Breaking News

ମଦ ପାଇଁ ମା' କୁ ମାଡ଼ ..... ଥାନା ରେ ଅଭିଯୋଗ , ପୁଅ ଗିରଫ

Mother beaten for alcohol ..... complaint to police, son arrested
ଭଞ୍ଜନଗର  -  ମଦ ନିଶା ସବୁକିଛି  ବିଗାଡିଦିଏ । ଢୋକେ ପିଇଦେଲେ , ହିତାହିତ ଜ୍ଞାନ ଭୁଲିଯାଏ ମଦ୍ୟପ । କିନ୍ତୁ ମଦ ପିଇନଥିଲେ ବି ,  ମଦ ପିଇବା ପାଇଁ ପାଗଳ ହୋଇ ଯାଉଥିବା ମଣିଷ କିଛି ବି ଅଘଟଣ ଘଟାଇବାକୁ ପଛାଏ ନାହିଁ । ଯାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି , ତାରାସିଂ ଥାନା ଅଞ୍ଚଳରେ । ମଦ ପିଇବାକୁ ଟଙ୍କା ନଦେବାରୁ , ଖୋଦ୍ ମା' କୁ ମାରିଦେବାକୁ ଉଦ୍ୟମ କରି , ଗିରଫ ହୋଇଛି ଶିକ୍ଷିତ ପୁଅ ।
  ତାରାସିଂ ଗ୍ରାମ ର ବୟସ୍କ ମହିଳା ତଥା ଅଙ୍ଗନବାଡ଼ି ଝୁନୁ ତ୍ରିପାଠୀ ଙ୍କ କ୍ଷେତ୍ରରେ ଘଟିଛି ଏଭଳି ଘଟଣା ।
ଖବର ନେବାରେ  ଜଣାପଡିଛି , ତାରାସିଂ ଗ୍ରାମର ସୁଶିଲ କୁମାର ଦାଶଙ୍କ ୩ ପୁଅ । କିଛି ବର୍ଷ ପୂର୍ବରୁ , ସୁଶିଲଙ୍କ ମୃତ୍ୟୁ ଘଟିଛି ।  ସାନ ପୁଅ ଅକ୍ଷୟ ଦାଶ ଓ ବୃଦ୍ଧା ମା ଝୁନୁ ମିଶି ତାରସିଂ ଗ୍ରାମରେ ରହି ଆସୁଛନ୍ତି । ଏହି ସମୟରେ ସୁଶିଲ ଙ୍କ ଜୀବନ ବୀମା ରାଶି ଅର୍ଥ ପାଇଥିଲେ ସ୍ତ୍ରୀ ଝୁନୁ ।  ଏହି ଟଙ୍କାରୁ କିଛି ଟଙ୍କା ଘର କାମରେ ଲଗାଇଥିବା ବେଳେ , ଆଉ କିଛି ଟଙ୍କା ସାନ ପୁଅ ଅକ୍ଷୟ କୁ ଦେଇଥିଲେ  ଏକ ମୋବାଇଲ୍ ଦୋକାନ କରିବା ପାଇଁ  । ସେହି ଦୋକାନଟି କିଛି ବର୍ଷ ଭଲରେ ଚାଲିଥିବା ବେଳେ  ବର୍ତ୍ତମାନ ଦୋକାନ କ୍ଷତିରେ ଚାଲିବାରୁ ଅର୍ଥର ଅଭାବ ପଡିଲା ।  ଏନେଇ ବୃଦ୍ଧା ମାଙ୍କୁ ବାରମ୍ବାର ଟଙ୍କା ମାଗି ଆସୁଥିଲା ପୁଅ ।  ସେହି ଟଙ୍କାରେ ଦୋକାନ ଜିନିଷ ନକିଣି , ମଦ ପିଆରେ  ଖର୍ଚ୍ଚ କରି ଚାଲିଲା ପୁଅ  ।  ଅଧିକାଂଶ ସମୟରେ ମା ଙ୍କୁ ମାଡମାରିବା ସହ ଗାଳିଗୁଲଜ କରି  ଆସୁଥିଲା । ମଙ୍ଗଳବାର  ରାତ୍ରରେ ଅକ୍ଷୟ ବୃଦ୍ଧା ମା ଝୁନୁକୁ ମଦ ପିଇବା ପାଇଁ ଟଙ୍କା ମାଗିବାରୁ  , ମା  ଟଙ୍କା ଦେଇନଥିଲେ । ଫଳରେ ପୁଅର ଉତ୍ୟକ୍ତ ହୋଇ ମା ଙ୍କୁ  ମାଡମାରିବା ସହ ଜୀବନରେ ମାରିବା ପାଇଁ ଉଦ୍ୟମ କରିଥିଲା ।  ଘଟଣା ସ୍ଥଳରୁ କୈଶଳ କ୍ରମେ ମା ଖସିଆସି ତାରସିଂ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ତାରସିଂ ଥାନା ପୋଲିସ ଥାନା କେଶ୍ ନମ୍ବର -  ୩୫୩/୨୧ରେ ଏକ  ମାମଲା ରୁଜୁ କରିବା ସହ , ଅଭିଯୁକ୍ତ ପୁଅ  ଅକ୍ଷୟକୁ ଗିରଫ କରି କୋର୍ଟ ଚାଲାଣ କରିଯାଇଥିବା ନେଇ ତାରସିଂ ଥାନାଧିକାରୀ ପ୍ରଦିପ୍ତ କୁମାର ଦାଶଙ୍କ ଠାରୁ ସୁଚନା ମିଳିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୧୨/୨୦୨୧ ----୧୦,୩୫   Sakhigopal News,30/12/2021

Popular Posts