Breaking News

ପୂର୍ବଶତ୍ରୃତାକୁ ନେଇ ଦୁଇ ପଡେଶୀଙ୍କ ମଧ୍ୟରେ ଗଣ୍ଡଗୋଳ , ୫ ଗିରଫ

Clashes between two neighbors over previous hostilities, 5 arrests
- ଭଞ୍ଜନଗର -  ତାରସିଂ ଥାନା ଅନ୍ତର୍ଗତ ଜାଡଧାର ଗ୍ରାମର ପୂର୍ବଶତ୍ରୃତାକୁ କେନ୍ଦ୍ରକରି  ଦୁଇ ପଡୋଶୀ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ରେ ଉଭୟ ପକ୍ଷ ଆହତ ହୋଇଥିଲେ । ଏନେଇ ଉଭୟ ପକ୍ଷରୁ  ତାରସିଂ ଥାନାରେ ଅଭିଯୋଗ ହେଇଥିଲା ।  ସେମାନେ ହେଲେ ଉତ୍ସବ ନାୟକ,ଲକ୍ଷଣ ନାୟକ,ଜୟ ନାୟକ,ଧୋବା ନାୟକ ଓ ପନ୍ଦରୀ ନାୟକ। ଖବର ନେବାରେ ଜାଡଧାର ଗ୍ରାମର ଏହି ପାଞ୍ଚ ଜଣଙ୍କ ମଧ୍ୟରେ ପୂର୍ବଶତ୍ରୃତାକୁ କେନ୍ଦ୍ରକରି ଗଣ୍ଡଗୋଳ ହେଇଥିଲା । ଉଭୟ ପକ୍ଷରୁ ତାରସିଂ ଥାନାରେ ଅଭିଯୋଗ କରିବା ପରେ , ଉଭୟଙ୍କ ଅଭିଯୋଗକୁ ଭିତ୍ତି କରି ୩୪୭ ଓ ୩୪୮/୨୧ରେ ଦୁଇଟି ମାମଲା  ରୁଜୁ କରାଯାଇଥିଲା ।ଘଟଣାକୁ ନେଇ , ଥାନାଧିକାରୀ ପ୍ରଦିପ୍ତ କୁମାର ଦାଶଙ୍କ ମଧ୍ୟସ୍ଥିରେ ଉଭୟ ପକ୍ଷକୁ ବୁଝାସୁଝା କରି ଛାଡି ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ପୁଣି ଦୁଇ ପଡେଶୀ ଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉଭୟ ପକ୍ଷରୁ ତାରସିଂ ଥାନାରେ ପୁଣି ଅଭିଯୋଗ ହେବା ପରେ  ଅଭିଯୋଗକୁ ଭିତ୍ତି କରି ତାରସିଂ ଥାନା କେସ ନଂ ୩୪୯ ଓ ୩୫୦/୨୧ରେ ଦୁଇଟି ମାମଲା ରୁଜୁ କରି ଉଭୟ ପକ୍ଷର ୫ ଜଣକୁ ଗିରଫ କରାଯାଇଛି ।  ସୋମବାର ଦିନ ସମସ୍ତ ଗିରଫ ଅଭିଯୁକ୍ତ ଙ୍କୁ  କୋର୍ଟ ଚାଳଣ କରାଯିବ ବୋଲି  ଥାନାଧିକାରୀ ପ୍ରଦୀପ୍ତ କୁମାର ଦାଶ ସୂଚନା ଦେଇଛନ୍ତି  । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୧୨/୨୦୨୧ ---୧୦,୪୦   Sakhigopal News,26/12/2021

Blog Archive

Popular Posts