Breaking News

ବିଜୟଲକ୍ଷ୍ମୀ ଶରଣପୁର ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ; ଏକାଠି ହେଲେ ୪୫ ବର୍ଷର ଛାତ୍ର ଛାତ୍ରୀ

Meet friends at Vijayalakshmi Saranpur High School; The 65-year-old student came together
   
 ଭଞ୍ଜନଗର---   ବଡ ମଣିଷ ନହେଲେ ମଧ୍ୟ , ଭଲ ମଣିଷ କୁ ସୃଷ୍ଟି କରିପାରିଛି । ଗାଁ ରୁ ଆରମ୍ଭ କରି ଅନ୍ତର୍ଜାତୀୟ ସ୍ତରରେ କୃତିତ୍ୱ ଅର୍ଜନ କରିଛନ୍ତି ଛାତ୍ରଛାତ୍ରୀ । ପୂରାତନ ଛାତ୍ର ଛାତ୍ରୀ ହିଁ ଆଜିର ଛାତ୍ର ସମାଜ ପାଇଁ ପ୍ରେରଣା ପାଲଟିଛନ୍ତି । ଏଭଳି ଆବେଗ ପୂର୍ଣ୍ଣ ଏବଂ ଭାବ ବିହ୍ୱଳ ମତାମତ ଦେଇଛନ୍ତି  ଅବସରପ୍ରାପ୍ତ  ଶିକ୍ଷକ, ଶିକ୍ଷୟତ୍ରୀ  ପ୍ରମୁଖ । ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ , ବିଜୟଲକ୍ଷ୍ମୀ ଶରଣପୁର ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ପୁରାତନ ଛାତ୍ର ଛାତ୍ରୀ ସମ୍ମିଳନୀ ଅବସରରେ ବିଦ୍ୟାଳୟ ରେ ଅଧ୍ୟୟନ କରିଥିବା ଗତ ୪୫ ବର୍ଷର ପୁରାତନ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ ରବିବାର ଦିନ ଆୟୋଜିତ ହୋଇଯାଇଛି । ୧୯୭୨ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟର ପୂର୍ବତନ ଛାତ୍ର ଛାତ୍ରୀ ମାନେ ଏକାଠି ହେବାସହ ଅତୀତର ସ୍ମୃତି ସାଉଁଟିଥିଲେ । ଗୁରୁ ଶିଷ୍ୟଙ୍କ ପବିତ୍ର ପରମ୍ପରା କୁ ମନେ ପକାଇଥିଲେ । ଆସନ୍ତା ଦିନରେ ଗୁରୁ ଶିଷ୍ୟଙ୍କ ସମ୍ପର୍କକୁ ବଞ୍ଚାଇ ରଖିବାକୁ ଚଳିତ ଓ ଆସନ୍ତା ପୀଡିଙ୍କୁ ପରାମର୍ଶ ଦେଇଥିଲେ ।
ଏହାସହ ୧୯୭୫ ମସିହାରୁ ଆରମ୍ଭ କରି ୨୦୨୦ ମସିହା ପର୍ଯ୍ୟନ୍ତ ୧୦ ଶ୍ରେଣୀ ଉତ୍ତୀର୍ଣ୍ଣ କରିଥିବା ଛାତ୍ର ଛାତ୍ରୀ ମାନେ ନିଜ ଅନୁଭୁତି ପ୍ରକାଶ କରିଥିଲେ । ବିଦ୍ୟାଳୟ ର ବିକାଶ ଏବଂ ଶିକ୍ଷା ର ଗୁଣାତ୍ମକ ଦିଗ ଉପରେ ଗୁରୁତ୍ୱାରୋପ କରିବା ସହ ଆସନ୍ତା ଦିନରେ ହେବାକୁ ଯାଉଥିବା  ସୁବର୍ଣ୍ଣ ଜୟନ୍ତୀ ସଂକ୍ରାନ୍ତରେ ଆଲୋଚନା ଓ ପାଣ୍ଠି ସଂଗ୍ରହ ନେଇ ନିଷ୍ପତ୍ତି ନେଇଥିଲେ । କାର୍ଯ୍ୟକ୍ରମ ରେ  ପୂର୍ବତନ ପ୍ରଧାନଶିକ୍ଷକ ସିମାଞ୍ଚଳ ମହାପାତ୍ର , ନିରଞ୍ଜନ ପରିଡ଼ା ,ହେମନ୍ତ ତ୍ରିପାଠୀ ଙ୍କ ସମେତ , ଅବସରପ୍ରାପ୍ତ ଓ କାର୍ଯ୍ୟରତ ଶିକ୍ଷକମାନେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ , ବନମାଳୀ ମିଶ୍ର , ବାବୁଲା ମହାରଣା , ବୃନ୍ଦାବନ ମହାରଣା , ନିରଞ୍ଜନ ନାୟକ , ମନୋଜ ତ୍ରିପାଠୀ , ଭଗବାନ ବେହେରା , ଅରୁନ୍ଧତୀ ତ୍ରିପାଠୀ , ବବିତା ପରିଡ଼ା , ସ୍ବପ୍ନାରାଣୀ ଶତପଥୀ ,ରବିନ୍ଦ୍ର ପରିଡ଼ା  ଙ୍କ ସମେତ ବହୁ ପୂରାତନ ଛାତ୍ର ଛାତ୍ରୀ ଯୋଗଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ପୁରାତନ ଛାତ୍ର ମିହିରକାନ୍ତ ଶତପଥୀ , ଅଶୋକ ରଥ ଏବଂ ପ୍ରବୀଣ କୁମାର ପାଢ଼ୀ ପ୍ରମୁଖ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପୁରାତନ ଓ ନୂତନ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୧୨/୨୦୨୧---୧୦,୫୫ Sakhigopal News,19/12/2021

Blog Archive

Popular Posts