Breaking News

ରେଲୱେ ଷ୍ଟେସନରେ କୋଭିଡ୍ ବିରୋଧି ଉପଯୋଗୀ ଆଚରଣ ପାଇଁ ସଚେତନତା

Awareness of anti-cowboy behavior at railway stations

ଜଟଣୀ-----ନୂତନ ପ୍ରକାରର କୋଭିଡ ଏବଂ କୋଭିଡ -୧୯ ମାମଲାଗୁଡ଼ିକର ବୃଦ୍ଧିକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ରେଳ ସୁରକ୍ଷା ବଳ (ଆରପିଏଫ) ଏବଂ ବାଣିଜ୍ୟ ବିଭାଗର କର୍ମଚାରୀ ମାନେ ବିଭିନ୍ନ ରେଳ ଷ୍ଟେସନରେ ଟ୍ରେନ ଯୋଗେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ମଧ୍ୟରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସଜାଗ ହୋଇଛନ୍ତି। କୋଭିଡ ବିରୁଦ୍ଧରେ ଉପଯୁକ୍ତ ଆଚରଣ ଉପରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଖୋର୍ଦ୍ଧା ରୋଡ଼ ମଣ୍ଡଳର ପ୍ରମୁଖ ରେଳ ଷ୍ଟେସନରେ ଯଥା ଭୁବନେଶ୍ୱର, କଟକ, ଖୋର୍ଦ୍ଧା ରୋଡ଼, ବ୍ରହ୍ମପୁର ଇତ୍ୟାଦି ରେଳ ଷ୍ଟେସନରେ ରେଳ ସୁରକ୍ଷା ବଳ ଏବଂ ବାଣିଜ୍ୟ ବିଭାଗର କର୍ମଚାରୀମାନଙ୍କ ଦ୍ୱାରା ଯାତ୍ରୀମାନଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ନିୟମିତ ଭାବରେ ହାତ ପରିଷ୍କାର କରିବା ଏବଂ ରେଳ ପରିସରରେ ଛେପ ପକାଇବାରୁ ବିରତ ରହିବା ପାଇଁ ଶିକ୍ଷା ଦିଆଯାଉଛି। ଯାତ୍ରୀମାନଙ୍କୁ ମଧ୍ୟ ଅଵଗତ କରାଯାଉଛି ଯେ ମାସ୍କ ନ ପିନ୍ଧିବା ଦ୍ଵାରା ଜୋରିମାନା ଦେବାକୁ ହେବ ।
ଏଥିସହ କେବଳ ନିଶ୍ଚିତ ଟିକେଟ ଥିବା ଯାତ୍ରୀମାନଙ୍କୁ ଷ୍ଟେସନ ପରିସର ଏବଂ ଟ୍ରେନରେ ପ୍ରବେଶ କରିବାକୁ ଅନୁମତି ଦେବା ପାଇଁ କଡା ଟିକେଟ୍ ଯାଞ୍ଚ ମଧ୍ୟ ଚାଲିଛି । ମଣ୍ଡଳ ର ସମସ୍ତ ରେଳ ଷ୍ଟେସନରେ ନିୟମିତ ଭାବରେ କୋଭିଡ ପାଇଁ ସୁରକ୍ଷିତ ଆଚରଣ ଅନୁସରଣ କରିବା ପାଇଁ ଜିଙ୍ଗଲ୍ସ ପ୍ରଦର୍ଶନ ଏବଂ ଘୋଷଣା ମଧ୍ୟ କରାଯାଉଛି । ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ସମସ୍ତ ରେଳ ବ୍ୟବହାରକାରୀଙ୍କୁ ରେଳ ଷ୍ଟେସନ ପରିସରରେ ଏବଂ ଟ୍ରେନ୍ ମାଧ୍ୟମରେ ଯାତ୍ରା ସମୟରେ କୋଭିଡ ବିରୋଧି ଉପଯୁକ୍ତ ଆଚରଣ ଅନୁସରଣ କରିବାକୁ ଏବଂ ରେଳବାଇକୁ ଏକ ନିରାପଦ ଏବଂ ସୁରକ୍ଷିତ ଯାତ୍ରା ଯୋଗାଇବାରେ ସାହାଯ୍ୟ କରିବାକୁ ଅନୁରୋଧ କରାଯାଇଛି ।

ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୦/୧୨/୨୦୨୧----୯,୩୦ 
 Sakhigopal News,30/12/2021

Blog Archive

Popular Posts