Breaking News

ଆଫିନିଟି ବିଜିନେସ୍ ସ୍କୁଲ ପକ୍ଷରୁ ରକ୍ତଦାନ ଏବଂ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

Blood Donation and Health Examinations Camp is organized by Affinity Business School

ଜଟଣୀ -ଜଟଣୀ ବ୍ଲକ ପଦନପୁର ପଞ୍ଚାୟତର ବଡତୋଟା ଗ୍ରାମ ନିକଟରେ ଅବସ୍ଥିତ "ଆଫିନିଟି ବିଜିନେସ୍ ସ୍କୁଲ"ଏବଂ "ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ହାରମୋନି" ର ମିଳିତ ସହଯୋଗ ରେ ଏକ ରକ୍ତଦାନ ଏବଂ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ କଲେଜ୍ ର ବହୁ ଛାତ୍ରଛାତ୍ରୀ ଏବଂ କର୍ମଚାରୀ ରକ୍ତଦାନ କରିଥିଲେ ।
ଡ଼.ଲଳିତ ବେହେରା,ଡ.କାଜଲ୍ ରକ୍ଷିତ ଏବଂ କିସମର ଡେଣ୍ଟାଲ ଟିମ୍ ଙ୍କ ଠାରୁ ସ୍ବାସ୍ଥ୍ୟ ପରୀକ୍ଷା କରି ଏହି ଅବସର କୁ ସ୍ମରଣୀୟ କରିଥିଲେ। ସମୁଦାୟ ୩୫ ୟୁନିଟ ରକ୍ତନମୁନା ସଂଗ୍ରହ ହୋଇଥିଲା । ଅନୁଷ୍ଠାନର ବରିଷ୍ଠ ଅଧ୍ୟାପକ ଡ.ଦେଵିପ୍ରସାଦ କର, ଅଧ୍ୟାପକ.ଶିଶିରକାନ୍ତ ପାଢୀ, ଅଧ୍ୟାପିକା ଅନୁସଂଧ୍ୟା ପଟ୍ଟନାୟକ ଏବଂ ଚିତ୍ତରଞ୍ଜନ ତ୍ରିପାଠୀ, ସନ୍ତୋଷ ସାହା, ନିର୍ମଳ କୁମାର ସାହୁ, ଦୈତାରି ସେନାପତି, ଅଶୋକ କୁମାର ସାହୁ, ସଚିନ୍ଦ୍ର ପତି, ଅଶୋକ ସିହ୍ନା, ରଶ୍ମିତା ବାରିକ୍, ତପନ୍ କୁମାର ଜେନା, ସସ୍ମିତା ସେଠୀ, ନିରେନ୍ଦ୍ର ବାରିକ୍, ରମେଶ ବାରିକ୍ ,ପ୍ରକାଶ ବିଶ୍ଵାଳ, ମନୋଜ ଛୋଟରାୟ, ବସନ୍ତ କୁମାର ଖଟୁଆ, ନିର୍ମଳ ବାରିକ ପ୍ରମୁଖ ଉପସ୍ଥିତ ରହି ଏହି ଶିବିର କୁ ସ୍ବଚାର ରୂପେ ସଂପାଦନ କରିଥିଲେ।

ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୯/୧୨/୨୦୨୧---- ୪,୩୦
Sakhigopal News,19/12/2021

Blog Archive

Popular Posts