ଅଗ୍ନିକାଣ୍ଡଘଟି ୩ପରିବାରର ୬ ବଖରା ଭସ୍କିଭୂତ , ସଟସର୍କିଟ ସନ୍ଦେହ
ଭଞ୍ଜନଗର--- ତାରସିଂ ଥାନା ଗାଲେରୀ ଫାଣ୍ଡି ଅନ୍ତର୍ଗତ ଜଢାହାଟୁଣୀ ଗ୍ରାମରେ ୩ ପରିବାରର ୬ ବଖରା ଘର ସଟସର୍କିଟରେ ଅଗ୍ନିକାଣ୍ଡ ଘଟିଯାଇଛି । ଘରେ ଥିବା ସମସ୍ତ ଆସବାବପତ୍ର ଜଳିପୋଡି ଧ୍ବଂସ ହେଇଯାଇଛି ।ବିପନ୍ନମାନେ ହେଲେ ସୁର ଡାକୁଆ,ସୂର୍ଯ୍ୟ ଡାକୁଆ ଓ ଲକ୍ଷ୍ମୀ ଡାକୁଆ । ନେବାରେ ଗ୍ରାମବାସୀ ଖାଇ ଶୋଇଥିବା ସମୟରେ ହଠାତ୍ ସୂର୍ଯ୍ୟ ଓ ଲକ୍ଷ୍ମୀ ଙ୍କ ଘରୁ ହଠାତ୍ ନିଆଁଟି ବାହାରି କ୍ଷଣିକ ମଧ୍ୟରେ ଏହି ୩ ପରିବାର ଘରକୁ ବ୍ୟାପିବା ଫଳରେ ଗ୍ରାମବାସୀ ଲିଭାଇବାକୁ ବହୁ ଚେଷ୍ଟା କରି ବିଫଳ ହୋଇଥିଲେ । ଖବରପାଇ ଭଞ୍ଜନଗର ଦମକଳ ବାହିନୀକୁ ଜଣାଇବା ପରେ ଘଟଣାସ୍ଥଳରେ ଦମକଳ ବାହୀନି କର୍ମଚାରୀମାନେ ପହଞ୍ଜି ନିଆଁକୁ ଆୟତ କରିବାରେ ସକ୍ଷମ ହେଇଥିଲେ । ଘରେ ଥିବା ସମସ୍ତ ଆସବାପତ୍ର,ଲୁଗାପଟା,ଧାନଚାଉଳ ସଂପୂର୍ଣ୍ଣ ଜଳି ପୋଡି ପାଉଁଶ ହେଇଥିବା ଦେଖିବାକୁ ମିଳିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୧/୧୨/୨୦୨୧---୧୧,୧୦ Sakhigopal News,31/12/2021