ବ୍ଲକ ସ୍ତରୀୟ ନିଯୁକ୍ତିଭିତ୍ତିକ ପରାମର୍ଶ ଶିବିର =
Block Level Employment Counseling Camps
ଡେଲାଙ୍ଗ -----= ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୈାଶଲ୍ୟ ଯୋଜନାର ବ୍ଲକ ସ୍ତରୀୟ ନିଯୁକ୍ତି ଭିତ୍ତିିକ ପରାମର୍ଶ ଶିବିର ଡେଲାଙ୍ଗ ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଓରମାସ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା,ପୁରୀଙ୍କ ଆର୍ଥିକ ସହାୟତା କରିଥିବା ବେଳେ ଡେଲାଙ୍ଗ ବ୍ଲକ ଓଡିଶା ଜୀବିକା ମିଶନ ଆୟୋଜନ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ ରୁପାୟନ ନିମନ୍ତେ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ୨୧ଟି ପଞ୍ଚାୟତରେ ଡାକବାଜି ଯନ୍ତ୍ର ମାଧ୍ୟମରେ ବେକାର ଯୁବକ ଯୁବତୀ ମାନଙ୍କୁ ସୁଚନା ପ୍ରଦାନ କରାଯିବା ସହ ପ୍ରସାର ପ୍ରଚାର କରାଯାଇଥିଲା । ବ୍ଳକ ଅଧ୍ୟକ୍ଷା ପ୍ରସନ୍ନ ସାହୁ, ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗି , ମହିଳା ମହାସଂଘର ସଭାନେତ୍ରୀ ବାସନ୍ତି ସାହୁ ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ଏଥିରେ ବିଭିନ୍ନ ପଞ୍ଚାୟତରୁ ୧୧୧ଜଣ ଯୁବକ ଯୁବତୀ ନାମ ପଞ୍ଜିକରଣ କରିଥିବା ବେଳେ ୧୦୧ ଜଣ ମନୋନୀତି ହୋଇଥିବା ଜଣାପଡିଛି । ସାକ୍ଷୀୋଗାପାଳରୁ ଧୀରେନ୍ଦ୍ର ସେନାପତି, ୨=୪/୧୨/୨୦୨୧-----୯,୫୦=