Breaking News

୬୦ତମ ଭଞ୍ଜ ସଙ୍ଗୀତ ଆସର; ଗୁରୁ ଶ୍ରୀ ଅଶୋକ ମହାପାତ୍ରଙ୍କୁ ଇନ୍ଦ୍ରଧନୁ ସମ୍ମାନରେ ସମ୍ବର୍ଦ୍ଧିତ

70th Bhanj Music Festival; Guru Shri Ashok Mohapatra is honored with the rainbow



ଭଞ୍ଜନଗର -  ସଙ୍ଗୀତାୟନର ଗୁରୁ ଶ୍ରୀ ଅଶୋକ ମହାପାତ୍ର ପୁରୀ ଜିଲ୍ଲା ଐତିହ୍ୟ ଗ୍ରାମ ରଘୁରାଜପୁର ଠାରେ ଚାଲିଥିବା ଜାତୀୟ ସାଂସ୍କୃତିକ ଉତ୍ସବ ‘ଇନ୍ଦ୍ରଧନୁ’ କାର୍ଯ୍ୟକ୍ରମରେ ଭଞ୍ଜ ସଂଗୀତ ପରିବେଷଣ କରି ଇନ୍ଦ୍ରଧନୁ ସମ୍ମାନରେ ବିଭୁଷିତ ହୋଇଛନ୍ତି । ପ୍ରକାଶଥାଉକି ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ରଘୁରାଜପୁର ଠାରେ ଜାତୀୟ ସାଂସ୍କୃତିକ ଉତ୍ସବ ‘ଇନ୍ଦ୍ରଧନୁ’ ବିଭିନ୍ନ ନୃତ୍ୟ ପରିଷଦ ସହିତ ଗୁରୁଶ୍ରୀ ଅଶୋକ ମହାପାତ୍ର ଏବଂ ତାଙ୍କର ଅନୁଷ୍ଠାନ ଭଞ୍ଜ ସଙ୍ଗୀତ ପରିବେଷଣ କରିଥିଲେ । ବାଦନରେ ଶ୍ରୀମାନ ଅଭିଷେକ ମହାପାତ୍ର ସଂଗୀତ କରିଥିଲେ । କାର୍ଯ୍ୟକ୍ରମର ଆବାହକ ଶ୍ରୀମତୀ ଚାନ୍ଦମଣି ଦେବୀ ଏବଂ ଗୁରୁ ବସନ୍ତ ମହାରଣା ଶିଳ୍ପୀମାନଙ୍କୁ ସଂବର୍ଦ୍ଧିତ କରିଥିଲେ ।
ସେହିପରି ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ମାଉସୀ ମା’ ମନ୍ଦିର ପ୍ରଶାସନର ସହଯୋଗରେ ଆନନ୍ଦ ସଂଗୀତାୟନ ତରଫରୁ ୬୦ତମ ମାସିକ ଭଞ୍ଜ ସଂଗୀତ ଆସର ଅନୁଷ୍ଠିତ ହୋଇଯାଇଛି । କବିସମ୍ରାଟ ଉପେନ୍ଦ୍ରଭଞ୍ଜ କୃତ ବହୁଛାନ୍ଦ ଓ ଚଉପଦିକୁ ପରିବେଷଣ କରିଥିଲେ । ପ୍ରାରମ୍ଭରେ ସମାଜସେବୀ ଭରତ ନାୟକ, ନିର୍ଦ୍ଦେଶକ ଚକ୍ରଧର ମହାପାତ୍ର, ସମାଜସେବୀ ଦୟାନିଧି ତ୍ରିପାଠୀ ଏବଂ ଜଗନ୍ନାଥ ସଂସ୍କୃତି ଗବେଷକ ବିଶ୍ୱନାଥ ମିଶ୍ର ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବରିଷ୍ଠ ଅଭିନେତା ରବି ତ୍ରିପାଠୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଭଞ୍ଜ ସାହିତ୍ୟ ଏବଂ ସଂଗୀତକୁ ଆଧାର କରି କବି ପ୍ରଶାନ୍ତ ମହାନ୍ତି ମଂଚ ସଂଯୋଜନା କରିଥିଲେ । ଗୁରୁ ଅଶୋକ ମହାପାତ୍ର ସମେତ ଶିଳ୍ପୀ ଦିପ୍ତାଂଶୁ ଦେବୀ, ରଶ୍ମିତା ଭୂୟାଁ, ସ୍ନିଗଧାରାଣୀ ଗୌଡ଼, ସୁଧାଂଶୁ ରାଣୀ ଜେନା, ଚିନ୍ମୟୀ ଗୌଡ଼ ପ୍ରମୁଖ ଭଞ୍ଜ ସଂଗୀତ ପରିବେଷଣ କରିଥିଲେ । ମର୍ଦ୍ଦଳ ବାଦନରେ ଶ୍ରୀମାନ ଅଭିଷେକ ମହାପାତ୍ର ଏବଂ ମଂଜିରାବାଦନରେ ଗୁରୁ ଚରଣ ପ୍ରଧାନ ସହଯୋଗ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୨୫/୧୨/୨୦୨୧----୮,୫୦  Sakhigopal News,25/12/2021

Blog Archive

Popular Posts