ଭଞ୍ଜନଗର ବ୍ଲକର ୭ଟି ପଞ୍ଚାୟତ ଓ ଏନଏସିର ୩ଟି ଓ୍ବାର୍ଡରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କଲେ ମନ୍ତ୍ରୀ
Minister distributes Biju Health Welfare Smart Health Card in 4 panchayats and 3 wards of NAC in Bhanjanagar block
ଭଞ୍ଜନଗର---ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ଭଞ୍ଜନଗର ବ୍ଲକ ର ୭ଟି ଗ୍ରାମ ପଞ୍ଚାୟତ ଯଥା ବ୍ରହୁାଣପଦର,ଗାଲେରୀ,ଦେହମୁହାଁଣୀ,ଲେମ୍ଭେଇ,ତିଳିସିଙ୍ଗି ଓ ବାରୁଡା ଗ୍ରାମ ପଞ୍ଚାୟତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଯୁଗାନ୍ତକାରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରିଛନ୍ତି ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତନ ଓ ସାଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ । ଏହି କାର୍ଯ୍ୟକ୍ରମ ରେ ଭଞ୍ଜନଗର ଗୋଷ୍ଠି ଉନ୍ନୟନ ଅଧିକାରୀ ଅନିଲ କୁମାର ସେଠୀ ଭଞ୍ଜନଗର ବ୍ଲକ,ଉପାଧ୍ୟକ୍ଷ ଜିତେନ୍ଦ୍ର ଆରୁଖ .ବ୍ଲକ ଅଧ୍ୟକ୍ଷ୍ୟ ବିନ ଦଳବେହେରା, କନ୍ଧମାଳ ସାସଂଦ ପ୍ରତିନିଧି ଦିବାକର ନାୟକ, ସିଡିପିଓ ବିଷ୍ଟୁପ୍ରିୟା ସେଠୀ,ବ୍ଲକ ସଭାପତି ରାଜେନ୍ଦ୍ର ପ୍ରଧାନ,ପୂର୍ବତନ ଲେମ୍ଭେଇ ସମିତି ସଭ୍ୟ ଦେବଦତ୍ତ ପ୍ରଧାନ ସରପଞ୍ଚ ହରିବନ୍ଧୁ ପ୍ରଧାନ,ତୁରୁମୁ ସରପଞ୍ଚ ରବିନ୍ଦ୍ରପ୍ରଧାନ,ଯୁବ ସଂଗଠକ ରାଜକିଶୋର ସାହୁ, ସରପଞ୍ଚ, ସମିତି ସଭ୍ୟ ଓ ଜନ ପ୍ରତିନିଧି ମାନେ ଉପସ୍ଥିତ ରହିବା ସହ ଏହି କାର୍ଯ୍ୟକ୍ରମକୁ ସମାଜସେବୀ ଶୂଳପାଣି ଶତପଥୀ ସଂଯୋଜନା କରିଥିଲେ।ସେହିପରି ଭଞ୍ଜନଗର ବିଞାପିତ ଅଞ୍ଚଳ ପରିଷଦରେ ଥିବା ୧୦.୧୧.୧୨ ଓ୍ବାର୍ଡର ୫୧୩ ହିତାଧିକାରୀକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସାର୍ଟ ହେଲ କାର୍ଡ ବଣ୍ଟନ କରିଥିଲେ ମନ୍ତ୍ରୀ ଶ୍ରୀ ଆରୁଖ । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଓ ବିଞାପିତ ଅଞ୍ଚଳ ପରିଷଦର ଅଧିକାରୀ ଗୈାତମ କର ମଞ୍ଚାସୀନ ରହିଥିବା ବେଳେ ବିଞାପିତ ଅଞ୍ଚଳ ପରିଷଦର ସମସ୍ତକର୍ମଚାରୀ ଏହିକାର୍ଯ୍ୟକ୍ରମକୁ ପରିଚାଳନା ରେ ସହଯୋଗ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୧୨/୨୦୨୧---୧୦,୪୫ Sakhigopal News,19/12/2021