Breaking News

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

Voluntary blood donation camps are held
 ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଅରଯୁଂଡା ଉଚ୍ଚ ବିଦ୍ୟାଳୟ ପରିସରରେ  ଅରଯୁଂଡା ମାଁ ସମଲେଶ୍ଵରୀ ପୂଜା କମିଟୀ ଓ ମୋ ପରିବାର ଓଡିଶା ର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବରେ ବରଗଡ ଜିଲ୍ଲା ମୋ ପରିବାର ର ବରଗଡ ଜିଲ୍ଲା ର ସଂଯୋଜକ ଗୌରହରି ମିଶ୍ର ଯୋଗ ଦେଇ ରକ୍ତ ଦାନ ଶିବିର ଉଦଘାଟନ କରିଥିଲେ। ଏଥିରେ ଭେଡେନ ବ୍ଲକ ଜିଲ୍ଲା ପରିଷଦ ସଭ୍ଯ ସୁବାସ ହୋତା, ବିଜେଡି ସଭାପତି ହରିଶଙ୍କର  ବେହେରା, ସଂକ୍ରିଡା ସରପଞ୍ଚ ଶୁସାନ୍ତ କୁମାର ସାହୁ, ସଂକ୍ରିଡା ପୂର୍ବତନ ପେକ୍ସ ସଭାପତି ସତ୍ୟଜିତ ପୁରୋହିତ, ପୁର୍ବତନ ସରପଞ୍ଚ ତୋଷବନ୍ତ ବେହେରା ଯୋଗଦେଇ ଥିଲେ ।ଏହି ଶିବିର କୁ ପରିଚାଳନା ମାଁ ସମଲେଶ୍ଵରୀ ପୂଜା କମିଟୀ ର ସଭାପତି ରାକେଶ ରଞ୍ଜନ ପାଢୀ, ଉପଦେଷ୍ଟା ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପାଢ଼ୀ, ରାଜେଶ ରଞ୍ଜନ ପାଢୀ, ସିତାରାମ ବନଛୋର, ଶୁଶିଲ ରଣା, ସତ୍ୟ କୁମାର ପେରା ଓ ପୂଜା କମିଟି ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ। ଏହି ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ୪୭ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ । ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜର ବୁର୍ଲା ରକ୍ତ ଭଣ୍ଡାର ଡାକ୍ତର ଡାଃ ଜୋତିପ୍ରକାଶ ପଟେଲ, ସହଯୋଗୀ କର୍ମଚାରୀ ଲାଲୁ ବିଶ୍ଵାଳ, କରୁଣାକର ସାହୁ, ପ୍ରହଲ୍ଲାଦ ଦୋରା, ଜନକ ବେହେରା ପ୍ରମୁଖ ରକ୍ତ ସଂଗ୍ରହ କରି ଥିଲେ। ଆଶାକର୍ମୀ ରିନା ବିଶି ଓ କୁମୁଦିନୀ ଭୁଏ ସହଯୋଗ କରିଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩୦/୧୨/୨୦୨୧-----୧୦,୨୦ Sakhigopal News,30/12/2021

Popular Posts