Breaking News

ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ଭଞ୍ଜନଗର-- ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ କର୍ମ କରିଆସୁଥିବା ଜଣେ ଅଧ୍ୟାପିକା ଓ ପାଠାଗାର ର ସହାୟିକା ଙ୍କୁ ଆଜି ସାବିତ୍ରୀ ମହିଳା ମହାବିଦ୍ୟାଳୟର ତରଫରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ. ସୁଶାନ୍ତ କୁମାର ମଲ୍ଲିକ ସଭାପତିତ୍ୱ ଗ୍ରହଣ କରିଥିଲେ।  ସୁପ୍ରଭା ବେହେରା ଜଣେ କର୍ମଠ, କର୍ତବ୍ୟପୂର୍ଣ୍ଣ, ଛାତ୍ରୀ ପ୍ରେମୀ, ମାର୍ଗଦର୍ଶିକା ଅଧ୍ୟାପିକା ଓ ମହାବିଦ୍ୟାଳୟ ତାଙ୍କ ପରି ଅଧ୍ୟାପିକା ଙ୍କୁ ପାଇ ଗର୍ବିତ  ଓ କୃତଜ୍ଞ ବୋଲି ଅଧ୍ୟକ୍ଷ ଡ଼  ମଲ୍ଲିକ  କହିଥିଲେ। ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ ମଧ୍ୟ ଉଭୟ ସୁପ୍ରଭା ବେହେରା ଓ ରଶ୍ମି ସାହୁଙ୍କର ଶାନ୍ତ ସୋଭବ ଓ ମାନବ ପ୍ରେମୀ ମନୋଭାବ ବିଶେରେ ଅନେକ କଥା କହିଥିଲେ।ସଭାକୁ ପରିଚାଳନା କରିଥିଲେ ଇଂଲିଶ ବିଭାଗ ର ଅଧ୍ୟାପିକା ଶ୍ରୀମତୀ ସନ୍ଧ୍ୟା ରାଣୀ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ଏହି ବିଦାୟ ସମ୍ବର୍ଦ୍ଧନା ସଭାରେ ଇତିହାସ ବିଭାଗର ମୁଖ୍ୟ ସୁଶ୍ରୀ ସୁପ୍ରଭା ବେହେରା ଏବଂ ପାଠାଗାର ସହାୟିକା ଶ୍ରୀମତୀ ରଶ୍ମିରେଖା ସାହୁଙ୍କୁ ମାନପତ୍ର ସହ ଉପଢୌକନ ସହିତ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସୁଶ୍ରୀ ସୁପ୍ରଭା ବେହେରା ଏବଂ ଶ୍ରୀମତୀ ରଶ୍ମିରେଖା ସାହୁ ନିଜ କର୍ମମୟ ଜୀବନର ଅଭିଜ୍ଞତା ସମ୍ପର୍କରେ ଅଭିଭାଷଣ ରଖିଥିଲେ। ଏହି ସଭାରେ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ। ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୨/୭/୨୦୨୫----୫,୨୦ Sakhigopal News,2/7/2025

Blog Archive

Popular Posts