରେ ଦଳୀୟ ଉତ୍ତରୀୟ ଟୋପି ଦେଇ ତାଙ୍କୁ ଦଳରେ ସମିଲ କରାଇଥିଲେ । ବହୁ ଶିଘ୍ର ସତ୍ୟବାଦୀ ବ୍ଳକରେ ଏକ ମିଶ୍ରଣ ପର୍ବ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି. ୨୯/୧୨    

 Sakhigopal News, 29/12/2021

Popular Posts