ଉଛେଦିତ ୧୧ ବ୍ୟବସାୟୀଙ୍କୁ ଭେଣ୍ଡିଂଯୋନ, ଷ୍ଟ୍ରିଟଭେଣ୍ଡରଙ୍କୁ ପିଏମଏସଭି ଯୋଜନା
Wendyon to 11 traders evicted, PMSV scheme to street vendors
ଜଟଣୀ---- ଜଟଣୀ ସୀତାରାମଛକରୁ ଉଛେଦିତ ବ୍ୟବସାୟୀମାନଙ୍କୁ ଜଟଣୀ ପୈାରପରିଷଦ ପକ୍ଷରୁ ମିଳିଛି ଭେଣ୍ଡିଂଯୋନ ଦୋକାନଘର । ଏନେଇ ବ୍ୟବସାୟୀ ମହଲରେ ଖୁସିର ଲହରୀ ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ୫ଟି ଶାସନ ଆଧାରରେ ଜଟଣୀ ସହରର ବିକାଶଲାଗି = ଆରମ୍ଭ ହୋଇଛି ଯୋଜନା । ଏହି ଯୋଜନାରେ ଉଛେଦିତ ବ୍ୟବସାୟୀଙ୍କୁ ଥଇଥାନ କରାଯାଇଥିବାରୁ ଜଟଣୀବାସୀ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଜଟଣୀର ବହୁପ୍ରତିଖୀତ ଫ୍ଲାଏଓଭରବ୍ରିଜ ନିର୍ମାଣ ଓ ରାସ୍ତାର ଦୋହରୀକରଣ ସମୟରେ ୫୮୪ଜଣ ବ୍ୟବସାୟୀ ସେମାନଙ୍କର ଜିବିକା ହରାଇଥିଲେ । ଏଥି ମଧ୍ୟରେ ସର୍ବାଧୀକ କ୍ଷତିଗ୍ରସ୍ତ ହୋଇଥିଲା ଜଟଣୀର ସୀତାରାମଛକର ବ୍ୟବସାୟୀ ମାନେ । ସୀତାରାମଛକ ବ୍ୟବସାୟୀମାନେ ସେମାନଙ୍କର ବ୍ୟବସାୟ ପ୍ରତିଷ୍ଠାନ ହରାଇବାପରେ ଅର୍ଥାଭାବ ଓ ପାରିବାରିକ ସମସ୍ୟା ମଧ୍ୟରେ ଗିତିକରିଥିଲେ । ତେବେ ସେମାନଙ୍କ ବ୍ୟବସାୟୀକରଣକୁ ଉଜ୍ଜବୀତ କରିବାଲାଗି ସେମାନଙ୍କୁ ଜିଲା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଥଇଥାନଲାଗି ପ୍ରତିଶୃତି ମିଳିଥିଲା । ତେବେ ବ୍ୟବସାୟ ସଂଗଠନ ଦିର୍ଘଦିନର ଅକ୍ଳାନ୍ତ ପରିଶ୍ରମପରେ ଗୁରୁବାର ମଧ୍ୟାହ୍ନରେ ଜଟଣୀ ପୈାରପରିଷଦ ସଭାଗୃହଠାରେ ପୈାରନିର୍ବାହୀ ଦିଲିପ କୁମାର ମହାନ୍ତୀଙ୍କ ତତ୍ୱାବଧାନରେ ଉଛେଦିତ ବ୍ୟବସାୟୀମାନଙ୍କୁ ଭେଣ୍ଡିଂଯୋନ ଦୋକାନଗୃହଲାଗି ପରିଚୟପତ୍ର ପ୍ରଦାନ କରାଯାଇଛି = । ସୀତାରାମଛକର ୪୧ଜଣ ବ୍ୟବସାୟୀ ଭେଣ୍ଡିଂଯୋନ ଲାଗି ଆବେଦନ କରିଥିଲେ । ଆବେଦନ ସମୟରେ ସେଡ ପାଇବାଲାଗି ସେମାନେ ଅଗ୍ରିମ ୫୦ହଜାର ଟଙ୍କା ଦାଖଲ କରିଥିଲେ । ମାତ୍ର ଏହି ଦେୟ ଆଗାମିଦିନରେ ଫେରସ୍ତ କରାଯିବ ବୋଲି କୁହାଯାଇଛି ।
ତେବେ ସେମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୈାରପରିଷଦ ପକ୍ଷରୁ ସ୍ଥାନୀୟ ୱାର୍ଡ ନଂ-୯ ନୂଆବସଷ୍ଟାଣ୍ଡ ନିକଟରେ ଭେଣ୍ଡିଂଯୋନ ସେଡନିର୍ମାଣ କରାଯାଇ ଆଜି ହସ୍ତାନ୍ତର କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଆଜି ୧୬ଜଣଙ୍କୁ ଏହି ଭେଣ୍ଡିଂଯୋନ ପରିଚୟପତ୍ର ପ୍ରଦାନ କରାଯାଇଥିବା ବେଳେ ଅବଶିଷ୍ଟ ବ୍ୟବସାୟୀମାନଙ୍କୁ ଯଥାଶିଘ୍ର ଭେଣ୍ଡିଂଯୋନ ସେଡ ଯୋଗାଇଦିଆଯିବ ବୋଲି ପୈାରନିର୍ବାହୀ ଅଧିକାରୀ ଦିଲିପ କୁମାର ମହାନ୍ତି କହିଛନ୍ତି । ସେହିପରି ରାସ୍ତାକଡରେ ଅସ୍ଥାୟୀଭାବେ ବ୍ୟବସାୟ କରୁଥିବା ଷ୍ଟ୍ରିଟଭେଣ୍ଡରମାନେ ଅନୁରୁପଭାବେ ପୈାରପରିଷଦରେ ଆବେଦନ କରିଥିଲେ । ୨୦୧୮ ମସିହାରେ ୩୯୯ଜଣ ଷ୍ଟ୍ରିଟଭେଣ୍ଡର ଅଫଲାଇନ ଆବେଦନ କରିଥିବା ବେଳେ ୨୪୬ଜଣ ଅନଲାଇନ ଆବେଦନ କରିଛନ୍ତି । ସେମାନଙ୍କୁ କୋଭିଡ ସହାୟତା ବାବଦରେ ୩ହଜାର ଟଙ୍କା ଲେଖାଁଏ ସହାୟତା ରାଶି ଯୋଗାଇଦିଆଯାଇଛି । ସେହିପରି ପିଏମଏସଭି ଯୋଜନାରେ ଷ୍ଟ୍ରିଟଭେଣ୍ଡର ମାନଙ୍କୁ ୧୦ହଜାର ଟଙ୍କା ଲେଖାଁଏ ବ୍ୟବସାୟୀକରଣଲାଗି ସହାୟତା ପ୍ରଦାନ କରାଯାଇଥିବା ଜଣାପଡିଛି ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ=, ୩୦/୧୨/୨୦୨୧---୭,୪୫ Sakhigopal News, 30/12/2021
=