Breaking News

୭୨୯ ଜଣ ସଫଳ ଚାଷୀଙ୍କୁ ମାଗଣାରେ ଧାଡ଼ିବୁଣା ଯନ୍ତ୍ର ଉପହାର

Free line gift machines to 424 successful farmers

ଡେଲାଙ୍ଗ-----କଲ୍ୟାଣପୁର ପଞ୍ଚାୟତର ୪୫୩ଜଣ ଏବଂ ସାଉରିଆ ଓ ଘନିପୁର ପଞ୍ଚାୟତର ୨୭୬ଜଣ ଏଭଳି ମୋଟ ୭୨୯ଜଣ ସଫଳ ଚାଷୀଙ୍କୁ କୃଷି ବିଭାଗ ପକ୍ଷରୁ ମାଗଣାରେ ଧାଡ଼ିବୁଣା ଯନ୍ତ୍ର ଉପହାର ଦିଆଯାଇଥିବା ନେଇ ଡେଲାଙ୍ଗ କୃଷି ବିଭାଗ ସହକାରୀ କୃଷି ଅଧିକାରୀ ରାକେଶ କୁମାର ରାଉତ ସୂଚନା ଦେଇଛନ୍ତି।ସୂଚନା ଅନୁଯାୟୀ, ଭାରତ ସରକାରଙ୍କ ପୂର୍ବ ଭାରତ ସବୁଜ ବିପ୍ଳବ ଯୋଜନା ପକ୍ଷରୁ ୨୦୧୮/୧୯ମସିହାରେ  ପ୍ରଦତ୍ତ ଧାଡ଼ିରୁଆ ପ୍ରଦର୍ଶନ କ୍ଷେତ୍ର କରିଥିବା ସଫଳ ଚାଷୀଙ୍କୁ ଡେଲାଙ୍ଗ କୃଷି ଓ ବୈଷୟିକ ପରାମର୍ଶ କେନ୍ଦ୍ର(ଆତ୍ମା)ପକ୍ଷରୁ ଏହି ଧାଡ଼ିବୁଣା ଯନ୍ତ୍ର ବିତରଣ କରଯାଇଛି।କଲ୍ୟାଣପୁରରେ ସରପଞ୍ଚ ବିଷ୍ଣୁପ୍ରିୟା ଜେନାଙ୍କ ପ୍ରତିନିଧି ସଞ୍ଜୟ କୁମାର ଜେନା ଓ ଗ୍ରାମ୍ୟ କୃଷି କର୍ମଚାରୀ ସଞ୍ଜୁକ୍ତା କେରକେଟା ଏବଂ ସାଉରିଆରେ ସରପଞ୍ଚ କୁନିମଣି ରାଉତରାୟ ଓ ଗ୍ରାମ୍ୟ କୃଷି କର୍ମଚାରୀ ଦାଶରଥି ହେମ୍ବ୍ରମ ସଫଳ ଚାଷୀମାନଙ୍କୁ ଏହି ଧାଡ଼ିବୁଣା ଯନ୍ତ୍ର ବିତରଣ କରିଥିଲେ।ତେବେ ୨ ବର୍ଷ ବିଳମ୍ବରେ କୃଷି ବିଭାଗ ପକ୍ଷରୁ ଏହି ଧାଡ଼ିବୁଣା ଯନ୍ତ୍ର ବଣ୍ଟନ କରାଯାଇଥିବାରୁ କେତେକ ଚାଷୀ ଅସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡିଛି।ପ୍ରକାଶଯୋଗ୍ୟ ହାତଚାଳିତ ଏହି ଧାଡ଼ିବୁଣା ଯନ୍ତ୍ରର ବଜାର ମୂଲ୍ୟ ୧୦୪୦ଟଙ୍କା ହୋଇଥିବାବେଳେ ଆତ୍ମା ପକ୍ଷରୁ ସଫଳ ଚାଷୀଙ୍କୁ ଏହି ଯନ୍ତ୍ର ବିନାମୂଲ୍ୟରେ  ଉପହାର ସ୍ବରୂପ ବିତରଣ କରାଯାଇଛି ବୋଲି ଆତ୍ମା ଅଧ୍ୟକ୍ଷ ସୁଧାକର ମାର୍ଥା କହିଛନ୍ତି। 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୯/୧୨/୨୦୨୧----୯,୫୦  

 Sakhigopal News, 19/12/2021


Blog Archive

Popular Posts