Breaking News

ବଡ଼ମାଲ ଠାରେ ୧୩ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ଟିଟିଲାଗର ଭାଟିପଡା ବିଜୟି

13-day football tournament held at Badmal, Titilagar wins Bhatipada


 ବଲାଙ୍ଗୀରି---- ସଇଁତଲା ବ୍ଲକ ଅନ୍ତର୍ଗତ ବଡ଼ମାଲ ଖେଳ ପଡିଆ ଠାରେ ୧୮ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ  ଉଦଯାପିତ ହୋଇଯାଇଛି। ଏହି ତିନିଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସର୍ବମୋଟ ୧୨ ଟି ଫୁଟବଲ ଟିମ ଅଂଶଗ୍ରହଣ କରିଥିଲେ। ଆଜି ଫାଇନାଲ ମ୍ୟାଚରେ ଟିଟିଲାଗଡ଼ ଭାଟିପଡା ଓ ଜାମପଦର ମଧ୍ୟରେ ଲଢେ଼ଇ ହୋଇଥିବା ବେଳେ ଉକ୍ତ ମ୍ୟାରରେ ଭାଟିପଡ଼ା ଦଳ ୪/୨ ରେ ବିଜୟୀ ହୋଇଥିଲା। ଉକ୍ତ ଫୁଟବଲ ମ୍ୟାଚରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଜେତା ମାନଙ୍କୁ ପୁରୁସ୍କାର ବିତରଣ କରିଥିଲେ ।
ସମ୍ମାନିତ ଅତିଥି ଭାବରେ ଗଣ୍ଡପତ୍ରପାଲି ସରପଞ୍ଚ ସୁମୁଖୀ ଭୋଇ ,ଚନ୍ଦ୍ରବଦନ ପୁରୋହିତ, ରାଜକିଶୋର ଡାଙ୍ଗ,ରଞ୍ଜନ ବଗର୍ତ୍ତି, ମାଳତୀ ମହାନନ୍ଦ, ନନ୍ଦିତା ମହାନନ୍ଦ,କନ୍ଧ ଭୋଇ, ନାରଦ ଭୋଇ, ଅଭିରାମ ମାଝୀ, ପ୍ରମୋଦ ଭୋଇ, ଅଙ୍ଗତ ଭୋଇ, ପ୍ରସାଦ ଭୋଇ, ବାସୁଦେବ ଭୋଇ, ଦେବେନ୍ଦ୍ର ମାଝୀ, ଗଣ୍ଡାରାମ ଭୋଇ ଓ ମୋହନ ଭୋଇ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ।ଵିଵଛ ମାଝୀ, ବୈଷ୍ଣବ ତାଣ୍ଡି, ନବୀନ ସରାଫ ଓ ଦିଲୀପ ମାଝୀ ରେଫରି ଭାବେ ଖେଳ ପରିଚାଳନା କରିଥିବା ବେଳେ ସୁରେନ୍ଦ୍ର ମହାନନ୍ଦ ଓ ଦୀପକ ନାଗ ଧାରାବିବରଣୀ ପ୍ରଦାନ କରିଥିଲେ।ମୋହନ ଭୋଇ,ଅଜୟ ଭୋଇ ଓ ଦାମୋଦର ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳ ଶେଷରେ ମନୀଷ ସୁନା ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ।

ବଲାଙ୍ଗୀରରୁ ରଞ୍ଜନ କୁମାର ବାଗ, ୨୫/୧୨/୨୦୨୧----୯,୧୦  Sakhigopal News,25/12/2021

Blog Archive

Popular Posts