ପଞ୍ଚାୟତ ନିର୍ବାଚନ ପୂର୍ବରୁ : କଂଗ୍ରେସ ଓ ବିଜେପି ଛାଡି ବିଜେଡିରେ ସାମିଲ ହେଲେ ତିନି ତୁଙ୍ଗନେତା
Before the panchayat elections: Three leaders left the Congress and the BJP and joined the BJD.
ଭଞ୍ଜନଗର---- ଭଞ୍ଜନଗର ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜନିତୀ ପାଣିପାଗ ସରଗରମ ହେବାରେ ଲାଗିଛି । ଗାଁ ଗାଁ ରେ ଆରମ୍ଭ ହେଲାଣି ରାଜନିତୀ ତର୍ଜମା । ରୁଦ୍ଧ ଦ୍ବାର ବୈଠକ ରେ ଚାଲିଛି ପ୍ରାର୍ଥୀ ଚୟନ । ପ୍ରତ୍ୟେକ ରାଜନୈତିକ ଦଳରେ ଆରମ୍ଭ ହୋଇଛି ଭୋଟ-ଅଙ୍କକଷା । ପଞ୍ଚାୟତ କୁ ନିଜ ନିଜ ଦଖଲକୁ ନେବାପାଇଁ ବିଭିନ୍ନ ଦଳୀୟ ମହଲରେ ରଣନିତୀ ପ୍ରସ୍ତୁତ ହେଉଛି । ଏହିକ୍ରମରେ ଭଂଜନଗର ବ୍ଳକ ଅନ୍ତର୍ଗତ କୁଲାଡ ପଞ୍ଚାୟତ ରେ ମଧ୍ୟ ସଜବାଜ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । କଂଗ୍ରେସ ଓ ବିଜେପି ଦଳର ତିନିଜଣ ଆଗଧାଡିର ସମର୍ଥକ ନିଜଦଳ ଛାଡି ବିଜୁଜନତା ଦଳ ରେ ସାମିଲ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ସହ କଥାବାର୍ତ୍ତା ହୋଇ ବିଜେଡି ରେ ସାମିଲ ହୋଇଥିବା ଜଣାପଡିଛି । ବିଜୁ ଯୁବ ଜନତା ଦଳ ର ଜିଲ୍ଲା ଉପ-ସଭାପତି ବୁଲୁ ରାଜୁ ଙ୍କ ନେତୃତ୍ବରେ , କୁଲାଡ ର କଂଗ୍ରେସ ନେତା - ରାମହରି ପାତ୍ର ଏବଂ ବିଜେପି ର ଦେବୀପ୍ରସାଦ ସାହୁ ଓ ରାମଚନ୍ଦ୍ର ପାଢୀ ପ୍ରମୁଖ ବିଜେଡ଼ି ରେ ସାମିଲ ହୋଇଛନ୍ତି । ପରବର୍ତ୍ତୀ ସମୟରେ ସେମାନଙ୍କ ବହୁସଂଖ୍ୟକ ସମର୍ଥକ ଙ୍କୁ ନେଇ ଆସନ୍ତା ଦିନରେ ଅନୁଷ୍ଠାନିକ ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଉପ-ସଭାପତି ଶ୍ରୀ ରାଜୁ ଙ୍କ ଠାରୁ ସୂଚନା ମିଳିଛି । ଏହି ମିଶ୍ରଣ ପର୍ବ ,ଆସନ୍ତା ପଞ୍ଚାୟତ ନିର୍ବାଚନ ରେ କୁଲାଡ ରେ ବିଜେଡି ସମର୍ଥକ ଙ୍କ ଦ୍ଵାରା ଭଲଫଳ ପ୍ରତିଫଳିତ ହେବ ବୋଲି ଦଳୀୟ ମହଲରେ ଚର୍ଚ୍ଚା ଜୋର ଧରିଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୧୨/୨୦୨୧----୧୦, ୫୫ Sakhigopal News,19/12/2021